ETV Bharat / state

ଜିଲ୍ଲାରେ ବଢୁଛି ସଂକ୍ରମଣ, ଚିନ୍ତାରେ ପ୍ରଶାସନ - ଚିନ୍ତାରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ

କେନ୍ଦ୍ରାପଡ଼ାରେ ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ଚିନ୍ତାରେ ରହିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଜିଲ୍ଲାରେ ବଢୁଛି ସଂକ୍ରମଣ, ଚିନ୍ତାରେ ପ୍ରଶାସନ

author img

By

Published : May 10, 2021, 12:59 PM IST

କେନ୍ଦ୍ରାପଡ଼ା: ଜିଲ୍ଲାରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ । ସଂକ୍ରମଣର ଦ୍ଵିତୀୟ ଲହରରେ ଜିଲ୍ଲାରେ ଚଳିତବର୍ଷର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟାରେ ଜିଲ୍ଲାରେ 243 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଥିବା ଦେଖିବାକୁ ମିଳିଛି ।

ଜିଲ୍ଲାରେ ବଢୁଛି ସଂକ୍ରମଣ, ଚିନ୍ତାରେ ପ୍ରଶାସନ

ଦ୍ବିତୀୟ ଲହରରେ ଗୋଷ୍ଠୀ ସଂକ୍ରମଣ ବଢୁଥିବାରୁ ଚିନ୍ତାରେ ରହିଛି ପ୍ରଶାସନ । ଏପର୍ଯ୍ୟନ୍ତ ଆକ୍ଟିଭ ସଂକ୍ରମିତ ସଂଖ୍ୟା 1104ରେ ପହଞ୍ଚିଥିବା ବେଳେ ତନ୍ମଧ୍ୟରୁ କେନ୍ଦ୍ରାପଡ଼ା, ଡେରାବିଶ ଓ ରାଜନଗର ବ୍ଲକର 50% ଅର୍ଥାତ 500ରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାକାଳପଡ଼ା ବ୍ଲକ ଜାଲକଣା ଓ କେନ୍ଦ୍ରାପଡ଼ା ବ୍ଲକ ବଗଡ଼ା ପଞ୍ଚାୟତରେ ଦୁଇଟି କଣ୍ଟେନମେଣ୍ଟ ଜୋନ କରାଯାଇଛି। ଏହି ଦୁଇଟି ସ୍ଥାନରେ ଲକ୍ଷଣଯୁକ୍ତ ଲୋକମାନଙ୍କୁ ଚିହ୍ନଟ କରାଯାଇ ଟେଷ୍ଟ କରାଯାଇଥିବାରୁ ଦ୍ରୁତ ସଂକ୍ରମଣ ରୋକାଯାଇପାରିଛି ବୋଲି ସୂଚନା ମିଳିଛି ।

ଆହୁରି ମଧ୍ୟ ଜିଲ୍ଲାରେ ପ୍ରତ୍ୟହ 1000ରୁ ଊର୍ଦ୍ଧ୍ବ ଆଣ୍ଟିଜେନ ଟେଷ୍ଟ ଓ 500ରୁ ଊର୍ଦ୍ଧ୍ବ ଆରଟିପିସିଆର ଟେଷ୍ଟ କରାଯାଉଛି ଓ ଲକ୍ଷଣ ଦେଖିବା କ୍ଷଣି ପ୍ରଶାସନିକ ଅଧିକାରୀ ଓ ନିମ୍ନସ୍ତରରେ ଥିବା ସ୍ବାସ୍ଥ୍ୟକର୍ମୀ ମାନଙ୍କ ପ୍ରଚେଷ୍ଟା ଯୋଗୁଁ ଦ୍ରୁତ ସଂକ୍ରମଣକୁ ରୋକାଯାଇପାରିବ ବୋଲି କହିଛନ୍ତି ଜିଲ୍ଲାପାଳ। ସେହିପରି କୋଭିଡ ଜନିତ ଲକଡାଉନ ନିୟମକୁ ଅନେକ କ୍ଷେତ୍ରରେ ଅବମାନନା କରାଯାଉଥିବା ଦେଖିବାକୁ ମିଳୁଛି ।

ତେବେ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପୋଲିସ ପ୍ରଶାସନ ସହ ଆଲୋଚନା କରାଯାଇଥିବା ସୂଚନା ମିଳିଛି। ସେହିପରି ଆଜି(ସୋମବାର)ଠାରୁ ଜିଲ୍ଲାର 52ଟି ସ୍ଥାନରେ କୋଭିଡ ଦ୍ଵିତୀୟ ଡୋଜ ଟୀକାକରଣ କରାଯାଉଥିବା ବେଳେ ପ୍ରତ୍ୟେକଦିନ ସପ୍ଲାଏ ଦେଖି ଟୀକାକରଣ ସ୍ଥାନ କମ କିମ୍ବା ବେଶୀ କରାଯିବ ବୋଲି ଜିଲ୍ଲାପାଳ ପ୍ରତିକ୍ରିୟାରେ କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.