ETV Bharat / state

ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇଲା ସ୍ବେଚ୍ଛାସେବୀ ସଂଗଠନ

author img

By

Published : Oct 5, 2022, 11:44 AM IST

ଦଶହରା ଅବସରରେ ଜୀବନ ଜ୍ୟୋତି ଫାଉଣ୍ଡେସନର ନିଆରା ପଦକ୍ଷପ, ମାନସିକ ଅନଗ୍ରସର ବ୍ୟକ୍ତି ସେବା ପ୍ରଦାନ କରି ସେମାନଙ୍କ ମୁହଁରେ ହସ ଫୁଟାଇଲା ସଂଗଠନ । ଅଧିକ ପଢନ୍ତୁ

ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇଲା ସ୍ବେଚ୍ଛାସେବୀ ସଂଗଠନ
ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇଲା ସ୍ବେଚ୍ଛାସେବୀ ସଂଗଠନ

କେନ୍ଦ୍ରାପଡା: ଦଶହରାକୁ ନେଇ ଏବେ ଚାରିଆଡେ ଉତ୍ସବର ମାହୋଲ, କେଉଁଠି ଦାଣ୍ଡିଆ ନାଇଟର ଆସର ଜମିଛି ତ ଆଉ କେଉଁଠି ମିନା ବଜାରରେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳୁଛି, ପୁଣି କେଉଁଠି ମଣ୍ଡପ ବୁଲି ବୁଲି ମାଙ୍କୁ ଦର୍ଶନ କରୁଛନ୍ତି ଲୋକେ, ହେଲେ ସମାଜରେ କିଛି ଏଭଳି ମାନସିକ ଅନଗ୍ରସର ବ୍ୟକ୍ତି ରହିଛନ୍ତି ସେମାନଙ୍କ ପାଇଁ ପାର୍ବଣରେ ଖୁସି ଯେମିତି ସାତ ସପନ । ବାରଦୁଆର ବୁଲି ବୁଲି ଯେମିତି ତାଙ୍କ ଦିନ ଅତିବାହିତ ହୁଏ, ସେହିପରି ପାର୍ବଣରେ ମଧ୍ୟ ତାଙ୍କର ସମାନ ଅବସ୍ଥା । ସେହି ମାନସିକ ଅନଗ୍ରସର ବ୍ୟକ୍ତି(Disability People)ଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରାୟସ ଆରମ୍ଭ କରିଛନ୍ତି କେନ୍ଦ୍ରାପଡାର କିଛି ସ୍ବେଚ୍ଛାସେବୀ ସଂଗଠନ।

ପାର୍ବଣ ଅବସରରେ ମହାକାଳପଡା ବ୍ଲକ ଖରିନାସୀ ପଞ୍ଚାୟତରେ ଥିବା ଜୀବନ ଜ୍ୟୋତି ଫାଉଣ୍ଡେସନ(Jeevan Jyoti Foundation)ର କର୍ମକର୍ତ୍ତା ମାନଙ୍କ ଦ୍ୱାରା ଏକ ନିଆରା କାର୍ଯ୍ୟକ୍ରମ କରାଯାଇଛି । ମାନସିକ ଅନଗ୍ରସର ଲୋକମାନେ କିଭଳି ଦଶହରାକୁ ଧୁମଧାମରେ ପାଳନ କରିବେ ସେନେଇ ଆଗେଇଛନ୍ତି ଜୀବନଜ୍ୟୋତି ଫାଉଣ୍ଡେସନର କର୍ମକର୍ତ୍ତା ।

ଏହା ମଧ୍ୟ ପଢନ୍ତୁ-ଭକ୍ତିରେ ବାଧକ ସାଜିଛି ଭୟ, ଏହି ଗାଁରେ ଭାଙ୍ଗିଛି ୫୦୦ ବର୍ଷର ପରମ୍ପରା

ଗତ ମଙ୍ଗଳବାର ଏହି ସଂଗଠନର କର୍ମକର୍ତ୍ତାମାନେ ମା'ରାମଚଣ୍ଡୀଙ୍କ ପୀଠରେ ପହଞ୍ଚି ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା କିଛି ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଆଣଇ ସେବା ପ୍ରଦାନ କରି ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି । ସେମାନଙ୍କୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ନୂତନ ବସ୍ତ୍ର ପ୍ରଦାନ କରିଛି ସଂଗଠନ । ଏଥି ସହ ସ୍ବେଚ୍ଛାସେବୀ ସଂଗଠନ ତରଫରୁ ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଛି । ସଂଗଠନର ଏଭଳି ପ୍ରୟାସକୁ ନେଇ ଭିନ୍ନକ୍ଷମ ବ୍ୟକ୍ତିମାନେ ବେଶ ଖୁସି ଅଛନ୍ତି । ଜୀବନଜ୍ୟୋତି ଫାଉଣ୍ଡେସନର କର୍ମକର୍ତ୍ତାଙ୍କ ଏହି ଉଦ୍ୟମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ତେବେ ଦୁଇ ବର୍ଷ ପରେ କଟକଣା ମୁକ୍ତ ଦଶହରା ପାଳୁଛନ୍ତି ରାଜ୍ୟବାସୀ । କେନ୍ଦ୍ରାପଡାରେ ମଧ୍ୟ ବିଭିନ୍ନ ସ୍ଥାନରେ ଦୁର୍ଗା ପୂଜାର ଆୟୋଜନ କରାଯାଇଛି । ପୂଜା ମଣ୍ଡପରେ ମା'ଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । କିନ୍ତୁ ଏହି ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ଉପରେ କାହାର ନଜର ପଡୁନଥିବା ବେଳେ ସ୍ବେଚ୍ଛାସେବୀ ସଂଗଠନ ଦଶହରାରେ ସେମାନଙ୍କୁ ସେବା ପ୍ରଦାନ କରିବା ସହ ନୂଆ ବସ୍ତ୍ର ପ୍ରଦାନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.