ETV Bharat / state

କୁମ୍ଭୀର ଆକ୍ରମଣ ଘଟଣାରେ ପ୍ରଶାସନିକ ଅବହେଳାକୁ ଦାୟୀ; ଭିତରକନିକା ରାସ୍ତା ଅବରୋଧ କଲେ ଲୋକେ - କେନ୍ଦ୍ରାପଡା କୁମ୍ଭୀର ଆକ୍ରମଣ

ପୋଖରୀ ତୁଠରେ ବାସନ ମାଜିବା ବେଳେ ମହିଳାଙ୍କୁ କୁମ୍ଭୀର ଟାଣିନେବା ଘଟଣା । ପ୍ରଶାସନିକ ଅବହେଳାକୁ ଦାୟୀ କରି ଭିତରକନିକା ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ । ଅଧିକ ପଢ଼ନ୍ତୁ

କୁମ୍ଭୀର ଆକ୍ରମଣ ଘଟଣାରେ ଭିତରକନିକା ରାସ୍ତା ଅବରୋଧ

author img

By

Published : Jun 22, 2023, 7:34 AM IST

କୁମ୍ଭୀର ଆକ୍ରମଣ ଘଟଣାରେ ଭିତରକନିକା ରାସ୍ତା ଅବରୋଧ

କେନ୍ଦ୍ରାପଡା: ରାଜନଗର ବ୍ଲକ ହାତିଆଗଡି ଗାଁରେ ପୋଖରୀତୁଠରେ ବାସନ ମାଜିବା ବେଳେ ମହିଳାଙ୍କୁ କୁମ୍ଭୀର ଟାଣିନେବା ଘଟଣାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । କୁମ୍ଭୀର ଆକ୍ରମଣ କରିବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମହିଳାଙ୍କ ପତ୍ତା ନମିଳିବାରୁ ସ୍ଥାନୀୟ ଲୋକେ ଭିତରକନିକାକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଥିଲେ । ଏହି ଅଘଟଣ ପାଇଁ ଲୋକେ ପ୍ରଶାସନିକ ଅବହେଳାକୁ ଦାୟୀ କରିଥିଲେ । ଖବର ପାଇ ରାଜନଗର ତହସିଲଦାର, ବିଡ଼ିଓ, ଅଗ୍ନିଶମ ଅଧିକାରୀ ଓ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଉତ୍ୟକ୍ତ ଲୋକେ ମହିଳାଙ୍କୁ ମୃତ ଅଥବା ଜୀବିତ ଉଦ୍ଧାର କରିବା ପାଇଁ ଅଡି ବସିଥିଲେ । ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ଦଳକୁ ସଫେଇ କରାଯିବା ପରେ କ୍ଷତବିକ୍ଷତ ମୃତଦେହକୁ ଉଦ୍ଧାର ହୋଇଥିଲା । ତେବେ ତହସିଲଦାର ଆର୍ଥିକ ସହାୟତା ଘୋଷଣା କରିବା ପରେ ରାସ୍ତାରୋକ ହଟିଥିବା ସୂଚନା ମିଳିଛି ।

ଘଟଣାନୁଯାୟୀ, ବୁଧବାର ଅପରାହ୍ନ ପ୍ରାୟ ୨ଟା ବେଳେ ହାତୀଆଗଡ଼ି ଗାଁର ନଳିନୀ ଓରଫ ସୀତାରାଣୀ ଦାସ ତାଙ୍କ ବାଡ଼ି ପଛପଟ ପୋଖରୀ ତୁଠରେ ଗାଧୋଇ ସାରି ବାସନ ମାଜୁଥିବା ସମୟରେ ଏକ ବିରାଟକାୟ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ସୀତାରାଣୀ ଜୀବନ ବଞ୍ଚାଇବା ପାଇଁ ଡାକ ପକାଇଥିଲେ । ହେଲେ ଅପରାହ୍ନ ସମୟ ହୋଇଥିବାରୁ କାଁ ଭାଁ ଲୋକେ ତାଙ୍କ ଚିତ୍କାର ଶୁଣି ପୋଖରୀ ନିକଟରେ ପହଞ୍ଚିଥିଲେ । କୁମ୍ଭୀର ଟାଣି ନେଉଥିବା ଦେଖି ଲୋକେ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୁମ୍ଭୀରଟି ସୀତାଙ୍କୁ ଟାଣିନେଇ ଚଡଦିଆ କେନାଲ ମଧ୍ୟରେ ରଖିଥିଲା । ପରେ ଘଟଣାସ୍ଥଳରେ ରାଜନଗର ବନବିଭାଗ ଓ ଅଗ୍ନିଶମ ବାହିନୀ ପହଞ୍ଚି ଥିବାବେଳେ ମହିଳାଙ୍କୁ ଉଦ୍ଧାର କରିବାରେ ଅସମର୍ଥ ହୋଇଥିଲେ ।

ଏହାକୁ ନେଇ ଉତ୍ତେଜନା ବୃଦ୍ଧି ପାଇବା ପରେ ସ୍ଥାନୀୟ ପ୍ରଶାସନ ଜେସିବି ସାହାଯ୍ୟରେ କେନାଲରୁ ଦଳ ସଫା କରି ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଥିଲା । କୁମ୍ଭୀର ମହିଳାଙ୍କୁ ଟାଣିନେବା ଘଟଣାରେ ସ୍ଥାନୀୟ ଲୋକମାନେ ରାଜନଗର ଭିତରକନିକା ରାସ୍ତା ହାତିଆଗଡି ନିକଟରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଯେପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ ରାସ୍ତାରୁ ଉଠିବୁ ନାହିଁ ବୋଲି ଅଡି ବସିଥିଲେ । ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ରେଡକ୍ରସରୁ ଆର୍ଥିକ ସହାୟତା ଦେବା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ, ମୃତ ମହିଳାଙ୍କ ସ୍ବାମୀଙ୍କ ସମେତ ଗୋଟିଏ ପୁଅ ଓ ଝିଅ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ଘରେ ବୁଢ଼ୀ ଶାଶୁ ଓ ୧୨ ବର୍ଷର ପୁଅକୁ ନେଇ ସେ ରହୁଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.