ETV Bharat / state

ବାକି ରହିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବି: ପ୍ରତାପଦେବ - kendrapara

ବିଧାୟକ ହାତପାଣ୍ଠିର ସୁବିନିଯୋଗ କରିବାପାଇଁ ଏକ ଗ୍ୟାପର ଆବଶ୍ୟକତା ରହିଛି । ତେଣୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହାକୁ ବିନିଯୋଗର ଆବଶ୍ୟକତା ରହିଛି । ରାଜ୍ୟସଭା ସାଂସଦ ଥାଇ ତାଙ୍କ ହାତପାଣ୍ଠିର ସୁବିନିଯୋଗ କରି ସେ ଆଳି ଅଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥା କରିଥିବା କହିବା ସହ ତାଙ୍କ ସହିତ ନିର୍ବାଚନ ଲଢ଼ୁଥିବା ଅନ୍ୟ ଦୁଇଦଳର ପ୍ରାର୍ଥୀଙ୍କୁ ନିର୍ବାଚନ ମଣ୍ଡଳୀର ଲୋକେ ଭଲଭାବରେ ଚିହ୍ନିଛନ୍ତି । ଏହା ନିର୍ବାଚନ ମଣ୍ଡଳୀର ଲୋକଙ୍କ ଉପରେ ନିର୍ଭର କରେ ଯେ ସେମାନେ କାହାକୁ ଏଥର ନିଜର ପ୍ରତିନିଧି ଭାବେ ନିର୍ବାଚିତ କରିବେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Apr 3, 2019, 1:19 PM IST

କେନ୍ଦ୍ରାପଡ଼ା: ଆସନ୍ତା 2019 ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଗଲା ପରେ ଏବେ ଚଳଚଞ୍ଚଳ ହୋଇଉଠିଛି ଲୋକସଭା ଆସନ ଅଧିନସ୍ଥ ଆଳି ବିଧାନସଭା । ପ୍ରତି ନିର୍ବାଚନ ସମୟରେ ସବୁବେଳେ କିଛି ନା କିଛି ପ୍ରସଙ୍ଗକୁ ନେଇ ସରଗରମ ରହିଥାଏ ଏହି ନିର୍ବାଚନମଣ୍ଡଳୀ । ଦିନକୁ ଦିନ ନିର୍ବାଚନର ତାରିଖ ପାଖେଇ ଆସୁଥିବାରୁ ନେତାଙ୍କୁ ପରଖିବା ଆରମ୍ଭ କରି ଦେଇଛନ୍ତି ଆଳି ଭୋଟର।

ଗତ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ରନାଥ ଶର୍ମା ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା, ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବଙ୍କୁ ୩୫୦୩ ଖଣ୍ଡ ଭୋଟରେ ପରାସ୍ତ କରି ଆଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଚଳିତଥର ଏହି ନିର୍ବାଚନମଣ୍ଡଳୀରେ ହେଭି ଫାଇଟ୍ ହେବାର ସମ୍ଭାବନା ରହିଛି । ଏଠାରୁ ଏଥର ବିଜେପି ପ୍ରାର୍ଥୀ ଭାବେ ଦୋଳଗୋବିନ୍ଦ ନାୟକ, କଂଗ୍ରେସରୁ ବର୍ତ୍ତମାନର ବିଧାୟକ ଦେବେନ୍ଦ୍ରନାଥ ଶର୍ମା ଏବଂ ବିଜେଡିରୁ ପ୍ରତାପ କେଶରୀ ଦେବ ମୈଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରୁ କିଏ ବାଜି ମାରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

'ଈଟିଭି ଭାରତ' ପକ୍ଷରୁ ଚାଲିଥିବା ନେତାଙ୍କୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଆମେ ଭେଟିଥିଲୁ ରାଜପୁତ୍ର ତଥା ବିଜେଡି ବିଧାୟକ ପ୍ରାର୍ଥୀ ପ୍ରତାପ ଦେବଙ୍କୁ । ନେତାଙ୍କୁ ପାଞ୍ଚଟି ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଗ୍ରାମାଞ୍ଚଳରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ମୁଖ୍ୟ ନିର୍ବାଚନୀ ମୁଦ୍ଦା ରହିବ । ଏଥସହିତ ଗତ 5 ବର୍ଷରେ ବିଧାୟକଙ୍କ ଅପାରଗତା ଯୋଗୁଁ ରହିଯାଇଥିବା ସେତୁ ଓ ରାସ୍ତା ନିର୍ମାଣ, ଜଳସେଚନକୁ ମୁଖ୍ୟ ପ୍ରସଙ୍ଗ କରିବା ସହ ଗ୍ରାମାଞ୍ଚଳର ବିକାଶ ମଧ୍ୟ ମୁଖ୍ୟ ନିର୍ବାଚନୀ ଏଜେଣ୍ଡା ରହିବ ବୋଲି କହିଛନ୍ତି।

'ସଭିଙ୍କ ମୁହଁରେ ଗୋଟିଏ କଥା,ଆମର ଦରକାର ନବୀନ ସରକାର' ନାରା ଦେଇ ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରତାପ ଦେବ । ୨୦୧୨-୧୪ ମଧ୍ୟରେ 6ଟି ସେତୁର ନିର୍ମାଣ କାର୍ଯ୍ୟ ତାଙ୍କ ସମୟରେ ଆରମ୍ଭ ହୋଇଥିଲା ବେଳେ ବର୍ତ୍ତମାନର ବିଧାୟକ ସେଗୁଡିକ ସମ୍ପୂର୍ଣ୍ଣ କରିପାରିଲେ ନାହିଁ । ଯାହାକି ଦୀର୍ଘସ୍ଥାୟୀ ସମସ୍ୟା ଓ ଏହା ସେତେବେଳେ ପୂର୍ଣ୍ଣ ହୋଇପାରିବ ଯେତେବେଳେ ସେ ଏଠାରୁ ବିଜୟୀ ହେବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

ବିଧାୟକ ହାତପାଣ୍ଠିର ସୁବିନିଯୋଗ କରିବାପାଇଁ ଏକ ଗ୍ୟାପର ଆବଶ୍ୟକତା ରହିଛି । ତେଣୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହାକୁ ବିନିଯୋଗର ଆବଶ୍ୟକତା ରହିଛି । ରାଜ୍ୟସଭା ସାଂସଦ ଥାଇ ତାଙ୍କ ହାତପାଣ୍ଠିର ସୁବିନିଯୋଗ କରି ସେ ଆଳି ଅଞ୍ଚଳରେ ଆଲୋକୀକରଣ ବ୍ୟବସ୍ଥା କରିଥିବା କହିବା ସହ ତାଙ୍କ ସହିତ ନିର୍ବାଚନ ଲଢ଼ୁଥିବା ଅନ୍ୟ ଦୁଇଦଳର ପ୍ରାର୍ଥୀଙ୍କୁ ନିର୍ବାଚନ ମଣ୍ଡଳୀର ଲୋକେ ଭଲଭାବରେ ଚିହ୍ନିଛନ୍ତି । ଏହା ନିର୍ବାଚନ ମଣ୍ଡଳୀର ଲୋକଙ୍କ ଉପରେ ନିର୍ଭର କରେ ଯେ ସେମାନେ କାହାକୁ ଏଥର ନିଜର ପ୍ରତିନିଧି ଭାବେ ନିର୍ବାଚିତ କରିବେ ।

ଗତ ଥର ଯାହା ନିର୍ବାଚନୀ ଇସ୍ୟୁ ଥିଲା ତାହା ଏଥର ନାହିଁ । ତେଣୁ ଏଥରର ନିର୍ବାଚନୀ ଫଳାଫଳ ବିଜେଡି ସପକ୍ଷରେ ଯିବ ବୋଲି ଆଶାବାଦୀ ଅଛନ୍ତି ପ୍ରତାପ ଦେବ। ଏଥର ପୁରୁଣା ମୁହଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିବାରୁ କଡା ଟକ୍କର ହେବ ବୋଲି ଆଳି ଭୋଟର ଅବଗତ ଅଛନ୍ତି।

କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଈଟିଭି ଭାରତ

see the attachment
visuals by ftp
tirthabashi panda 
subarnapur

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.