ETV Bharat / state

କେନ୍ଦ୍ରାପଡା ଜିଲ୍ଲାରେ ୭ ହଜାର ଟିକା ନେଲେ ୪୫ ବର୍ଷରୁ ଉର୍ଦ୍ଧ୍ବ ନାଗରିକ

author img

By

Published : May 19, 2021, 8:36 AM IST

ମଙ୍ଗଳବାର ଦିନ ଜିଲ୍ଲାରେ ମୋଟ ୭ ହଜାର ଲୋକଙ୍କୁ ଟୀକାକରଣ କରାଯାଇଛି। ଅଧିକ ପଢନ୍ତୁ...

କେନ୍ଦ୍ରାପଡା ଜିଲ୍ଲାରେ ୭ ହଜାର ଟିକା ନେଲେ ୪୫ ବର୍ଷରୁ ଉର୍ଦ୍ଧ୍ବ ନାଗରିକ
କେନ୍ଦ୍ରାପଡା ଜିଲ୍ଲାରେ ୭ ହଜାର ଟିକା ନେଲେ ୪୫ ବର୍ଷରୁ ଉର୍ଦ୍ଧ୍ବ ନାଗରିକ

କେନ୍ଦ୍ରାପଡା: ଜିଲ୍ଲାର ୫୨ଟି କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକଙ୍କୁ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ଦିଆଯାଇଛି। ସେହିପରି ଟୀକାକରଣ କେନ୍ଦ୍ରରେ ଆବଶ୍ୟକୀୟ ସମସ୍ତ ପ୍ରକାର ସୁବିଧା ସୁଯୋଗ ଟିକା ନେଉଥିବା ବ୍ୟକ୍ତିଙ୍କ ପାଇଁ କରାଯାଇଥିବା ବେଳେ ପାନୀୟ ଜଳ, ବିଶ୍ରାମାଗାର ପ୍ରସ୍ତୁତିକୁ ବ୍ୟାପକ କରାଯାଇଥିଲା। ଜିଲ୍ଲା ପ୍ରଶାସନ, ଲୋକଙ୍କର ଅହେତୁକ ଭିଡ଼କୁ ଏଡାଇବା ପାଇଁ ପୋଲିସ ପ୍ରଶାସନର ସହାୟତା ନେଇଛି।

ବରିଷ୍ଠ ନାଗରିକଙ୍କ ପାଇଁ ପ୍ରାଇଭେଟ ଆମ୍ବୁଲାନ୍ସ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ସେହିପରି ଟୀକାକରଣ ପାଇଁ ଆସି ଫେରୁଥିବା ଲୋକଙ୍କ ବିଷୟରେ ପଚାରିବାରୁ ଯେଉଁମାନେ ସ୍ଲଟ ବୁକ କରିନାହାନ୍ତି କିମ୍ବା ଟୋକନ ପାଇନାହାନ୍ତି ସେମାନେ ଟିକାକେନ୍ଦ୍ରକୁ ଆସି ଅଯଥା ଗହଳି ନକରିବାକୁ ଅନୁରୋଧ କରିଛନ୍ତି ଉପ-ଜିଲ୍ଲାପାଳ।

ଏଯାବତ କେନ୍ଦ୍ରାପଡା ଜିଲ୍ଲାରେ ୨ଲକ୍ଷରୁ ଉର୍ଦ୍ଧ୍ବ ଟୀକାକରଣ ଶେଷ ହୋଇଥିବା ବେଳେ ବୁଧବାର ଟିକା ଦାନ ବନ୍ଦ ରହିବ ଏବଂ ସରକାର ଟିକା ପଠାଇଲେ ପୁଣି ଟୀକାକରଣ କରାଯିବ ବୋଲି କହିଛନ୍ତି ଉପ-ଜିଲ୍ଲାପାଳ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.