ETV Bharat / state

ପ୍ରକାଶ ପାଇଲା କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେଜଲ୍ଟ, ଛାତ୍ରୀଙ୍କୁ ଟପିଲେ ଛାତ୍ର - ପ୍ରକାଶ ପାଇଲା କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ପରୀକ୍ଷା ଫଳ

ପ୍ରକାଶ ପାଇଲା କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ର ତିନୋଟି ବିଭାଗ ପରୀକ୍ଷା ଫଳାଫଳ । ଭିନ୍ନକ୍ଷମ ଛାତ୍ର ବରଜ ଦାସ ପଦାର୍ଥ ବିଜ୍ଞାନ(ସମ୍ମାନ) ଟପ୍ପର । ଅଧିକ ପଢ଼ନ୍ତୁ

kendrapara auto collage plus three exam result
ପ୍ରକାଶ ପାଇଲା କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ପରୀକ୍ଷା ଫଳ
author img

By

Published : Jul 1, 2023, 8:56 PM IST

ପ୍ରକାଶ ପାଇଲା କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେଜଲ୍ଟ

କେନ୍ଦ୍ରାପଡ଼ା: ପ୍ରକାଶ ପାଇଲା କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ର ତିନୋଟି ବିଭାଗ ପରୀକ୍ଷା ଫଳାଫଳ । ଏଥର ଛାତ୍ରୀମାନଙ୍କ ଅପେକ୍ଷା ଛାତ୍ରମାନେ ଭଲ ରେଜଲ୍ଟ କରିଥିବା ସୂଚନା ଦେଇଛନ୍ତି ମହାବିଦ୍ୟାଳୟ ଅଧ୍ୟକ୍ଷ । ଭିନ୍ନକ୍ଷମ ଛାତ୍ର ବରଜ ଦାସ ପଦାର୍ଥ ବିଜ୍ଞାନ(ସମ୍ମାନ)ରେ ଟପ୍ପର ହୋଇ କଲେଜ କର୍ତ୍ତୃପକ୍ଷଙ୍କ ଦ୍ବାରା ସମ୍ମାନିତ ହୋଇଛନ୍ତି ।

କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର କଳା, ବାଣିଜ୍ୟ, ବିଜ୍ଞାନ ଆଦି ବିଷୟର ସମ୍ମାନ(HONS)ରେ ୨୪ ଟପ୍ପରଙ୍କ ମଧ୍ୟରୁ ଛାତ୍ରୀ ୧୭ ରହିଛନ୍ତି । ହେଲେ ସମୁଦାୟ ପାସ ହାରରୁ ବାଜି ମାରି ନେଇଛନ୍ତି ଛାତ୍ର । ଘୋଷଣା କରାଯାଇଥିବା କେନ୍ଦ୍ରାପଡ଼ା ମହାବିଦ୍ୟାଳୟ ଫଳାଫଳରୁ ପ୍ରକାଶିତ ହୋଇଥିବା ତଥ୍ୟ ଅନୁଯାୟୀ, ଚଳିତବର୍ଷ ମୋଟ ୧୦୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୮୧ ଜଣ କୌଣସି କାରଣରୁ ପରୀକ୍ଷା ଦେଇନଥିବା ବେଳେ ସେମାନଙ୍କ ମଧ୍ୟରୁ ୯୫୩ ଜଣ ପାସ କରିଛନ୍ତି ଏବଂ ୩୫ ଜଣ ଫେଲ ହୋଇଛନ୍ତି । ପାସ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮୩ ଜଣ ଛାତ୍ର ରହିଥିବା ବେଳେ ୪୭୦ ଜଣ ଛାତ୍ର ରହିଛନ୍ତି । ଯାହାକି ଗତବର୍ଷ ଛାତ୍ରୀଙ୍କ ତୁଳନାରେ ଚଳିତବର୍ଷ ଛାତ୍ରଙ୍କ ପାସ ହାରରେ ବୃଦ୍ଧି ଘଟିଛି । କଳାରେ ୩୩୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୨୦ ଜଣ,ବାଣିଜ୍ୟରେ ୩୪୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୧୬ ଜଣ,ବିଜ୍ଞାନରେ ୩୨୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୧୭ ଜଣ ପାସ କରିଛନ୍ତି । ଚଳିତ ବର୍ଷ ପାସ ହାରରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଖୁସିବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ : ଛାତ୍ରଙ୍କୁ ଟପିଲେ ଛାତ୍ରୀ

ତେବେ ମହାବିଦ୍ୟାଳୟ ଫଳାଫଳରେ ଅଧିକ ଉତ୍ସାହ କରିଛି ଭିନ୍ନକ୍ଷମ ଛାତ୍ର ବରଜ ଦାସଙ୍କ କୃତିତ୍ବ । ୨୦୨୦ ମସିହାରେ ବରଜ +୨ ବିଜ୍ଞାନରେ ୮୪% ନମ୍ବର ରଖି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ତତ୍କାଳୀନ ଜିଲ୍ଲାପାଳ ତାଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କ ପାଠପଢାରେ ପ୍ରଶାସନର ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯୁକ୍ତ ୩ରେ ୯୧.୪% ନମ୍ବର ରଖି ପଦାର୍ଥ ବିଜ୍ଞାନ(ଫିଜିକ୍ସ)ରେ ସମ୍ମାନ(HONS)ଟପ୍ପର ହୋଇଛନ୍ତି । ଏନେଇ ସେ କହିଛନ୍ତି, " ଦୃଢ଼ ଇଚ୍ଛାଶକ୍ତି ବଳରେ ଜଣେ ଭିନ୍ନକ୍ଷମ ମଧ୍ୟ ସିନ୍ଧୁ ଲଙ୍ଘିପାରେ । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ହିଁ ପ୍ରକୃତ ସଫଳତା । ଭବିଷ୍ୟତରେ ଜଣେ ଅଧ୍ୟାପକ କିମ୍ବା ପ୍ରଶାସନିକ ଅଧିକାରୀ ହେବା ଲକ୍ଷ୍ୟ ରଖିଛି । ଚଳିତବର୍ଷ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସର୍ବକାଳୀନ ରେକର୍ଡ କରିଥିବା ବେଳେ ଏହି ଧାରା ବଜାୟ ରଖିବା ପାଇଁ ଅନ୍ୟ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମହାବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ କର୍ମଚାରୀ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.