ETV Bharat / state

ସହାନୁଭୂତି ମାଗୁଛି ସଂସ୍କୃତି ଭବନ, ସାମଗ୍ରୀ ଲୁଟିନେଲେଣି ଦୁର୍ବୃତ୍ତ

author img

By

Published : May 3, 2021, 3:07 PM IST

କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ସଂସ୍କୃତି ଭବନ ଏବେ ଭୂତକୋଠି ପାଲଟିଛି  । ପ୍ରଶାସନର ଖାମଖିଆଲି ମନୋଭାବ ପାଇଁ କୋଠା ଖତ ଖାଉଛି । ଯାହାକୁ ନେଇ ବଢୁଛି ଅସନ୍ତୋଷ । ଅଧିକ ପଢନ୍ତୁ..

kendrapara culture bhawan not proper service to the people
ଅବହେଳିତ ଜିଲ୍ଲା ସଂସ୍କୃତି ଭବନ ,ସୁବିଧା ପାଉନାହାନ୍ତି ଲୋକେ

କେନ୍ଦ୍ରାପଡା : ରାଜନୀତି ହେଉ କି କଳା ସଂସ୍କୃତି ବେଶ ଚର୍ଚ୍ଚାରେ ରହିଥାଏ କେନ୍ଦ୍ରାପଡା ସହର । ମାତ୍ର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ଅବହେଳିତ ହୋଇ ପଡିଥିବା ଜିଲ୍ଲାର ସଂସ୍କୃତି ଭବନ । କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ବିଲ୍ଡିଂ ଏବେ ଭୂତକୋଠି ପାଲଟିଛି । ପ୍ରଶାସନର ଖାମଖିଆଲି ମନୋଭାବ ପାଇଁ କୋଠା ଖତ ଖାଉଛି । ସଂସ୍କୃତି ଭବନ କୋଠାରେ ଚାଲିଛି ଲୋକଙ୍କ ବ୍ୟକ୍ତିଗତ କାମ । ଭବନ ଭିତରେ କେଉଁଠି ଘସି ପରା ହେଉଛି ତ ଆଉଁଠି ଘର ଉପରେ ମାଡି ଗଲାଣୀ ଘାସ । ଛାତ ଫାଟି ଆଁ କଲାଣୀ ତ କେଇଁଠି ଘର ସାରା ଅଳନ୍ଧୁମୟ ହେଲାଣୀ । ଭବନର ସୁରକ୍ଷା ଅଭାବରୁ କବାଟ ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଲୁଟି ନେଲେଣି ଅନେକ ସାମଗ୍ରୀ। ନିର୍ମାଣ କାର୍ଯ୍ୟ ପରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଭବନକୁ ହସ୍ତାନ୍ତର କରିବା ପାଇଁ ସଂସ୍କୃତି ବିଭାଗକୁ ଚିଠି କରିଥିଲା । ହେଲା ସଂସ୍କୃତି ବିଭାଗ ଚିଠି ପାଇ ନଥିବା କହିଛି । ଫଳରେ ଖତ ଖାଉଛି ଜିଲ୍ଲା ସଂସ୍କୃତି ଭବନ ।

୨୦୧୮ ମସିହାରେ ଗୁଆଳସିଂ ପଞ୍ଚାୟତର ଉଦୟନଗରରେ ୩କୋଟି ୯୩ ଲକ୍ଷ ୧୦ହଜାର ୯୧୫ ଟଙ୍କା ବ୍ୟୟରେ ସଂସ୍କୃତି ଭବନ ନିର୍ମାଣ ହୋଇଥିଲା । ପୂର୍ବତନ ସଂସ୍କୃତି ମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଏହି ସଂସ୍କୃତି ଭବନକୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସାଂସଦ ଆଞ୍ଚଳିକ ପାଣ୍ଠି ସହାୟତାରେ ଶେଷ କରାଯାଇଥିଲା । ହେଲେ ରାଜନୈତିକ ବାଛବିଚାର କାରଣରୁ ଏହା ଅବହେଳିତ ହୋଇପଡିରହିଛି । ଏନେଇ ସ୍ଥାନୀୟ ସରପଞ୍ଚ ପ୍ରଶାସନିକ ଅବହେଳାକୁ ଦୋଷାରୋପ କରିଛନ୍ତି । ଏହି ଭବନକୁ ତରବରିଆ ଭାବେ ଉଦଘାଟନ କରାଯାଇଛି । ଏହାସହ ସଂସ୍କୃତି ଭବନକୁ ଯିବା ପାଇଁ ରାସ୍ତା ନଥିବା କହିଛନ୍ତି ଡେରାବିଶ୍ ବ୍ଲକ ଅଧ୍ୟକ୍ଷ । ଅନ୍ୟପଟେ, କର୍ମଚାରୀ ଅଭାବ ଥିବାରୁ ଭବନକୁ ହେପାଜତକୁ ନେଇ ରକ୍ଷଣାବେକ୍ଷଣ କରିବା ଏବେ ଅସମର୍ଥ । ଖୁବଶୀଘ୍ର ସେ ସ୍ଥାନ ପରିଦର୍ଶନ କରିବେ ବୋଲି କହିଛନ୍ତି ସଂସ୍କୃତି ବିଭାଗ ଅଧିକାରୀ । ତେବେ,ଦେଖିବାକୁ ବାକି ରହିଲା କେବେ ଏହି ସଂସ୍କୃତି ଭବନ ଉପରେ ପ୍ରଶାସନର ନଜର ପଡିବ । ଆଉ ଏହା ଲୋକଙ୍କ କାମରେ ଆସିବ ।କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.