ETV Bharat / state

ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟର ଟପ୍ପର ମୈତ୍ରୀ, ଶିକ୍ଷୟତ୍ରୀ ହେବା ଲକ୍ଷ୍ୟ

author img

By

Published : Sep 5, 2020, 10:00 PM IST

Updated : Sep 5, 2020, 10:54 PM IST

ଆଜି ପ୍ରକାଶ ପାଇଛି +୨ କଳା ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ । କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୨ ଧନ୍ଦାମୂଳକ ଶିକ୍ଷା ଲାଭ କରୁଥିବା ନିକିରାଇ ମଠସାହି ଗ୍ରାମର ରବୀନ୍ଦ୍ର ରାଉତଙ୍କ ଝିଅ ମୈତ୍ରୀ ରାଜ୍ୟରେ ଟପ୍ପର ହୋଇ ଜିଲ୍ଲା ଓ ଗାଁକୁ ଗୌରବାନ୍ୱିତ କରିଛନ୍ତି ।

ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟର ଟପ୍ପର ମୈତ୍ରୀ, ଶିକ୍ଷୟତ୍ରୀ ହେବା ଲକ୍ଷ୍ୟ
ଧନ୍ଦାମୂଳକ ଶିକ୍ଷାରେ ରାଜ୍ୟର ଟପ୍ପର ମୈତ୍ରୀ, ଶିକ୍ଷୟତ୍ରୀ ହେବା ଲକ୍ଷ୍ୟ

କେନ୍ଦ୍ରାପଡା: ଆଜି ସନ୍ଧ୍ୟାରେ ପ୍ରକାଶ ପାଇଛି +୨ କଳା ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ । କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୨ ଧନ୍ଦାମୂଳକ ଶିକ୍ଷା ଲାଭ କରୁଥିବା ନିକିରାଇ ମଠସାହି ଗ୍ରାମର ରବୀନ୍ଦ୍ର ରାଉତଙ୍କ ଝିଅ ମୈତ୍ରୀ ରାଜ୍ୟରେ ଟପ୍ପର ହୋଇ ଜିଲ୍ଲା ଓ ଗାଁକୁ ଗୌରବାନ୍ୱିତ କରିଛନ୍ତି ।

ମୈତ୍ରୀ ଦିନକୁ ୧୨ ଘଣ୍ଟା ପରିଶ୍ରମ କରୁଥିବା କହିଥିବା ବେଳେ ଆର୍ଥିକ ସଙ୍କଟ ତାଙ୍କ ପାଇଁ ବାଧା ସୃଷ୍ଟି କରିଥିଲା । ତେବେ ଅଭାବ ଅନଟନରେ ରହି ସୁଦ୍ଧା ସେ କେବେ ଶିକ୍ଷା ପ୍ରତି ବିମୁଖ ହୋଇନଥିବା ଓ ଭବିଷ୍ୟତରେ ଜଣେ ଆଦର୍ଶ ଶିକ୍ଷୟତ୍ରୀ ହେବା ନେଇ ଲକ୍ଷ୍ୟ ରଖିଥିବା କହିଛନ୍ତି ମୈତ୍ରୀ ।

ସେହିପରି ମୈତ୍ରୀଙ୍କ ସଫଳତାରେ ସମଗ୍ର ପରିବାର, ଗାଁ ଓ ଜିଲ୍ଲା ଖୁସି ହେଉଥିବା ବେଳେ ବିନା ସହାୟତାରେ ଓ ନିଜ ଇଛାଶକ୍ତି ବଳରେ ମୈତ୍ରୀ ଏହି ସଫଳତା ପାଇଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି ମୈତ୍ରୀଙ୍କ ବାପା ରବୀନ୍ଦ୍ର। ମୈତ୍ରୀଙ୍କ ରେଜଲ୍ଟ ଜଣାପଡିବା ପରେ ମୈତ୍ରୀଙ୍କୁ ଶୁଭେଛାର ସୁଅ ଛୁଟିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ କେନ୍ଦ୍ରାପଡ଼ା ବିଧାୟକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ବରିଷ୍ଠ ଆଇନଜୀବୀ ତଥା ମୈତ୍ରୀଙ୍କ ଦାଦା ନିରଞ୍ଜନ ଧଳ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Sep 5, 2020, 10:54 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.