ETV Bharat / state

କେନ୍ଦ୍ରାପଡାରେ ସୁସ୍ଥ ହୋଇ ଘରକୁ ଫେରିଲେ 26 ଆକ୍ରାନ୍ତ

ବର୍ତ୍ତମାନ ସୁଦ୍ଧା କେନ୍ଦ୍ରାପଡା ଜିଲ୍ଲାରେ ସୁସ୍ଥ ହେଲେଣି 26 କୋଭିଡ ଆକ୍ରାନ୍ତ । ପୂର୍ବରୁ 9 ଜଣ ସୁସ୍ଥ ହୋଇଥିବା ବେଳେ ସୋମବାର 13 ଜଣ ଓ ଗୁରୁବାର 4 ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

କେନ୍ଦ୍ରାପଡାରେ 26 ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେ ଘରକୁ

author img

By

Published : May 26, 2020, 2:28 PM IST

Updated : May 26, 2020, 2:58 PM IST

କେନ୍ଦ୍ରାପଡା: ଜିଲ୍ଲାରେ ସୁସ୍ଥ ହେଲେଣି 26 କୋଭିଡ ଆକ୍ରାନ୍ତ । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ କୋରୋନା ଆକ୍ରାନ୍ତ ହୋଇ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିବିଶେଷ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପୂର୍ବରୁ 9 ଜଣ ସୁସ୍ଥ ହୋଇଥିବା ବେଳେ ସୋମବାର 13ଜଣ ଓ ଗୁରୁବାର 4ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

କେନ୍ଦ୍ରାପଡାରେ ସୁସ୍ଥ ହୋଇ ଘରକୁ ଫେରିଲେ 26 ଆକ୍ରାନ୍ତ

ସେହିପରି କେନ୍ଦ୍ରାପଡ଼ା ପୌରାଞ୍ଚଳର 10ନଂ ୱାର୍ଡ ମାଧପୁର ଅଞ୍ଚଳକୁ ସୋମବାର ସନ୍ଧ୍ୟାରୁ 48ଘଣ୍ଟା ପାଇଁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ ମୋଟ 72ଟି ପରିବାରର 280 ଜଣଙ୍କ ଗତକାଲି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତିଜଣଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବା ହେତୁ ସେ ବିଭିନ୍ନ ସ୍ଥାନରେ ବୁଲାବୁଲି କରୁଥିବା ସନ୍ଦେହରେ ଜିଲ୍ଲା ପ୍ରଶାସନ ଉକ୍ତ ଅଞ୍ଚଳକୁ ନିସିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତିଜଣଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ । ତେବେ ସୁସ୍ଥ ହୋଇ ଫେରୁଥିବା ସମସ୍ତ ଆକ୍ରାନ୍ତ ଆସନ୍ତା କିଛିଦିନ ପର୍ଯ୍ୟନ୍ତ ଅଲଗା କୋଠରୀରେ ରହିବା ସହିତ ଅନ୍ୟମାନଙ୍କ ଠାରୁ ଅତି କମରେ 6ଫୁଟର ଦୂରତା ରଖିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 26, 2020, 2:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.