କେନ୍ଦ୍ରାପଡ଼ା: ଜିଲ୍ଲା ମହାକାଳପଡା ବ୍ଲକରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ଏକ ରିଭ୍ୟୁ ମିଟିଂ ଅନୁଷ୍ଠିତ ହୋଇଯାଇଛି । ଅଗ୍ନିକାଣ୍ଡରେ ସର୍ବସ୍ବ ହରାଇଥିବା ପରିବାରଙ୍କୁ ସହାୟତା ସହ ଜିଲ୍ଲାର ସର୍ବାଙ୍ଗ ଉନ୍ନତି ପାଇଁ ବୈଠକଟି ଆୟୋଜିତ ହୋଇଥିଲା । ଯେଉଁଥିରେ ବିଧାୟକ ଅତୁନ ସବ୍ୟସାଚୀ ନାୟକ ଓ ସାଂସଦ ଅନୁଭବ ମହାନ୍ତି ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅଗ୍ନିକାଣ୍ଡରେ ସର୍ବସ୍ବ ହରାଇଥିବା ପରିବାରଙ୍କ ମଧ୍ୟରୁ 8ଟି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ସହ 12ଟି ପରିବାରକୁ ପକ୍କା ଘର ନିର୍ମାଣ ଲାଗି କାର୍ଯ୍ୟାଦେଶ ଦିଆଯାଇଛି । ଏଥିସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ବିଷୟରେ ଆଲୋଚନା କରାଯାଇଥିଲା ।
ଏହି ଅବସରରେ ବିଭାଗୀୟ ଅଧିକାରୀଙ୍କ ସହ ମହାକାଳପଡା ବ୍ଲକର ବିଡିଓ, ଚେୟାରମ୍ୟାନ, ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ