ETV Bharat / state

ସୋନୁଙ୍କ ସହାୟତା ପାଇଁ କୃତଜ୍ଞତା, କେନ୍ଦ୍ରାପଡାରୁ ଯିବ ‘ଥ୍ୟାଙ୍କ୍‌ ୟୁ’ ପୋଷ୍ଟକାର୍ଡ

author img

By

Published : Jun 11, 2020, 5:07 PM IST

ବଲିଉଡ ଅଭିନେତା ସୋନୁ ସୁଦଙ୍କ ସହାୟତା ପ୍ରତିବଦଳରେ ତାଙ୍କୁ 11 ହଜାର 'Thank You' ଲେଖା ଯାଇଥିବା ପୋଷ୍ଟ କାର୍ଡ ପଠାଇବା ପାଇଁ ପ୍ରୟାସ ଆରମ୍ଭ କରିଛି କେନ୍ଦ୍ରାପଡ଼ା ନୌଯବାନ ୟୁନିୟନ । ଅଧିକ ପଢନ୍ତୁ...

ସୋନୁଙ୍କୁ କେନ୍ଦ୍ରପଡାବାସୀଙ୍କ ଥ୍ୟାଙ୍କ୍‌ ୟୁ ପୋଷ୍ଟକାର୍ଡ

କେନ୍ଦ୍ରାପଡା: ଦେଶରେ ଲକଡାଉନ ସଙ୍କଟ ସମୟରେ ସୁଦୂର କେରଳରେ ଫସି ରହିଥିବା କେନ୍ଦ୍ରାପଡା ଜିଲ୍ଲାର ଶତାଧିକ ଝିଅଙ୍କୁ ନିଜ ଘରେ ପହଞ୍ଚାଇବା ପାଇଁ ସାଦୁ ଉଦ୍ୟମ କରିଥିଲେ ବଲିଉଡ ଅଭିନେତା ସୋନୁ ସୁଦ । ଏହାର ପ୍ରତିବଦଳରେ 11 ହଜାର 'Thank You' ଲେଖା ଯାଇଥିବା ପୋଷ୍ଟ କାର୍ଡ ପଠାଇବା ପାଇଁ ପ୍ରୟାସ ଆରମ୍ଭ କରିଛି କେନ୍ଦ୍ରାପଡ଼ା ନୌଯବାନ ୟୁନିୟନ ।

ଗୁରୁବାର ମଧ୍ୟାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଏହି 'Thank You ସୋନୁ' କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲିଟିରୁ 8500 ପୋଷ୍ଟକାର୍ଡ୍ ଦିଆଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ସାଲେପୁର ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ 2500 ପୋଷ୍ଟକାର୍ଡ୍ ସୋନୁଙ୍କ ମୁମ୍ବାଇ ଅନ୍ଧେରୀ ୱେଷ୍ଟ ସ୍ଥିତ ଯମୁନାନଗର ବାସଭବନକୁ ପଠାଯିବାର କାର୍ଯ୍ୟକ୍ରମ ରହିଥିବା ୟୁନିୟନର ସଭାପତି ସୂଚନା ଦେଇଛନ୍ତି ।

ପୋଷ୍ଟକାର୍ଡ୍ସ ରେ 'Thank you Sonu Sood' ଲେଖି ଜିଲ୍ଲାବାସୀ ଅସମୟରେ ସୋନୁ କରିଥିବା ସାହାଯ୍ୟ ପାଇଁ ଧନ୍ୟବାଦ ବ୍ୟକ୍ତ କରିଥିଲେ । ପୋଷ୍ଟକାର୍ଡ ଗୁଡିକୁ ଏକତ୍ର କରି କୋରିଅର ଯୋଗେ ସୋନୁଙ୍କ ବାସଭବନକୁ ପଠାଯିବ ।

କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.