ETV Bharat / state

ଅଘୋଷିତ ବିଦ୍ୟୁତକାଟ ନେଇ ଜନସାଧାରଣଙ୍କ ରାସ୍ତାରୋକ

ଅଘୋଷିତ ବିଦ୍ୟୁତକାଟକୁ ନେଇ ତାତିଛନ୍ତି ଜନସାଧାରଣ । ଫଳରେ କେନ୍ଦ୍ରାପଡ଼ା ବଡ଼ମଙ୍ଗଳା ନିକଟରେ ବିଦ୍ୟୁତକାଟ ପ୍ରତିବାଦରେ ଶହଶହ ୱାର୍ଡବାସୀ କରିଛନ୍ତି ରାସ୍ତାରୋକ ।

author img

By

Published : Jun 20, 2019, 3:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଅସହ୍ୟ ଗୁଳୁଗୁଳିରେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ । ପୁଣି ପ୍ରତ୍ୟେକ ଦିନ ପ୍ରାୟ 18 ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତକାଟ ହେଉଛି । ଆଉ ଏହି ଅଘୋଷିତ ବିଦ୍ୟୁତକାଟକୁ ନେଇ ତାତିଛନ୍ତି ଜନସାଧାରଣ । ଫଳରେ କେନ୍ଦ୍ରାପଡ଼ା ବଡ଼ମଙ୍ଗଳା ନିକଟରେ ବିଦ୍ୟୁତକାଟ ପ୍ରତିବାଦରେ ଶହଶହ ୱାର୍ଡବାସୀ କରିଛନ୍ତି ରାସ୍ତାରୋକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏହି ଅଞ୍ଚଳ ଗୁଡିକର ବିଦ୍ୟୁତ ଉପଭୋକ୍ତାଙ୍କର ସଂଖ୍ୟା ୩୦୦୦ରୁ ଊର୍ଦ୍ଧ୍ଵ । ଏଠାରେ ୫୦୦ କିଲୋୱାଟର ଟ୍ରାନ୍ସଫର୍ମର ଆବଶ୍ୟକତା ହେଉଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଏଠାରେ ୨୦୦ କିଲୋୱାଟ ଟ୍ରାନ୍ସଫର୍ମର ବସାଯାଇଛି । ସେସୁ ଅଫିସରେ ୫୦୦ କିଲୋୱାଟର ଟ୍ରାନ୍ସଫର୍ମର ଥାଇ ସୁଦ୍ଧା ବିଦ୍ୟୁତ କର୍ମଚାରୀଙ୍କର ଦାୟିତ୍ୱହୀନ ମନୋଭାବ ଯୋଗୁଁ ଏହା ବସା ଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

କେବଳ ଏତିକି ନୁହେଁ ଫୋନି ପରେ ସାନମଙ୍ଗଳା, ଭଗବାନପୁର, ବଡ଼ମଙ୍ଗଳା ଆଦି ୱାର୍ଡରେ ବହୁ ବିଳମ୍ବରେ ବିଦ୍ୟୁତ ଆସିଥିଲା । ଆଉ ସେବେଠୁ ଅଘୋଷିତ ପାୱାର କଟ୍‌ ହେଉଥିବା ସହ ଭୋଲଟେଜ୍‌ ମଧ୍ୟ ବହୁତ ଲୋ ରହୁଛି । ଫଳରେ ଇଲେକ୍ଟ୍ରି ଜିନିଷ ଖରାପ ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ପୁଣି ଗତକାଲି ରାତିରୁ ବିଦ୍ୟୁତକାଟ ହୋଇଥିବାରୁ ଜନସାଧାରଣ ଦୈନନ୍ଦିନ କାର୍ଯ୍ୟ ତଥା ପାଣି ମୁନ୍ଦାଏ ମଧ୍ୟ ପିଇବାକୁ ପାଉ ନାହାଁନ୍ତି । ତେଣୁ ଯଥାଶୀଘ୍ର ବିଦ୍ୟୁତ ବିଭାଗର ଲୁଚକାଳି ଖେଳ ବନ୍ଦ କରି ୫୦୦କିଲୋୱାଟ ଟ୍ରାନ୍ସଫର୍ମର ବସା ନଗଲେ ଏହି ରାସ୍ତାରୋକ ହଟିବ ନାହିଁ ବୋଲି କହିଛନ୍ତି ୱାର୍ଡବାସୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

blank 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.