କେନ୍ଦ୍ରାପଡ଼ା: ଜିଲ୍ଲାର ମ୍ୟାଟ୍ରିକ ପରୀକ୍ଷା ଟପ୍ପର ହୋଇଛନ୍ତି ଡେରାବିଶ୍ ବ୍ଲକ ଡେରାବିଶ୍ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମୋନାଶ୍ରୀ ବିଶ୍ବାଳ। ମୋନାଶ୍ରୀ ଦିନକୁ ୧୭-୧୮ ଘଣ୍ଟା ପରିଶ୍ରମ କରିଥିବା କହିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିତାମାତାଙ୍କ ଆଶୀର୍ବାଦରୁ ସେ ଜିଲ୍ଲା ଟପ୍ପର ହୋଇପାରିଛନ୍ତି ବୋଲି କହିଛନ୍ତି । ମୋନାଶ୍ରୀ ୬୦୦ ନମ୍ବରରୁ ମୋଟ ୫୮୫ ନମ୍ବର ୯୭.୫୭% ପ୍ରତିଶତ ନମ୍ବର ରଖିଛନ୍ତି ।
ମୋନାଶ୍ରୀଙ୍କ ବାପା ବିଚିତ୍ରାନନ୍ଦ ବିଶ୍ବାଳ ଜଣେ କୃଷକ ହୋଇଥିବା ବେଳେ ଖୁସିରେ ଗଦଗଦ ହୋଇପଡିଥନ୍ତି । ଜିଲ୍ଲା ଟପ୍ପର ହୋଇଥିବା ଖବର ପ୍ରଚାରିତ ହେବା ପରେ ମୋନାଶ୍ରୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଦିଆଯାଇଛି । ମୋନାଶ୍ରୀଙ୍କ ଏଭଳି ସଫଳତାରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ମହଲ ଏବଂ ବିଦ୍ୟାଳୟ ପରିସରରେ ଆନନ୍ଦର ବାତାବରଣ । ମୋନାଶ୍ରୀ ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା