ETV Bharat / state

କୁଖ୍ୟାତ ଅପରାଧି ପଶାର ଘରକୁ ମାଟିରେ ମିଶାଇଲା ପ୍ରଶାସନ

author img

By

Published : Jun 13, 2023, 10:40 AM IST

ସରକାରୀ ଜାଗାରେ ଘର କରିଥିଲା କୁଖ୍ୟାତ ଅପରାଧୀ ପ୍ରଶାନ୍ତ ଦାସର ଘର ଭାଙ୍ଗିଲା ଜିଲ୍ଲା ପ୍ରଶାସନ। ଅଧିକ ପଢନ୍ତୁ

gangster house demolished
gangster house demolished
କୁଖ୍ୟାତ ଅପରାଧି ପଶା

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟାର ବିଭୁ ଓରଫ ପ୍ରତାପ ସାହୁଙ୍କୁ ଅପହରଣ ମାମଲାରେ ଆକ୍ସନ ମୋଡ୍‌ରେ ଜିଲ୍ଲା ପ୍ରଶାସନ । କୁଖ୍ୟାତ ଅପରାଧୀ ପ୍ରଶାନ୍ତ ଦାସ ଓରଫ ପଶାର ସରକାରୀ ଜାଗାରେ ଥିବା ଘରକୁ ଭାଙ୍ଗିଲା ଜିଲ୍ଲା ପ୍ରଶାସନ। ପୋଲିସ ପ୍ରଶାସନର ଅନୁରୋଧ କ୍ରମେ ଜେସିବି ଲଗାଇ ଭାଙ୍ଗାଯାଇଛି । ଘଟଣାସ୍ଥଳରେ ସଦର ଆଇଆଇସି ସରୋଜ ସାହୁଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ସରୁନି ଦାଦନ ଦୁଃଖ, ଅନ୍ୟ ରାଜ୍ୟରୁ ଘରକୁ ଫେରିଲା ଦୁଇ ଦାଦନ ଶ୍ରମିକଙ୍କ ମୃତଦେହ

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ତାଳସଙ୍ଗା ଗ୍ରାମର ପ୍ରଶାନ୍ତ ଦାସ ଓରଫ ପଶା କିଛି ଦିନ ହେବ ସରକାରୀ ଜମିକୁ ଜବରଦଖଲରେ ଆଣି ସେଠାରେ ଏକ ଘର ତିଆରି କରିଥିଲେ । ସେହି ଘରେ ଅପରାଧୀ ମାନଙ୍କର ଆଡ୍ଡା ଚାଲୁଥିଲା ବୋଲି ପ୍ରଥମେ ସନ୍ଦେହ କରିଥିଲା ପୋଲିସ । ସ୍ଥାନୀୟ ଗ୍ରାମବାସୀ ଏହାକୁ ବିରୋଧ କରୁଥିଲେ ମଧ୍ୟ ପ୍ରଶାନ୍ତ ଦାସ ସେମାନଙ୍କୁ ନାନାଦି ଧମକ ଚମକ ଦେଉଥିଲା । ଫଳରେ ସେହି ଘରେ ଅପରାଧୀ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିଚାଲିଥିବା ଯୋଗୁଁ କିଛି ଲୋକ ସାହସ ବାନ୍ଧି ଏକାଠି ହୋଇ ଜିଲ୍ଲା ପ୍ରଶାସନକୁ ଏ ବିଷୟରେ ଅବଗତ କରାଇଥିଲେ ।

ସୋମବାର ଜିଲ୍ଲା ପ୍ରଶାସନ ପ୍ରତାପ ସାହୁ ଓରଫ ବିଭୂକୁ ଅପହରଣ କରିଥିବା ସନ୍ଦେହ ଥିବା ପ୍ରଶାନ୍ତ ଦାସ ଘର ଉପରେ ବୁଲଡୋଜର ଚଢାଇ ଭାଙ୍ଗିଥିଲା । ତେବେ ଉତ୍ତରପ୍ରଦେଶର ଯୋଗୀ ମଡେଲ ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । ଅପରାଧିକ ସାମ୍ରାଜ୍ୟର ଆଡ୍ଡା ସ୍ଥଳ ଥିବା ଘରକୁ ଭାଙ୍ଗିବା ପରେ ପରେ ପଶା ଚୁପ ବସୁଛି ନା ଅନ୍ୟ କୌଣସି ପଦକ୍ଷେପ ଆପଣାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରୁଛି ଏବେ ତାହାକୁ ଅପେକ୍ଷା ।

ଜୁନ୍‌ 2 ତାରିଖରେ ଗ୍ୟାଙ୍ଗଷ୍ଟାର ବିଭୁକୁ ଅପହରଣ କରାଯାଇଥିଲା । ମୁଖା ପିନ୍ଧି ବନ୍ଧୁକ ମୁନରେ ବିଭୁକୁ ଉଠାଇ ନେଇଥିଲେ କିଛି ଦୁର୍ବୃତ୍ତ । ଏନେଇ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ ଗ୍ୟାଙ୍ଗଷ୍ଟାର ବିଭୁଙ୍କ ସ୍ତ୍ରୀ ସୌଦାମିନୀ ସାହୁ । ପୂର୍ବ ଶତ୍ରୁତାରୁ ତାଙ୍କୁ ଅପହରଣ କରାଯାଇଥିବା ସେ ଅଭିଯୋଗ କରିଥିଲେ । ଅପହରଣରେ ଗୋଟିଏ ବୋଲେରୋ, ଗୋଟିଏ ଟ୍ୟାକ୍ସି ଏବଂ 8ଟି ବାଇକ ବ୍ୟବହାର କରିଥିଲେ ଦୁର୍ବୃତ୍ତ । ଏହି ଅପହରଣ ଘଟଣାରେ କୁଖ୍ୟାତ ଅପରାଧୀ ପ୍ରଶାନ୍ତ ଦାସର ହାତ ଥିବା ପୋଲିସ ସନ୍ଦେହ କରିଥିଲା। ଶେଷରେ ତାର ଘରକୁ ଗତକାଲି ବୁଲଡୋଜର ଲଗାଇ ଭଙ୍ଗା ଯାଇଥିଲା।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.