ETV Bharat / state

କେନ୍ଦରା କଳାକାରଙ୍କୁ ଉପେକ୍ଷା, କୌଳିକ ବୃତ୍ତିକୁ ବଞ୍ଚାଇବା ଆଶାରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ପରିଷଦ - କେନ୍ଦରା ଗୀତ ବିକାଶ ପରିଷଦ

କେନ୍ଦରା କଳାକାରଙ୍କୁ ଉପେକ୍ଷା । କେନ୍ଦରା କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ଭତ୍ତା ଦିଆଯାଉନଥିବା ବେଳେ କଳାକାରମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଉନାହିଁ । ତେବେ କୌଳିକ ବୃତ୍ତିକୁ ବଞ୍ଚାଇବା ଆଶାରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି କେନ୍ଦରା ଗୀତ ବିକାଶ ପରିଷଦ । ଅଧିକ ପଢନ୍ତୁ

କେନ୍ଦରା କଳାକାରଙ୍କୁ ଉପେକ୍ଷା, କୌଳିକ ବୃତ୍ତିକୁ ବଞ୍ଚାଇବା ଆଶାରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ପରିଷଦ

author img

By

Published : Nov 1, 2022, 7:31 PM IST

କେନ୍ଦ୍ରାପଡ଼ା: କେନ୍ଦରା ବଜାଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି ଜଣାଇଲେ କଳାକାର । ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ଏମାନଙ୍କୁ ଭତ୍ତା ମିଳୁନଥିବା ବେଳେ କଳାକାର ମାନଙ୍କ ଭିତରେ ମଧ୍ୟ କେନ୍ଦରା (Traditional art Kendara)ବଜାଉଥିବା କଳାକାରଙ୍କୁ ଗଣନା କରାଯାଉଛି । କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଉଥିବାରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି କେନ୍ଦରା ଗୀତ ବିକାଶ ପରିଷଦ (Kendara Song Development Council)ର କଳାକାର ।

ପରିଷଦର ଅଭିଯୋଗ ଅନୁଯାୟୀ, ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ଦିଆଯାଉଥିବା କଳାକାର ଭତ୍ତା ପାଇଁ ଏହି କେନ୍ଦରା ବାଦକ ମାନେ ଦରଖାସ୍ତ ଦେଇ ଆସୁଥିଲେ ସୁଦ୍ଧା ଏମାନଙ୍କୁ ନା କଳାକାର ମାନଙ୍କ ଭିତରେ ଗଣନା କରାଯାଉଛି ନା ଏହି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଉଛି । କେବଳ ଭାଷଣ ମାଧ୍ୟମରେ ଏମାନଙ୍କ ବିକାଶ କଥା କୁହା ଯାଉଥିବା ବେଳେ ବାସ୍ତବତା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି କହିଛନ୍ତି ଏହି କେନ୍ଦରା ବାଦକ ।

ଏହା ବି ପଢନ୍ତୁ- ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ କଟକଣା, ଆଶା ଆଶଙ୍କାରେ ଭକ୍ତ

ବିଶେଷତଃ ନାଥ(ଯୋଗୀ) ସମ୍ପ୍ରଦାୟର ଲୋକେ ପୂର୍ବରୁ ଏହି କେନ୍ଦରା ବଜାଇ ଟିକା ଗୋବିନ୍ଦଚନ୍ଦ୍ର ଗୀତ ଗାଇ ଗାଁ ଗାଁ ବୁଲି ଭିକ୍ଷା ବୃତ୍ତି କରୁଥିବା ବେଳେ ସେ ସମୟରେ ଗାଁ ଗହଳିରେ କେନ୍ଦରା ଗୀତ ଶୁଣି ଲୋକଙ୍କ ମନରେ ଭକ୍ତିଭାବ ଜାତ ହେଉଥିଲା । ସେହିପରି ଗାଁ ଲୋକଙ୍କ ଦାନରେ ଏହି ସମ୍ପ୍ରଦାୟର ଲୋକଙ୍କ ଘରେ ଚୁଲି ଜଳୁଥିଲା । ତେବେ ବର୍ତ୍ତମାନ ଯୁଗ ବଦଳିବା ସହ ଏହି କେନ୍ଦରା ବଜାଇ ଟିକା ଗୋବିନ୍ଦଚନ୍ଦ୍ର ଗୀତ ଗାଇବା ପାଇଁ ଉତ୍ତର ପିଢ଼ି ମୁହଁ ବୁଲାଉଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ବୁଲିଲା 5T ଖଣ୍ଡା, 14 ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

କେନ୍ଦରା ଗୀତର ପ୍ରଚାର ପ୍ରସାର ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଗଲେ କେନ୍ଦରା ବଜାଇବା କଳା ଅନ୍ତତଃପକ୍ଷେ ବୁଡି ନଯାଇ ରହିପାରନ୍ତା ବୋଲି କହିଛନ୍ତି ପରିଷଦର ସଭାପତି । ସେହିପରି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କ ବନ୍ଦନା ଗାଇ ଏହି କଳାକାର ମାନେ ନିଜର ଅଧିକାର ମାଗିଥିବା ବେଳେ ହକ୍ ନମିଳିଲେ ସେମାନେ ଧାରଣାରେ ବସିବେ ବୋଲି ଗୀତ ମାଧ୍ୟମରେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.