କେନ୍ଦ୍ରାପଡ଼ା: ସାବିତ୍ରୀ ବଜାରରେ ଅଯଥା ଭିଡ଼ କରୁଥିବା ଅମାନିଆ ଓ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କଲେ କେନ୍ଦ୍ରାପଡ଼ା ଏସପି । ଏନେଇ ବ୍ୟବସାୟ କରୁଥିବା ଦୋକାନୀଙ୍କ ଠାରୁ ଆଜି ଜୋରିମାନା ଆଦାୟ କରିବା ସହ ସତର୍କ କରାଇଛନ୍ତି ଏସପି ।
କେନ୍ଦ୍ରାପଡ଼ା ଟାଉନ ଥାନା ଅଧିନ ସାନ୍ତସାହି, ପୁରୁଣା ମଟରଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ତିନିମୁହାଣୀ ଆଦି ବଜାରରେ ଆଗରେ ତାଲା ପକାଇ ଦୋକାନ ଭିତରେ ଲୁଗା ବ୍ୟବସାୟ କରୁଥିବା ଅଭିଯୋଗ ହୋଇଥିଲା । ତେବେ ଆଜି ଏଗୁଡ଼ିକୁ ତନତନ କରି ପରଖିଥିଲେ ଏସପି । ବିନା ମାସ୍କରେ ବୁଲିବା, ଅଯଥା ଗହଳି କରୁଥିବା ଅମାନିଆଙ୍କୁ ଜୋରିମାନା କରିଛନ୍ତି ଏସପି ମଦକର ସନ୍ଦୀପ ସମ୍ପଦ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ