କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ଗରଦପୁର ବ୍ଲକର ବରିଷ୍ଠ ସୁପରଭାଇଜର । ଅଙ୍ଗନୱାଡି ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟର ବିଲ୍ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଫସିଲେ ସୁପରଭାଇଜର କବିତା ବେହେରା ।
ଅଭିଯୋଗ ଅନୁଯାୟୀ, ପଦ୍ମପୁର ପଞ୍ଚାୟତର ମହମୁଦା ଅଙ୍ଗନୱାଡି ସେଣ୍ଟରର କର୍ମୀ ବିନୋଦିନୀ ମହାରଜାଙ୍କୁ ସେଣ୍ଟରରେ ବ୍ୟାପକ ଅନିୟମିତତା, ବିଭିନ୍ନ ପ୍ରକାରର କାଗଜପତ୍ରରେ ଭୁଲ ଦର୍ଶାଇ ଦୀର୍ଘ ତିନିମାସ ହେବ ରନ୍ଧାଖାଦ୍ୟ ବାବଦକୁ ବିଲ ନଦେବା ଓ ତାଙ୍କର ଦରମା ଟଙ୍କାକୁ ବନ୍ଦ କରି ଦିଆଯାଇଥିଲା। ସୁପରଭାଇଜର କବିତା ବେହେରା ଏସବୁ କାର୍ଯ୍ୟଗୁଡିକୁ ଠିକ କରାଇବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଏନେଇ ଅଙ୍ଗନକର୍ମୀ ବିନୋଦିନୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲା । ଯୋଜନା ମୁତାବକ ଆଜି ବିନୋଦୀନି 5000 ଟଙ୍କା ଲାଞ୍ଚ ନେଇ କବିତାଙ୍କ ନିକଟକୁ ଯାଇଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ବାସଭବନ ଉପରେ ମଧ୍ୟ ଚଢାଉ କରିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ