ETV Bharat / state

ଦୁର୍ନୀତି କ୍ଷୋର ବାବୁଙ୍କ ନିଦ ହଜେଇଛି ଜିଲ୍ଲାପାଳଙ୍କ ୱାଟସଆପ ନମ୍ବର

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦୁର୍ନୀତି ନିବାରଣ ୱାଟସଆପ ନମ୍ବର ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନଙ୍କ ନିଦ ହଜେଇ ଦେଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Sep 5, 2019, 2:35 PM IST

କେନ୍ଦ୍ରାପଡା: ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନଙ୍କ ନିଦ ହଜିଯାଇଛି । କାରଣ ହେଉଛି ସୋସିଆଲ ମିଡିଆରେ ଭାଇରାଲ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦୁର୍ନୀତି ନିବାରଣ ୱାଟସଆପ ନମ୍ବର ।

'କଲେକ୍ଟରେଟ୍‌ କେନ୍ଦ୍ରାପଡା' ନାମରେ ପ୍ରଶାସନ ଦ୍ବାରା ଚାଲୁଥିବା ଫେସବୁକ ଆଇଡିରେ ଜିଲ୍ଲାପାଳଙ୍କ ନମ୍ବର 9438883093 ପୋଷ୍ଟ କରାଯାଇଥିଲା । ଯଦି କେହି ସରକାରୀ ବାବୁ ଦୁର୍ନୀତି କରୁଥିବାର ଘଟଣା ସାମନାକୁ ଆସେ, ତାହେଲେ ଉପରୋକ୍ତ ନମ୍ବରରେ ତାଙ୍କ ବିରୋଧରେ ପ୍ରମାଣ ସହ ପଠାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହିତ ଉପରିସ୍ଥ ଅଧିକାରୀଙ୍କୁ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କୁ ଦଣ୍ଡ ଦେବାରେ ସାହାଯ୍ୟ ମିଳିବ ବୋଲି ଉକ୍ତ ପୋଷ୍ଟରେ ଉଲ୍ଲେଖ ରହିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା

ପୂର୍ବରୁ ବିଦ୍ୟାଳୟରେ ପାଠ ପଢ଼ାଇ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ମେଡିକାଲକୁ ଅଚାନକ ଗସ୍ତ କରି ଜିଲ୍ଲାପାଳ ସମର୍ଥ ବର୍ମା ସରକାରୀ ଠକ ଅଧିକାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲେ । ସେପଟେ ସହରକୁ ଅପରାଧ ଓ ଦୁର୍ନୀତିମୁକ୍ତ କରିବାକୁ ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ସାଧାରଣ ଜନତା ପ୍ରଶଂସା କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:05.09.2019
Radhakanta Mohanty,Kendrapada
Slug-od_kpr_02_collector_script_7204459
Anchor-ଭାଲେଣି ପଡିଛି ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନଙ୍କୁ।କାରଣ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦୁର୍ନୀତି ନିବାରଣ ୱାଟସଆପ ନମ୍ବର ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।"କଲେକ୍ଟରେଟ କେନ୍ଦ୍ରାପଡ଼ା"ନାମରେ ପ୍ରଶାସନ ଦ୍ୱାରା ଚଳାଯାଉଥିବା ଫେସବୁକ ଆଇଡିରେ ଏକ ପୋଷ୍ଟ କରାଯାଇ ଜିଲ୍ଲାପାଳଙ୍କ ନମ୍ବର 9438883093 ଦିଆଯାଇଥିବା ବେଳେ ଉପଯୁକ୍ତ ପ୍ରମାଣ ଦେଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଦଣ୍ଡ ଦେବାପାଇଁ ସାହାଯ୍ୟ କରିବା ଦିଗରେ ସହଯୋଗ କରିବାପାଇଁ ପୋଷ୍ଟରେ ଉଲ୍ଲେଖ ରହିଛି।ପୁର୍ବରୁ ବିଦ୍ୟାଳୟରେ ପାଠ ପଢ଼ାଇ,ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ମେଡିକାଲକୁ ଅଚାନକ ଗସ୍ତକରି ଜିଲ୍ଲାପାଳ ସମର୍ଥ ବର୍ମା ସରକାରୀ ଠକ ଅଧିକାରୀ ମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି କରାଇଥିବା ବେଳେ କେନ୍ଦ୍ରାପଡ଼ା ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି।Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.