ETV Bharat / state

ପ୍ରୋଟୋକଲ ଭାଙ୍ଗିଲେ ରାଜ୍ୟପାଳ: ଗାଡିରୁ ଓହ୍ଲାଇ ଭଙ୍ଗା ଘର ଦେଖିଲେ, ପ୍ରତିଶ୍ରୁତି ଦେଲେ - odisha governor

Protocol Breach by Governor: ପ୍ରୋଟୋକଲ ଭାଙ୍ଗି ମହିଳାଙ୍କ ଗୁହାରି ଶୁଣିଲେ ରାଜ୍ୟପାଳ ରଘୁବର ଦାସ । ଭଙ୍ଗା ଘର ଦେଖିବା ପରେ ସେହି ପରିବାକୁ ଆବାସ ଯୋଜନାରେ ସାମିଲ କରାଇବା ପାଇଁ ଜିଲ୍ଲାପାଳ ଅମ୍ରିତ ୠତୁରାଜ ଓ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ । ଅଧିକ ପଢନ୍ତୁ

ପ୍ରୋଟୋକଲ ଭାଙ୍ଗିଲେ ରାଜ୍ୟପାଳ
ପ୍ରୋଟୋକଲ ଭାଙ୍ଗିଲେ ରାଜ୍ୟପାଳ
author img

By ETV Bharat Odisha Team

Published : Jan 6, 2024, 9:01 PM IST

ପ୍ରୋଟୋକଲ ଭାଙ୍ଗିଲେ ରାଜ୍ୟପାଳ

କେନ୍ଦ୍ରାପଡ଼ା: ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପରିଦର୍ଶନ କରିଛନ୍ତି ମହାମହିମ ରାଜ୍ୟପାଳ ରଘୁବର ଦାସ । ପରିଦର୍ଶନ ସମୟରେ ରାଜ୍ୟପାଳ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନବାଡି କର୍ମୀ, ଛାତ୍ରଛାତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ହଠାତ୍ ରାଜ୍ୟପାଳଙ୍କ ଗାଡି ଆଗକୁ ପଶି ଆସି ନିଜ ଦୁଃଖ ଜଣାଇଥିଲେ ଜଣେ ମହିଳା । ସେହି ନିରାଶ୍ରୟ ମହିଳାଙ୍କ ପରିବାକୁ ଘରଟିଏ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ। ପୂର୍ବାହ୍ନରେ କପାଳେଶ୍ୱର ପଞ୍ଚାୟତ ଜଜାଙ୍ଗ ଗାଁରେ ସଂକଳ୍ପ ପ୍ରକଳ୍ପରେ ହେଉଥିବା କାଇଞ୍ଚ କାମ ଦେଖିବା ସହ ମହିଳାଙ୍କ ସହ ଆଲୋଚନା ସାରି ଫେରୁଥିଲେ ରାଜ୍ୟପାଳ । ସେହି ଗାଁର ସସ୍ମିତା ତ୍ରିପାଠୀ ନାମକ ଜଣେ ମହିଳା ହଠାତ ରାଜ୍ୟପାଳଙ୍କ ଗାଡି ଆଗକୁ ଆସି ନିଜର ଦୁଃଖ ବଖାଣିଥିଲେ।

ସରକାରୀ ଅଧିକାରୀ ଓ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ବାହିନୀ ସସ୍ମିତାଙ୍କୁ ବାରଣ କରିଥିଲେ ସୁଦ୍ଧା କାହାରିକୁ ଖାତିର ନକରି ସସ୍ମିତା ନିଜର ଭଙ୍ଗା ଘର ଦେଖିବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ । ଆଉ ରାଜ୍ୟପାଳ ଗାଡିରୁ ଓହ୍ଲାଇ ସସ୍ମିତାଙ୍କ ଘରର ଦୁରାବସ୍ଥା ଦେଖି ତାଙ୍କୁ ଆବାସ ଯୋଜନାରେ ସାମିଲ କରାଇବା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ୠତୁରାଜ ଓ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ସସ୍ମିତା ନିଜର ଦୁଇ ଝିଅ, ପୁଅ ଓ ସ୍ୱାମୀଙ୍କ ସହ ଏହି ଭଙ୍ଗା ଘରେ ଦୀର୍ଘଦିନ ଧରି ରହି ଆସୁଥିଲେ । ତାଙ୍କ ସ୍ବାମୀ ଦିନ ମଜୁରିଆ ଭାବେ କାମ କରନ୍ତି । ଘରଟିଏ ପାଇଁ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ। ଆଜି ରାଜ୍ୟପାଳ ତାଙ୍କ ଗାଁକୁ ଆସିଥିବାବେଳେ ସସ୍ମିତା ଦୁଃଖ ଜଣାଇବାପରେ ରାଜ୍ୟପାଳଙ୍କ ପ୍ରତିଶ୍ରୁତି ଓ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ବୋଲି ଆଶା ରଖିଛନ୍ତି ସସ୍ମିତା।

ଏହା ମଧ୍ୟ ପଢନ୍ତୁ...ରାଜ୍ୟପାଳଙ୍କ ଝାରସୁଗୁଡ଼ା ଗସ୍ତ, ସରକାରୀ ଯୋଜନା ବିଷୟରେ କଲେ ଆଲୋଚନା

ଏହି ଘଟଣାକୁ ନେଇ ବର୍ତ୍ତମାନ ଜୋର ଧରିଛି ଚର୍ଚ୍ଚା । କେନ୍ଦ୍ରାପଡାରେ ମହାମହିମ ରାଜ୍ୟପାଳ ରଘୁବର ଦାସ ପୂର୍ବାହ୍ନରେ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ନେବା ପରେ ଆରମ୍ଭ ହୋଇଥିଲା ଜିଲ୍ଲା ପରିକ୍ରମା । ପ୍ରଥମେ ରାଜ୍ୟପାଳ ଜଜାଙ୍ଗ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ କେନ୍ଦ୍ର ସରକାରଙ୍କ ପୋଷଣ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ । ପରେ ପରେ ଜଜାଙ୍ଗ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଭେଟି ସଂକଳ୍ପ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେପରେ ପଟ୍ଟାମୁଣ୍ଡାଇ କସଣଟା ପଞ୍ଚାୟତ ହାଇସ୍କୁଲ, ପ୍ଲମ୍ବର ଟେକ୍ନୋଲୋଜି ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ସେହିପରି ପଟ୍ଟାମୁଣ୍ଡାଇ ଅଡିଟୋରିୟମରେ ଚାଷୀ, ମତ୍ସ୍ୟଜୀବୀ ଓ ଗ୍ରାମବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ରାଜ୍ୟପାଳ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.