ETV Bharat / state

ମଦ ବିକ୍ରି କରିବା ଅଭିଯୋଗରେ ବନ୍ଧା ହେଲେ ପୂର୍ବତନ ସରପଞ୍ଚ - Former Sarpanch

ମଦ ବିକ୍ରି କରିବା ପଡିଲା ମହଙ୍ଗା । 50 ଲିଟରରୁ ଅଧିକ ବିଦେଶୀ ମଦ ଜବତ । ବନ୍ଧା ହେଲେ ପୂର୍ବତନ ସରପଞ୍ଚ । ଅଧିକ ପଢନ୍ତୁ....

Flying squard arrested Former Sarpanch for Illegal wine selling
ମଦ ବିକ୍ରି କରିବା ଅଭିଯୋଗରେ ବନ୍ଧା ହେଲେ ପୂର୍ବତନ ସରପଞ୍ଚ
author img

By

Published : Oct 16, 2020, 11:04 AM IST

Updated : Oct 16, 2020, 12:16 PM IST

କେନ୍ଦ୍ରାପଡା: 50 ଲିଟରରୁ ଅଧିକ ବିଦେଶୀ ମଦ ଜବତ ସହ ଜଣେ ଗିରଫ । ମଦ ବିକ୍ରି କରିବା ଅଭିଯୋଗରେ କେନ୍ଦ୍ରାପଡାର ଚାନ୍ଦୋଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅଧିନ ଚାନ୍ଦୋଳ ବଜାରରେ ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଦାସ ଓରଫ ବାବୁ ଦୀର୍ଘଦିନ ଧରି ବେଆଇନ ଭାବେ ବିଦେଶୀ ମଦ ବ୍ୟବସାୟ କରି ଆସୁଥିଲା। ଗତ ସାଧାରଣ ନିର୍ବାଚନ ସମୟରେ ସେ ବେଆଇନ ଭାବେ ମଦ ବ୍ୟବସାୟ କରିବା ନେଇ ଗିରଫ କରାଯାଇଥିଲା।

ମଦ ବିକ୍ରି କରିବା ଅଭିଯୋଗରେ ବନ୍ଧା ହେଲେ ପୂର୍ବତନ ସରପଞ୍ଚ

ଶୁକ୍ରବାର କୌଣସି ସୂତ୍ରରୁ ଖବର ପାଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ଜଗଦୀଶ ସାମଲଙ୍କ ନେତୃତ୍ୱରେ ଏକ ଟିମ ସରପଞ୍ଚଙ୍କ ବାସଭବନରେ ଚଢ଼ାଉ କରିଥିଲେ। ତେବେ ସେ ଅବକାରୀ ବିଭାଗ ସହ ଧସ୍ତାଧସ୍ତି କରି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଅବକାରୀ ବିଭାଗ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Oct 16, 2020, 12:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.