କେନ୍ଦ୍ରାପଡା: କେନ୍ଦ୍ରାପଡାରେ ସାମାନ୍ୟ ସ୍ବାଭାବିକ ହୋଇଛି ଜନଜୀବନ । ଲକ ଡାଉନ ଘୋଷଣା ହେବା ପର ଠାରୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ସକାଳ ୬ଟାରୁ ଖୋଲାଯାଇ ଦିନ ୧୧ଟା ପର୍ଯ୍ୟନ୍ତ ଚାଲୁଥିଲା କିଛି ଦୋକାନ । କୋରୋନା ପଜେଟିଭ ଜିଲ୍ଲାରେ ଚିହ୍ନଟ ହେବା ପରେ ରାଜ୍ୟ ସରକାର କେନ୍ଦ୍ରାପଡ଼ାକୁ ଅରେଞ୍ଜ ଜୋନ ଘୋଷଣା କରିଥିଲେ ।
ହେଲେ ବୁଧବାର ଜିଲ୍ଲାପାଳ ସୁଇମିଂ ପୁଲ,ଜିମ ସେଣ୍ଟର,ମାର୍କେଟ କମ୍ପ୍ଲେକ୍ସ,ସିନେମା ହଲ,ସପିଂମଲକୁ ଛାଡି ଅନ୍ୟ ସମସ୍ତ ଦୋକାନ ଖୋଲା ରହିବ ବୋଲି ଘୋଷଣା କରିଥିଲେ। ଫଳରେ ଗୁରୁବାର ଜନଜୀବନ ସ୍ବାଭାବିକ ହୋଇଥିଲା ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ