ETV Bharat / state

ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମ

ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମର 3 ଜଣିଆ ପ୍ରତିନିଧି ମଣ୍ଡଳୀ । ଏହାସହ ମେଡିକାଲର ବିଭିନ୍ନ କାର୍ଯ୍ୟକ୍ରମ ଓ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ । ଅଧିକ ପଢନ୍ତୁ...

ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମ
ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମ
author img

By

Published : Jan 14, 2021, 12:51 PM IST

କେନ୍ଦ୍ରାପଡା:ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମର 3 ଜଣିଆ ପ୍ରତିନିଧି ମଣ୍ଡଳୀ । ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଁଞ୍ଚିବା ପରେ ମେଡିକାଲର ଅନ୍ତଃବିଭାଗ, ଜୈବିକ ଖତ କେନ୍ଦ୍ର, ଟୀକାକରଣ କେନ୍ଦ୍ର, ଯକ୍ଷ୍ମା ନିରାକରଣ କେନ୍ଦ୍ର, ପରୀକ୍ଷାଗାର, ବହିଃବିଭାଗ, ନିରାମୟ ଔଷଧ ବିତରଣ କେନ୍ଦ୍ର, ପଞ୍ଜିକରଣ, ଅବଜରଭେସନ କକ୍ଷ, ଅସ୍ତ୍ରୋପଚାର କେନ୍ଦ୍ର, ପ୍ରସୂତି କକ୍ଷ, ପ୍ରସବ ପରବର୍ତ୍ତୀ କକ୍ଷ ବୁଲିଦେଖିଥିଲେ । ଏହାସହ ମେଡିକାଲର ବିଭିନ୍ନ କାର୍ଯ୍ୟକ୍ରମ ଓ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ ।

ସେହିପରି ନ୍ୟୁଟ୍ରିସନ ଗାର୍ଡେନ ଓ କୋଠା ନିର୍ମାଣ କାର୍ଯ୍ୟ ବୁଲିଦେଖିବା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା ତଦାରଖ କରିଥିଲେ । ଟିମ ପରିଦର୍ଶନ ସମୟରେ ବିଭିନ୍ନ ପ୍ରସଙ୍ଗରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ରଶ୍ମିରଞ୍ଜନ ମହାନ୍ତିଙ୍କ ସହିତ ଆଲୋଚନା କରିଥିଲେ । ଏହାସହ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିପିଏମ ଶ୍ରୀକାନ୍ତ ଦାସଙ୍କ ସହିତ ଜିଲ୍ଲାର ଅନ୍ୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.