ETV Bharat / state

ସାଂସଦ ଅନୁଭବଙ୍କ ୩ବର୍ଷ କାର୍ଯ୍ୟକାଳ ପୂର୍ତ୍ତି, ବିକାଶ କେବେ ପଚାରୁଛନ୍ତି ଜିଲ୍ଲାବାସୀ ?

author img

By

Published : May 24, 2022, 9:11 PM IST

ପାରିବାରିକ ବିବାଦରେ ଛନ୍ଦି ହୋଇ ରହିଥିବା ସାସଂଦ ଅନୁଭବ ମହାନ୍ତିଙ୍କୁ ହିସାବ ମାଗୁଛି କେନ୍ଦ୍ରାପଡ଼ା । ଚାହୁଁ ଚାହୁଁ ସାଂସଦଙ୍କ କାର୍ଯ୍ୟକାଳର ୩ ବର୍ଷ ପୂର୍ତ୍ତି ହୋଇଛି । ହେଲେ ଏହାରି ମଧ୍ୟରେ ସେ ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ କରିଛନ୍ତି କେତେ ନାହିଁ ତାହାର ହିସାବ ମିଳୁନି । ଅଧିକ ପଢ଼ନ୍ତୁ

ସାଂସଦ ଅନୁଭବଙ୍କ ୩ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି, ବିକାଶ କେବେ ପଚାରୁଛନ୍ତି ଜିଲ୍ଲାବାସୀ

କେନ୍ଦ୍ରାପଡ଼ା: ସାଂସଦ ଭାବେ ୩ ବର୍ଷ କାର୍ଯ୍ୟକାଳ ଶେଷ କରିଛନ୍ତି ରାଜନେତାରୁ ଅଭିନେତା ପାଲଟିଥିବା ଅନୁଭବ ମହାନ୍ତି । ପାରିବାରିକ ବିବାଦକୁ ନେଇ ଏବେ ଭିଡିଓ ପରେ ଭିଡିଓ ରିଲିଜ୍‌ କରୁଥିବା ସାଂସଦ କେନ୍ଦ୍ରାପଡ଼ାର କେତେ ବିକାଶ କରିଛନ୍ତି ତାହାର ରିପୋର୍ଟ କାର୍ଡ ରିଲିଜ୍‌ କରୁନାହାଁନ୍ତି । ସାଂସଦ ଭାବରେ ନାମାଙ୍କନ ଭରିବା ବେଳେ ଜଣେ ସ୍ପଷ୍ଟ ରାଜନେତା ଭାବେ ସେ ମଧ୍ୟ ଜିଲ୍ଲାବାସୀଙ୍କ ପାଇଁ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରିଥିଲେ । ହେଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ପାରିବାରିକ ବିବାଦରେ ସେ ଏମିତି ଛନ୍ଦି ହୋଇଛନ୍ତି ଯେ କେନ୍ଦ୍ରାପଡ଼ାବାସୀଙ୍କ କଥା ଭୁଲି ଯାଇଥିବା ଅଭିଯୋଗ ହୋଇଛି ।

ଖାଲି ପାରିବାରିକ ବିବାଦ ନୁହେଁ, ଅନେକ ସମୟରେ ନିଜ ମନ୍ତବ୍ୟ ଓ ବ୍ୟବହାର ଯୋଗୁଁ ବିବାଦରେ ରହି ଆସିଛନ୍ତି ସାଂସଦ ଅନୁଭବ ମହାନ୍ତି । କେନ୍ଦ୍ରାପଡ଼ାରେ ନିର୍ବାଚନ ଲଢ଼ିବା ପୂର୍ବରୁ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ଖୁବ୍‌ ସାଥ୍‌ ଦେଇଥିଲେ । ହେଲେ ବିବାଦ ଆରମ୍ଭ ହେବାପରେ ଚିତ୍ର ଓଲଟି ଯାଇଛି । ସେତେବେଳେ ଦୁହିଁଙ୍କ କୌଣସି ବିବାଦ ଆରମ୍ଭ ହୋଇଥିବା ନେଇ କୌଣସି ଖବର ମଧ୍ୟ ମିଳିନଥିଲା । ହେଲେ ୨୦୨୦ରୁ ଅଚାନକ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା କଥା ପଦାକୁ ଆସିଥିଲା ।

ଅନୁଭବ ମହାନ୍ତି ନାମାଙ୍କନ ଦାଖଲ କରିବା ପରେ ସେଦିନ ବର୍ଷା ଗଣମାଧ୍ୟମକୁ ଯେଉଁ ପ୍ରତିକ୍ରିୟା ଦେଇଥିଲେ ସେଥିରୁ କୌଣସି ଗଣମାଧ୍ୟମ ଉଭୟ ପତିପତ୍ନୀଙ୍କ ଭିତରେ ଫାଟ ସୃଷ୍ଟି ହୋଇଥିବା ବିଷୟରେ ସୁରାକ ପାଇନଥିଲେ । ଅନୁଭବଙ୍କ ପାଖରେ ରହି ବର୍ଷା ତାଙ୍କ ମନୋବଳ ବଢ଼ାଉଥିଲେ । ଖାଲି ସେତିକି ନୁହେଁ ଅନୁଭବ ଜଣେ ଭଲ ମଣିଷ ତାଙ୍କୁ ଅଧିକରୁ ଅଧିକ ଭୋଟ ଦେବାକୁ ସେ ନିବେଦନ କରିଥିଲେ । ସେପଟେ ବିଜୟୀ ହେବାପରେ ଅନୁଭବ ମଧ୍ୟ ପୁଳାପୁଳା ପ୍ରତିଶ୍ରୁତି ଦେଇଥିଲେ । କେନ୍ଦ୍ରାପଡାବାସୀଙ୍କୁ ପ୍ରତାରିତ କରିବେ ନାହିଁ ବୋଲି କହିଥିଲେ ।

ହେଲେ ସବୁ ପ୍ରତିଶ୍ରୁତି ପାଣିର ଗାର ପାଲିଟିଛି । ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା, ରାସ୍ତାଘାଟ ନିର୍ମାଣ, ଲୋକଙ୍କ ପାଖରେ ମଧୁର ଜଳ ପହଞ୍ଚାଇବା ସହ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ, ସମସ୍ତ ଡାକ୍ତର ପଦବୀ ପୂରଣ ଉପରେ ଫୋକସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କେନ୍ଦ୍ରାପଡ଼ା ସାଂସଦ । ତାଙ୍କ ପ୍ରତିଶ୍ରୁତିକୁ ଆଜକୁ ତିନିବର୍ଷ ପୂରଣ ହୋଇଥିଲେ ମଧ୍ୟ ଆଜି ବି ଜିଲ୍ଲାର ଅନେକ ସ୍ଥାନରେ ଲୋକେ ପାଣିମୁନ୍ଦାଏ ପାଇବା ପାଇଁ ଡହଳ ବିକଳ ହେଉଛନ୍ତି । ରାସ୍ତା ନଥିବାରୁ ପ୍ରସୂତିଙ୍କୁ ମେଡିକାଲ ଆଣିବା ପାଇଁ ଭାର ଉପରେ ଭରସା କରିବାକୁ ପଡୁଛି । ଖାଲି ସେତିକି ନୁହେଁ ଶିଳ୍ପାନୁଷ୍ଠାନ ପାଇଁ ପ୍ରକ୍ରିୟା କେବଳ MoU ସ୍ଵାକ୍ଷର ପରେ ରହିଯାଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲାବାସୀ ।

୨୦୨୦ ମସିହାରୁ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ଲୋକଲୋଚନକୁ ଆସିଥିଲା । ଏହାକୁ ନେଇ ବିଭିନ୍ନ ସମୟରେ ବିବାଦ ମଧ୍ୟକୁ ସାଂସଦ ଟାଣି ହୋଇ ଯାଉଥିବା ବେଳେ ନିଜ ସଂସଦୀୟ କ୍ଷେତ୍ରରେ ସମୟ ଦେବାକୁ ତାଙ୍କ ପାଇଁ କାଠିକର ପାଠ ହୋଇଛି । ବର୍ତ୍ତମାନ ବିଗତ ଏକ ସପ୍ତାହ ଧରି ଅନୁଭବ ପତ୍ନୀ ବର୍ଷାଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେବା ପରେ ବର୍ଷା ପୁନର୍ବାର ଥାନାର ଦ୍ବାରସ୍ଥ ହୋଇଛନ୍ତି । ସାଂସଦ ବିଭିନ୍ନ ବିବାଦରେ ଛନ୍ଦି ହୋଇ କେନ୍ଦ୍ରାପଡ଼ା ଜିଲ୍ଲାର ସ୍ବାର୍ଥ କଥା ଭୁଲି ଯାଇଥିବା ଅଭିଯୋଗ ହୋଇଛି । ଦିନେ କେନ୍ଦ୍ରାପଡ଼ାକୁ ଦେଶର ଏକ ନମ୍ବର ଜିଲ୍ଲା କରାଇବା ସ୍ବପ୍ନ ଦେଖାଇଥିବା ସାସଂଦଙ୍କୁ ଦଳ କଣଠେସା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ ଗୁରୁଗ୍ରାମ ସହର ଜିଲ୍ଲା ପାଖରୁ ଟିପ୍ସ ନେବ କହିଥିଲେ ସାଂସଦ । ହେଲେ ତାଙ୍କର ତିନି ବର୍ଷର ରିପୋର୍ଟ କାର୍ଡ ଦେଖିଲେ ସାଂସଦଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି ଜିଲ୍ଲାବାସୀ । କେନ୍ଦ୍ରାପଡ଼ା ଜିଲ୍ଲା ବିକାଶର ଜବାବ କିଏ ଦେବ ପ୍ରଶ୍ନ କରିଛନ୍ତି ଜିଲ୍ଲାବାସୀ ?

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.