ETV Bharat / state

ପୋଲିସ ଭୁଲିଗଲା ମାନବିକତା ! ଦୃଷ୍ଟିବାଧିତ ଆଦିତ୍ୟଙ୍କୁ କୋର୍ଟକୁ ଟାଣିଲା - police have forgotten humanity

କେନ୍ଦ୍ରାପଡା ପୋଲିସର ଅପରିଣାମଦର୍ଶିତା ପାଇଁ ଜଣେ ଶତ ପ୍ରତିଶତ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ହେବାକୁ ପଡିଛି ହଟହଟା । ଯାହାକୁ ନେଇ ପୋଲିସର ଭୂମିକା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ବୁଦ୍ଧିଜୀବୀଙ୍କ ସମେତ ଆଇନଜୀବୀ । ଅଧିକ ପଢନ୍ତୁ...

ଦୃଷ୍ଟିବାଧିତ ଲୋକଙ୍କୁ ଟାଣିଲା କୋର୍ଟ
ଦୃଷ୍ଟିବାଧିତ ଲୋକଙ୍କୁ ଟାଣିଲା କୋର୍ଟ
author img

By

Published : Oct 25, 2021, 9:30 PM IST

Updated : Oct 25, 2021, 9:39 PM IST

କେନ୍ଦ୍ରାପଡା: ଭାରତୀୟ ନ୍ୟାୟିକ ବ୍ୟବସ୍ଥା କୁହେ ହଜାରେ ଦୋଷୀ ଖସିଯାଅନ୍ତୁ ହେଲେ ଜଣେ ନିର୍ଦ୍ଦୋଷ କେବେ ଦଣ୍ଡ ନପାଉ । ହେଲେ କେନ୍ଦ୍ରାପଡା ଜିଲ୍ଲାରେ ପୋଲିସର ଅପରିଣାମଦର୍ଶିତା ପାଇଁ ଜଣେ ଶତ ପ୍ରତିଶତ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ହେବାକୁ ପଡିଛି ହଟହଟା। ଯାହାକୁ ନେଇ ପୋଲିସର ଭୂମିକା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ବୁଦ୍ଧିଜୀବୀଙ୍କ ସମେତ ଆଇନଜୀବୀ ।

ପୋଲିସ ଭୁଲିଗଲା ମାନବିକତା ! ଦୃଷ୍ଟିବାଧିତ ଲୋକଙ୍କୁ ଟାଣିଲା କୋର୍ଟ

କାରଣ ଏବେ ଏମିତି ଏକ ଘଟଣା କେନ୍ଦ୍ରାପଡାରେ ଚର୍ଚ୍ଚା ଲାଗିରହିଛି । ଘଟଣା ଅନୁସାରେ ଜିଲ୍ଲାର ଦୃଷ୍ଟିବାଧିତ ଆଦିତ୍ୟ ପ୍ରସାଦ ମଲ୍ଲିକ । କାମ ପ୍ରତିଦିନ ସହରରେ ବୁଲି ଖବରକାଗଜ ବିକ୍ରି କରିବା । ଅସହାୟ ହେଲେ ମଧ୍ୟ କେବେ କାହା ପାଖରେ ସେ ହାତ ପତାଇବାକୁ ଉଚିତ ମଣିନାହାନ୍ତି। ପିଲାଟିବେଳୁ ଦୁଇ ଆଖି ହରାଇଥିଲେ ମଧ୍ୟ ନିଜ ପରିବାର ପ୍ରତିପୋଷଣ ପାଇଁ ସକାଳୁ ଉଠି ଖବର କାଗଜ ବିକ୍ରିରେ ସହର ସାରା ଘୁରି ବୁଲନ୍ତି। ପରିବାରରେ ସମସ୍ତେ ଥିଲେ ହେଁ ଦୃଷ୍ଟିବାଧିତ ହୋଇଥିବା କାରଣରୁ ବଡଭାଇ, ଭାଉଜଙ୍କ ସମେତ ଆଦିତ୍ୟଙ୍କ ଜନ୍ମକଲା ବାପା ମଧ୍ୟ ତାଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରୁଥିଲେ । ଏହାକୁ ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଆଦିତ୍ୟ ଓ ତାଙ୍କ ପତ୍ନୀ ତିନିରୁ ଅଧିକ ଥର ଲିଖିତ ଅଭିଯୋଗ କରିଥିଲେ ।

କିନ୍ତୁ ଶତ ପ୍ରତିଶତ ଦୃଷ୍ଟିବାଧିତ ଆଦିତ୍ୟଙ୍କ ନାମରେ ପୋଲିସ ପରିବାର ପାଲଟା ଅଭିଯୋଗକ୍ରମେ ୧୦୭ ଦଫାରେ ମାମଲା ରୁଜ୍ଜୁ କରି କେନ୍ଦ୍ରାପଡା ଉପ-ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହେବା ପାଇଁ ନୋଟିସ କରିଛି । ଯାହାକୁ ନେଇ କେନ୍ଦ୍ରାପଡା ଟାଉନ ପୋଲିସ ଲୋକଙ୍କର ଆସ୍ଥା ହରାଇଛି। ଜଣେ ଦୃଷ୍ଟି ବାଧିତ ବ୍ୟକ୍ତି କିପରି କାହାକୁ ଆକ୍ରମଣ କରିବ । ଏହାସହ ସେହି ବ୍ୟକ୍ତି ପାଖରୁ ଆଇନ ଶୃଙ୍ଖଳା ପରିସ୍ଥିତି କ୍ଷୁର୍ଣ୍ଣ ହେବାର କଣ ଆଶଙ୍କା ରହିଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ ।

ଆଦିତ୍ୟ ବୃତ୍ତିରେ ଖବରକାଗଜ ବିତରଣ କରି ଯାହା ଆୟ କରନ୍ତି, ତାହାକୁ ନେଇ ପରିବାର ଯେଣେତେଣେ ଚଳିଯାଏ । ହେଲେ ଏବେ ପରିବାର ବିବାଦରେ ଛନ୍ଦି ହୋଇ ଉପ-ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହୋଇଥିଲେ। ଏଠାରେ ପ୍ରଶ୍ନ ଉଠୁଛି ପୋଲିସର ମନମୁଖୀ କାମ ପାଇଁ ନିରୀହ ଆଦିତ୍ୟର ଗୋଟିଏ ଦିନର ପାରିଶ୍ରମିକ ଏବେ କିଏ ଦେବ ? କେମିତି ଚଳିବେ 3 ପ୍ରାଣୀ କୁଟୁମ୍ବ । ପୋଲିସକୁ ସାଧାରଣ ଲୋକର ବନ୍ଧୁ କୁହାଯାଉଥିବା ବେଳେ କେନ୍ଦ୍ରାପଡା ପୋଲିସ କିପରି କେଉଁ ସ୍ଥିତିରେ ଜଣେ ଦୃଷ୍ଟି ବାଧିତ ଲୋକଙ୍କୁ କାହିଁକି ଆଇନ ଜାଲରେ ଛନ୍ଦିଲା ।

ଯଦି ପୋଲିସର ଏପରି କାର୍ଯ୍ୟକଳାପ ଜାରି ରୁହେ । ପୋଲିସ ଉପରୁ ଲୋକଙ୍କ ଆସ୍ଥା ତୁଟିଯିବ ବୋଲି ପ୍ରକାଶ ପାଇଛି । ମହାକାଳପଡାରେ ଅପରିଚିତ ମହିଳାର ବେକ କାଟି ହତ୍ୟା ଘଟଣାର ଚାରିମାସ ପୁରିଯାଇଥିଲେ ମଧ୍ୟ ଏହାର ଅଦ୍ୟାବଧି ପୋଲିସ ମହିଳାଙ୍କ ପରିଚୟ ସୁଦ୍ଧା ଜାଣି ପାରିନାହିଁ । କିନ୍ତୁ ଜଣେ ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ବିରୋଧରେ ମାମଲା କରିବା ପୋଲିସର କାର୍ଯ୍ୟକଳାପକୁ ନେଇ ଏବେ ସାଧାପରଣରେ ଉଠୁଛି ଅନେକ ପ୍ରଶ୍ନ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Oct 25, 2021, 9:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.