କେନ୍ଦ୍ରାପଡା: ଜିଲ୍ଲା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ରାମନଗର ଗାଁର ଯୁବକ ଦେବୁ ବିଶ୍ବାସ ମୃତ୍ୟୁ ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସେ ଆତ୍ମହତ୍ୟା ନୁହେଁ ବରଂ ତାର ସାଙ୍ଗମାନେ ତାଙ୍କୁ ହତ୍ୟା କରି କାଜୁ ଗଛରେ ଟାଙ୍ଗି ଦେଇଥିବା ପରିବାର ଲୋକେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଘଟଣା ଦିନ ସନ୍ଧ୍ୟାରେ ଦେବୁର ସାଙ୍ଗ ତାଙ୍କୁ ଘରୁ ଭୋଜି କରିବା ବାହାନାରେ ଡାକି ନେଇଥିଲେ। ସେହି ରାତିରେ ତାର ମୃତଦେହ କାଜୁ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ମେରାଇନ ଥାନା ଦ୍ୱାରା ତଦନ୍ତରେ ଶିଥିଳତା ଦେଖା ଯାଉଥିବାରୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ପରିବାର ଲୋକେ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ