ETV Bharat / state

ଗ୍ୟାଙ୍ଗଷ୍ଟାର ହାଇଦରର କ୍ରାଇମ ଚାପ୍ଟର କ୍ଲୋଜ: ୪ଟି ଗୁଳିରୁ ବଞ୍ଚିଥିଲା ୪ଟି ଗୁଳିରେ ଟଳି ପଡିଲା - funeral

୧୯୮୬ ମସିହାରେ ଅପରାଧ ଜଗତରେ ପାଦ ଦେଇଥିଲା ସେକ ହାଇଦର। ଅପରାଧ ଜଗତରେ ପାଦ ଦେବା ଆଗରୁ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିବା ହାଇଦର ଯେ ଦିନେ ଏଭଳି ମୋଷ୍ଟ ୱାଣ୍ଟେଡ଼ କ୍ରିମିନାଲ ପାଲଟିଯିବ ତାହା ଥିଲା କଳ୍ପନା ବାହାରେ । ଅଧିକ ପଢନ୍ତୁ...

ଗ୍ୟାଙ୍ଗଷ୍ଟାର ହାଇଦର ଜୀବନରେ ଯବନିକା, ୪ଟି ଗୁଳିରୁ ବଞ୍ଚିଥିଲା,୪ଟି ଗୁଳିରେ ଟଳି ପଡିଲା

author img

By

Published : Jul 26, 2021, 7:52 AM IST

Updated : Jul 26, 2021, 8:45 AM IST

କେନ୍ଦ୍ରାପଡା: ମାଟିରେ ମିଶିଲା ହାର୍ଡକୋର ଅପରାଧି ସେକ ହାଇଦର ଅଲ୍ଲୀର ପାଥିବ ଶରୀର । ଗତକାଲି ଜନ୍ମମାଟି କେନ୍ଦ୍ରାପଡାରେ ପହଞ୍ଚିବା ପରେ ରଣପଡ଼ା କବରସ୍ଥାନରେ ସମାପ୍ତ ହୋଇଛି ଶେଷକୃତ୍ୟ । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା । କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡ଼ାଇବା ପାଇଁ ଶନିବାର ଠାରୁ ସହର ସମେତ ସହର ସଂଲଗ୍ନ ଅନ୍ୟ ୪ଟି ପଞ୍ଚାୟତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ରାତି ୯ଟାରେ ହାଇଦରର ମୃତଦେହ କେନ୍ଦ୍ରାପଡା ପହଞ୍ଚିବା ପରେ ତାର ବାସଭବନକୁ ମୃତଦେହ ନିଆନଯାଇ ସିଧାସଳଖ ରଣପଡ଼ା କବରସ୍ଥାନକୁ ନିଆଯାଇଥିଲା।

ଗ୍ୟାଙ୍ଗଷ୍ଟାର ହାଇଦରର କ୍ରାଇମ ଚାପ୍ଟର କ୍ଲୋଜ: ୪ଟି ଗୁଳିରୁ ବଞ୍ଚିଥିଲା ୪ଟି ଗୁଳିରେ ଟଳି ପଡିଲା

ପରିବାର ଲୋକଙ୍କୁ ଉକ୍ତ କବରସ୍ଥାନରେ ଶେଷ ଦର୍ଶନ ସୁଯୋଗ ଦିଆଯାଇଥିବା ବେଳେ ସେଠାରେ ହାଇଦର ପାଇଁ ଅନ୍ତିମ ନମାଜ ପାଠ କରାଯାଇ ଜନାଜା ବାହାର କରାଯାଇଥିଲା । ହାଇଦରର ଏନକାଉଣ୍ଟର ଓ ଗତକାଲି ଶେଷକୃତ୍ୟ ସମ୍ପନ୍ନ ପରେ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିରେ କୌଣସି ପ୍ରଭାବ ଦେଖିବାକୁ ମିଳିନଥିବା ବେଳେ ଜିଲ୍ଲାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ସେହିପରି ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ୧୪୪ଧାରା ବଳବତ୍ତର ସମ୍ପର୍କରେ ଜିଲ୍ଲାପାଳ ଓ ଏସପି ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି ଆଇଜି।

ତେବେ ୧୯୮୬ ମସିହାରେ ଅପରାଧ ଜଗତରେ ପାଦ ଦେଇଥିଲା ସେକ ହାଇଦର । ଅପରାଧ ଜଗତରେ ପାଦ ଦେବା ଆଗରୁ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିବା ହାଇଦର ଯେ ଦିନେ ଏଭଳି ମୋଷ୍ଟ ୱାଣ୍ଟେଡ଼ କ୍ରିମିନାଲ ପାଲଟିଯିବ ତାହା ଥିଲା କଳ୍ପନା ବାହାରେ । ପ୍ରଥମେ ଚୋରି,ଡକାୟତି ଓ ମାଡପିଟରୁ ଅପରାଧ ଜଗତରେ ପାଦ ଥାପିଥିବା ଟେକର ଡ୍ରାଇଭର ହାଇଦର ଏକ ଘଟଣା କ୍ରମରେ କେନ୍ଦ୍ରାପଡ଼ା ସହରରେ ଟିଟୋ ଓ ସୋଲେମାନ ସହ ମିଶି ଅପରାଧ କରିବା ଜାରି ରଖିଥିଲା । ସମୟକ୍ରମେ ଟିଟୋ ଠାରୁ ଦୁରେଇ ଯାଇ ନିଜେ ଏକ ଗ୍ୟାଙ୍ଗ ଗଢିଥିଲା ।

ଅନ୍ୟପଟେ ୧୯୯୨ ମସିହାରେ ତା ଘର ନିକଟ ଗୋବରୀ କାଠପୋଲ ଉପରେ ତତ୍କାଳୀନ କେନ୍ଦ୍ରାପଡ଼ା ଟାଉନ ଥାନା ଅଧିକାରୀ ଜୟଦେବ ଷଡ଼ଙ୍ଗୀଙ୍କ ପ୍ରଥମେ ଏନକାଉଣ୍ଟର ଶିକାର ହୋଇଥିଲା ହାଇଦର । ପରେ ୨୦୦୨ ମସିହାରେ ସୋଲେମାନର ଅତି ବିଶ୍ୱସ୍ତ ସହଯୋଗୀ ବିଜୟ ନାୟକ ଏବଂ ସୋଲେମାନର ଭଣଜା ପିଙ୍କୁ ଦ୍ୱାରା ୨୦୦୨ ମସିହାରେ ଗୁଳିର ଶିକାର ହୋଇ ବଞ୍ଚିଯାଇଥିଲା ହାଇଦର । ତେବେ ଗତ ଏପ୍ରିଲ ୧୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରୁ ଚମ୍ପଟ ମାରି ତେଲେଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାରୁ ପୋଲିସ ହାତରେ ୧୫ ତାରିଖରେ ଧରା ପଡିଥିଲା ହାଇଦର ।

ତେବେ ଗତ ଶନିବାର ସୁରକ୍ଷା ଦୃଷ୍ଟିକୋଣରୁ ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଏକ ସ୍ଥାନରେ ପ୍ରଥମେ ପରିଶ୍ରା ବାହାନା କରି ସୁରକ୍ଷାକର୍ମୀଙ୍କ ବନ୍ଧୁକ ଛଡାଇ ପୁନଃ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଆଇଆଇସି ଓ ସବ ଇନ୍ସିପେକ୍ଟରଙ୍କ ଗୁଳିର ଶିକାର ହୋଇଥିଲା ହାଇଦର । ସେଠାରୁ ତାକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ହାଇଦରକୁ ମୃତ ଘୋଷଣା କରିଥିଲେ । ତେବେ ରୋଚକମୟ କଥା ହେଉଛି ୧୯୯୨ ମସିହାରେ ପୋଲିସ ଠାରୁ ୪ଟି ଗୁଳି ଖାଇ ବଞ୍ଚିଯାଇଥିବା ହାଇଦରର ଜୀବନ ୪ଟି ଗୁଳିହିଁ ନେଇଛି । ଅପରାଧିକ କାର୍ଯ୍ୟକଳାପରେ ସବୁବେଳେ ଆଗରେ ଅପ୍ରତିଦ୍ବନ୍ଦି ବାଦଶାହ ହେବାକୁ ଚାହିଁଥିବା ହାଇଦରର ଏଥିସହ ହୋଇଛି ଅନ୍ତ। ଗତକାଲି ବ୍ୟବେଚ୍ଛେଦ ପରେ ଜନ୍ମମାଟିରେ ହାଇଦରର ମୃତ ଦେହ ପହଞ୍ଚି ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ।

Last Updated : Jul 26, 2021, 8:45 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.