ETV Bharat / state

ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ! ପରୀକ୍ଷା ଦେଇ ପାରିଲେ ନାହିଁ ଯୋଗ୍ୟ ଛାତ୍ରଛାତ୍ରୀ - ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଅନିୟମିତତା

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଲା ମାଧ୍ୟାମିକ ଶିକ୍ଷା ପରିଷଦ ଓ ଜିଲ୍ଲା ଶିକ୍ଷା ବିଭାଗ । କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ ଓ ଅଭିଭାବକ । ଅଧିକ ପଢ଼ନ୍ତୁ

ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଅନିୟମିତତା, ପରୀକ୍ଷା ଦେଇ ପାରିଲେ ନାହିଁ ଯୋଗ୍ୟ ଛାତ୍ରଛାତ୍ରୀ

author img

By

Published : Mar 4, 2022, 10:31 PM IST

କେନ୍ଦ୍ରାପଡ଼ା: ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଲା ମାଧ୍ୟାମିକ ଶିକ୍ଷା ପରିଷଦ(Board of Secondary Education) ଓ ଜିଲ୍ଲା ଶିକ୍ଷା ବିଭାଗ । କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ରୀ ଓ ଅଭିଭାବକ । ଆଦର୍ଶ ସ୍କୁଲ୍‌ରେ ପାଠ ପଢ଼ିବା ପାଇଁ ପରୀକ୍ଷା ଦେଉଥିବା ବେଳେ ନାଁ ନଥିବା କହି ୧୦ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ହଲ୍‌ ଭିତରୁ ବାହାର କରି ଦିଆଯାଇଛି । ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ସେପଟେ ଘଟଣାକୁ ନେଇ ମୁହଁ ଖୋଲି ନାହାନ୍ତି ବିଭାଗୀୟ କର୍ତ୍ତୃପକ୍ଷ ।

ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଅନିୟମିତତା, ପରୀକ୍ଷା ଦେଇ ପାରିଲେ ନାହିଁ ଯୋଗ୍ୟ ଛାତ୍ରଛାତ୍ରୀ

ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଗତ ଜାନୁଆରୀ ମାସରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ପ୍ରବେଶିକା ପରୀକ୍ଷା ଦେବାକୁ ଅନେକ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ କାର୍ଡ ମିଳିଥିଲା । ଶୁକ୍ରବାର ଏଣ୍ଟ୍ରାନ୍ସ ପରୀକ୍ଷା ଦେବାକୁ ସ୍ଥାନୀୟ ଶରତଦେବ ହାଇସ୍କୁଲରେ ଛାତ୍ରଛାତ୍ରୀ ପହଞ୍ଚିଥିଲେ । ତେବେ ସେଠାରେ କିଛି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ଅଯୋଗ୍ୟ କହି କର୍ତ୍ତୃପକ୍ଷ ପରୀକ୍ଷା ଦେବାକୁ ଦେଇନଥିଲେ । ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ସିଟରେ ଏହି ପରୀକ୍ଷାର୍ଥୀଙ୍କ ନାଁ ନଥିବା କହିଥିଲେ କର୍ତ୍ତୃପକ୍ଷ ।

ଏହାପରେ ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ିବାର ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ସ୍ବପ୍ନ ଧୂଳିସାତ ହୋଇଯାଇଛି । ଏନେଇ ପରୀକ୍ଷା କେନ୍ଦ୍ରକୁ ଆସିଥିବା ଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ । ତେବେ ତାଙ୍କୁ ପରୀକ୍ଷା କେନ୍ଦ୍ର ନିକଟରେ ଦୀର୍ଘ ସମୟ ଧରି ଅଟକାଇ ରଖିଥିଲେ ଅସନ୍ତୁଷ୍ଟ ଅଭିଭାବକ ।

ସପଟେ ଏଭଳି ଅନିୟମିତତାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଅଜବ ଯୁକ୍ତି ବାଢ଼ିଛନ୍ତି । ଆଳି ବ୍ଳକରେ ଷଷ୍ଠ ଶ୍ରେଣୀ ପାଇଁ ଆଦର୍ଶ ବିଦ୍ୟାଳୟ ଖୋଲାଯିବାକୁ ଥିବା ବେଳେ ଛାତ୍ରଛାତ୍ରୀ ମାନେ କାହିଁକି ଆବେଦନ କରିଥିଲେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ତେବେ ବୋର୍ଡ ସେମାନଙ୍କୁ ଆଡମିଟ କାର୍ଡ ଦେଇ ଭୁଲ୍‌ କରିଥିବା କଥାକୁ ସେ ସ୍ୱୀକାର କରିଛନ୍ତି । ଅନ୍ୟପଟେ ଜଣେ ଛାତ୍ରଛାତ୍ରୀଙ୍କ ପିଛା ଏଣ୍ଟ୍ରାନ୍ସ ପାଇଁ ୪୫୦ଟଙ୍କାରେ ଫର୍ମ ଫିଲଅଫ କରାଯାଇଥିଲା । ଦୀର୍ଘ ୨ ମାସ ଧରି ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ପାଠ ପଢ଼ୁଥିଲେ । ତେବେ ଆଜି ପରୀକ୍ଷାରୁ ବଞ୍ଚିତ ହେବା ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ମାନସିକ ଆଘାତ ଲାଗିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.