ETV Bharat / state

ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ, ନିଶାଙ୍କୁ ବିରୋଧ କରି କଳାକାର ଆକ୍ରମଣର ଶିକାର

ନିଶା ମହାରଣା ନଆସିବାରୁ ଯାତ୍ରା କମିଟିର ଆକ୍ରୋଶର ଶିକାର ହେଲେ କଳାକାର ଓ ସହଯୋଗୀ । ଅଧିକ ପଢ଼ନ୍ତୁ

author img

By

Published : Apr 12, 2023, 5:23 PM IST

violence in jatra pandal in kendrapara
ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ
ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ

କେନ୍ଦ୍ରାପଡ଼ା: ବିବାଦୀୟ ଆଇଟମ ଗାର୍ଲ ନିଶା ମହାରଣା ଓରଫ ଝିଲ୍ଲୀ ମଳିକଙ୍କ ପାଇଁ ଯାତ୍ରା କମିଟିର ଆକ୍ରୋଶର ଶିକାର ହେଲେ କଳାକାର ଓ ସହଯୋଗୀ । ନିଶା ମହାରଣା ପେଣ୍ଡାଲ ଛାଡି ଚାଲିଯିବାରୁ ଯାତ୍ରା କଳାକାରଙ୍କୁ ମାଡ଼ ମାରିଲେ କମିଟି ସଦସ୍ୟ । ଯାତ୍ରା ଦେଖିବାକୁ ଆସି ନିରାଶ ହେବା ପରେ ଚେୟାର ଫିଙ୍ଗିଲେ ଦର୍ଶକ । ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ । କମିଟି ସଦସ୍ୟଙ୍କ ମାଡ଼ରେ କଳାକାର ଆହତ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ରାଜକନିକା ଥାନା ଅବଦୁଲପୁର ଗ୍ରାମରେ "ସାଇଦୁର୍ଗା" ନାମକ ଏକ ଯାତ୍ରା ପାର୍ଟି ଯାତ୍ରା କରିବାକୁ ଆସିଥିଲା । କମିଟି ପକ୍ଷରୁ ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ଯାତ୍ରା ପେଣ୍ଡାଲରେ ନୃତ୍ୟ ପରିବେଷଣ କରାଇବା ପାଇଁ ଅଣା ଯାଇଥିଲା । ପାର୍ଟିର କିଛି କଳାକାର ନିଶା ମହାରଣାଙ୍କୁ ବିରୋଧ କରିଥିଲେ । ନିଶାଙ୍କୁ ଯାତ୍ରା କଳାକାର ବ୍ୟାନ କରିଥିବା ଓ ରାଜ୍ୟ ସରକାର ଯାତ୍ରାରେ ଅଶ୍ଳୀଳତାକୁ ବିରୋଧ କରିଥିବା ସତ୍ତ୍ୱେ ତାଙ୍କୁ କାହିଁକି ଡକା ଯାଇଥିବା ପ୍ରଶ୍ନ କରିଥିଲେ । ଏ ବାବଦରେ ପଚାରିବାରୁ କମିଟି ଓ ଯାତ୍ରା ମାଲିକ ପରସ୍ପରକୁ ଦୋଷାରୋପ କରିଥିଲେ । ତେବେ ନିଶା ମଞ୍ଚକୁ ଆସିଲେ କଳାକାର ପକ୍ଷରୁ ବିରୋଧ କରାଯିବ ଓ ଯାତ୍ରା ପରିବେଷଣ କରାଯିବ ନାହିଁ ବୋଲି ସ୍ପଷ୍ଟ କହିବା ପରେ କମିଟି ସଦସ୍ୟ ତାଙ୍କୁ ଘେରିଯାଇ ଗାଳିଗୁଲଜ କରିଥିଲେ । କିଛି ସମୟ ଧରି ଯୁକ୍ତିତର୍କ ଲାଗିବା ପରେ ଯାତ୍ରା ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଷ୍ଟେଜକୁ ଆସିଲେନି ନିଶା ମହାରାଣା, ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ

ଏନେଇ କଳାକାର ଗୁନୁ କହିଛନ୍ତି, "ନିଶା ମହାରଣା ବିଳମ୍ବରେ ଯାତ୍ରା ସ୍ଥଳକୁ ଆସିଥିଲେ, ଏହାପରେ ମଞ୍ଚ ଛାଡି ଚାଲିଯାଇଥିଲେ । ଏଥିରେ ପ୍ରତିକ୍ରିୟାଶୀଳ ହୋଇ କମିଟି ସଦସ୍ୟମାନେ ଗ୍ରୀନ ରୁମ ଭିତରକୁ ପଶି କଳାକାରଙ୍କୁ ମାରଧର କରିବା ସହିତ ପେଣ୍ଡାଲ ଉପରକୁ ଚେୟାର ଫିଙ୍ଗିଥିଲେ । ପରେ କଳାକାର ତଥା ସହଯୋଗୀ ଭାବେ କାମ କରୁଥିବା ଜଣେ ସଦସ୍ୟଙ୍କୁ ମାଡ଼ ମାରି ମୋବାଇଲ ଲୁଟ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଲେ ।" କମିଟି ସଦସ୍ୟଙ୍କ ଆକ୍ରମଣରେ କଳାକାର ଜଣକ ଆହତ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.