ETV Bharat / state

ଜଙ୍ଗଲ ଜମି ଜବରଦଖଲ ମାମଲା: ପ୍ରଶାସନ ଭାଙ୍ଗିଦେଲା ଅସ୍ଥାୟୀ କୁଡିଆ, ମୁହାଁମୁହିଁ ପ୍ରଶାସନ-ଜନତା

ଜବରଦଖଲ ଜଙ୍ଗଲ ଜମିରେ ଚାଷୀଙ୍କର ଛୋଟ ଅସ୍ଥାୟୀ କୁଡିଆଘରକୁ ବନବିଭାଗ ଭାଙ୍ଗି ଦେବା ସହିତ ଏଠାରେ ବେଆଇନ ଚିଙ୍ଗୁଡି ଘେରିକୁ ଉଚ୍ଛେଦ କରିଥିବା ଘଟଣାରେ ଏବେ ମୁହାଁମୁହିଁ ପ୍ରଶାସନ ଓ ଜନତା। ଅଧିକ ପଢନ୍ତୁ...

ପ୍ରଶାସନ ଭାଙ୍ଗିଦେଲା ଅସ୍ଥାୟୀ କୁଡିଆ, ମୁହାଁମୁହିଁ ପ୍ରଶାସନ-ଜନତା

author img

By

Published : Jan 17, 2021, 3:31 PM IST

କେନ୍ଦ୍ରାପଡା: ଜବରଦଖଲ ଜଙ୍ଗଲ ଜମିରେ ଚାଷୀଙ୍କର ଛୋଟ ଅସ୍ଥାୟୀ କୁଡିଆଘରକୁ ବନବିଭାଗ ଭାଙ୍ଗି ଦେବା ସହିତ ଏଠାରେ ବେଆଇନ ଚିଙ୍ଗୁଡି ଘେରିକୁ ଉଚ୍ଛେଦ କରିଥିବା ଘଟଣାରେ ଏବେ ମୁହାଁମୁହିଁ ପ୍ରଶାସନ ଓ ଜନତା। ବନବିଭାଗ ବିରୋଧରେ ଏମାନେ କୋର୍ଟରେ କିପରି କଣ ଅଭିଯୋଗ କଲେ ଯାହାକୁ ନେଇ କୋର୍ଟ ବନ ବିଭାଗ ବିରୋଧରେ ଏମାନଙ୍କୁ କ୍ଷତି ପୂରଣ ବାବଦକୁ ୭ କୋଟି ଟଙ୍କା ଦେବାକୁ ଆଦେଶ ଦେଇଥିବା ଅଭିଯୋଗ ହେଉଛି ।

ପ୍ରଶାସନ ଭାଙ୍ଗିଦେଲା ଅସ୍ଥାୟୀ କୁଡିଆ, ମୁହାଁମୁହିଁ ପ୍ରଶାସନ-ଜନତା

କେନ୍ଦ୍ରାପଡ଼ା ମହାକାଳପଡ଼ା ତହସିଲ ଅଧିନରେ ଥିବା ସରକାରୀ ଜମିକୁ ଜବର ଦଖଲ କରିବା ଓ ସରକାରୀ ବିଭାଗ ଏହି ଜମିକୁ ଜବରଦଖଲ ମୁକ୍ତ କଲେ ବିଭାଗକୁ କୋଟିକୋଟି ଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଥିବାରୁ ଏବେ ମୁହାଁମୁହିଁ ପରିସ୍ଥିତିରେ ଜନତା ଓ ପ୍ରଶାସନ । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ମହାନଦୀ ମୁହାଣ ନିକଟରେ ରହିଛି ବତୀଘର ପଞ୍ଚାୟତ। ମହାନଦୀର ମୁହାଣରେ ସୃଷ୍ଟ ପ୍ରାକୃତିକ ଲୁଣା ଜଙ୍ଗଲକୁ କାଟି ଏହି ଅଞ୍ଚଳର ହଜାର ହଜାର ଏକର ଜଙ୍ଗଲ ଜମିକୁ ପୂର୍ବ କାଳରୁ ନିଜ କବଜାକୁ ନେଇଯାଇଛନ୍ତି । ଏଠାରେ ଥିବା ସରଳିକୁଦ, ଯୋଗୀଧାନକୁଦ, ହେଟାମୁଣ୍ଡିଆ ଆଦି ଅଞ୍ଚଳର ହଜାର ହଜାର ଏକର ସରକାରୀ ଜମିକୁ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ଭୂତମୁଣ୍ଡାଇ ଆଦି ଅଞ୍ଚଳର ଲୋକେ ମାଡିବସିଥିବା ଅଭିଯୋଗ ହୋଇଆସୁଛି।

ତେବେ ସରକାରୀ ଜମିକୁ ଜାଲ ବର୍ଦ୍ଧମାନ ରାଜାଙ୍କ ହାତଲେଖା, ମିଛ ପାଉତିକୁ ଆୟୁଧ କରି କୋର୍ଟ କଚେରୀରେ ମାମଲା କରିଛନ୍ତି ବୋଲି କୁହନ୍ତି ପ୍ରଶାସନର ଅଧିକାରୀ। ସରକାରୀ ଓକିଲ ମାନଙ୍କୁ ହାତକରି କେତେକ ଜମି ଜବର ଦଖଲକାରୀ କଳକୌଶଳକ୍ରମେ କୋର୍ଟରେ ନିଜ ସପକ୍ଷରେ ଜମିର ମାଲିକାନା ନେବାକୁ ସକ୍ଷମ ହୋଇପାରିଥିବା ବେଳେ ଯେଉଁମାନେ ସେହି ବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି ସେମାନେ ଏମିତି ଲଢେ଼ଇ କରିବା ଆରମ୍ଭ କରିଛନ୍ତି । ଏବେ ପୁଣି ଏହି ଜବରଦଖଲ ମୁକ୍ତ ଜମିକୁ ଜବରଦଖଲ କରିବାକୁ ଆରମ୍ଭ ହୋଇଛି ଲଢେଇ । ଜଗତସିଂହପୁର ଜିଲ୍ଲାରେ ଏହି ଚାଷୀ ମାନଙ୍କ ସହିତ ହାତ ମିଳାଇଛନ୍ତି କେନ୍ଦ୍ରାପଡା ଜିଲ୍ଲାର କିଛି ତଥାକଥିତ ନେତା । ଏହି ଜମିକୁ ପୁଣି ବନ ବିଭାଗ ହାତରୁ ଛଡେଇନେବାକୁ ଆଜି ଶହଶହ ଜଗତସିଂହପୁର ଜିଲ୍ଲାର ଲୋକେ ବୋଟରେ ହେଟାମୁଣ୍ଡିଆ ଆସିଥିଲେ । ସେମାନଙ୍କ ସହିତ ସାମିଲ ହୋଇଥିଲେ କିଛି କେନ୍ଦ୍ରାପଡା ଜିଲ୍ଲାର ଲୋକେ । ଗଣ୍ଡଗୋଳର ସମ୍ଭାବନା କରି ବନବିଭାଗ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କୁ ପୋଲିସ ବଳ ଓ ମାଜିଷ୍ଟ୍ରେଟ ଯୋଗାଇଦେବାକୁ ଅନୁରୋଧ କରିଥିଲା ।

ବନବିଭାଗର ଅନୁରୋଧରେ କେନ୍ଦ୍ରାପଡା ଏସପି ୪ ପ୍ଲାଟୁନ ସଶସ୍ତ୍ର ପୋଲିସ ବଳ ଓ ପୋଲିସ ଅଫିସର ଯୋଗାଇ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମହାକାଳପଡା ତହସିଲଦାର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରିସ୍ଥିତିକୁ ଅଣାୟତ ହେବାକୁ ଦେଇନଥିଲା କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ସରକାର ମହାନଦୀ ମୁହାଣରୁ ୧୩ କିଲୋମିଟର ଭିତରକୁ ଆଖଡାଶାଳୀ ଠାରେ ନଦୀଭିତ୍ତିକ ବନ୍ଦର ନିର୍ମାଣ କରିବାକୁ ଯାଉଛନ୍ତି । ଏଠାରେ ବନ୍ଦର ନିର୍ମାଣ ହେଲେ ଏହି ପାଖାପାଖି ଅଞ୍ଚଳରେ ବନ୍ଦର ଭିତ୍ତିକ ଶିଳ୍ପ ଓ କଳକାରଖାନା ଗଢି ଉଠିବ । ଏହାକୁ ଆଖିଆଗରେ ରଖି ଏହି ଜମି ଜବରଦଖଲକାରୀ ମାନେ ଏବେ ସକ୍ରିୟ ହୋଇପଡିଥିବା କେନ୍ଦ୍ରାପଡା ଜିଲ୍ଲାର ବୁଦ୍ଧିଜୀବୀ ମାନେ ସନ୍ଦେହ କରିଛନ୍ତି ।

ଶିଳ୍ପ ସଂସ୍ଥା ଯଦି ଗଢି ଉଠେ ତେବେ ଏହି ଜମି ମାଫିଆ ମାନେ ନିଜ ଦଖଲର ଏହି ଜମିକୁ ଶିଳ୍ପ ସଂସ୍ଥା ମାନଙ୍କୁ ହସ୍ତାନ୍ତର କରି କୋଟିକୋଟି ଟଙ୍କା କମାଇବାର ଜିହ୍ବାଲାଳସା କଲେଣି ବୋଲି ଅଭିଯୋଗ ଆରମ୍ଭ ହୋଇଛି । ଏସବୁ ସରକାରୀ ଜମି ଯଦି ସରକାରଙ୍କ ପାଖରେ ଥାଏ, ତେବେ ସରକାର ତାହାକୁ ଉପଯୋଗ କରିପାରିବେ ନହେଲେ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି ଜମି ଜବରଦଦଖଲକାରୀଙ୍କ ଠାରୁ ଜମି କିଣିବେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଆଜି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଏହି ଜମି ଦଖଲକାରିଙ୍କ ନେତାଙ୍କ ମଧ୍ୟରେ ଏକ ଅଣଔପଚାରିକ କଥାବାର୍ତ୍ତା ହୋଇଛି । ଆସନ୍ତା ୨୭ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଏହି ଜମି ଦଖଲକାରି ଓ ବନବିଭାଗ ମଧ୍ୟରେ ଏକ ତ୍ରିମୁଖୀ ଆଲୋଚନା ହେବାର ବାଟ ବାହାରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.