ETV Bharat / state

ଶୋକସଭାରେ ପରିଣତ ହେଲା ବାହାଘର ଶୋଭାଯାତ୍ରା, ଅଗ୍ନିକାଣ୍ଡରେ ଚାଲିଗଲା କଅଁଳ ଜୀବନ

author img

By ETV Bharat Odisha Team

Published : Dec 8, 2023, 9:20 AM IST

ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଅଘଟଣ । ଅଗ୍ନିକାଣ୍ଡ ଘଟିବାରୁ 5 ବର୍ଷ ଶିଶୁର ମୃତ୍ୟୁ । ଅଧିକ ପଢ଼ନ୍ତୁ

Etv Bharat
Etv Bharat
ଶୋକସଭାରେ ପରିଣତ ହେଲା ବାହାଘର ଶୋଭାଯାତ୍ରା

କେନ୍ଦ୍ରାପଡ଼ା: ଘରେ ପୁଅର ବାହାଘରକୁ ନେଇ ଚାରିଆଡେ ଖୁସିର ମାହୋଲ । ବରଯାତ୍ରୀ ପାଇଁ ବର ରେଡ୍ଡି ଡିଜେ ସାଉଣ୍ଡ ବି ରେଡ୍ଡି ଥିଲା । କିଛି ସମୟ ପରେ ବରକୁ ଧରି ନାଚି ନାଚି ବାହାରିଥାନ୍ତା ବରଯାତ୍ରୀ । କିନ୍ତୁ ନିମିଷକ ମଧ୍ୟରେ ଶେଷ ହୋଇଗଲା ସବୁ କିଛି । ବରଯାତ୍ରୀ ପାଇଁ ବାହାରିଥିବା ଶୋଭାଯାତ୍ରା ଶୋକସଭାରେ ପରିଣତ ହୋଇଗଲା । ହଠାତ ଘରେ ନିଆଁ ଲାଗିବାରୁ ଚାଲିଗଲା 5 ବର୍ଷ ଶିଶୁର ଜୀବନ । ବରଯାତ୍ରୀଙ୍କ ପାଇଁ ରଖାଯାଇଥିବା ପେଟ୍ରୋଲରେ ନିଆଁ ଲାଗିବାରୁ ଘଟିଲା ଏପରି ଅଘଟଣା । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳର ବଡ଼ପଡ଼ା ଗାଁରେ। ନିଆଁରେ ପୋଡ଼ି ହୋଇ 2 ଜଣ ଆହତ ହୋଇଥିବା ବେଳେ ୨ ବଖରା ଘର ଜଳିଯାଇଛି ।

ଏହା ମଧ୍ୟ ପଢନ୍ତୁ-ନିଆଁରେ ପୋଡ଼ି ହୋଇ ଯୁବତୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ମିଳିଥିବା ସୂଚନା ଅନୁଯାଯୀ, ଗୁରୁବାର ଗାଁର ରତ୍ନାକର ମଲ୍ଲିକଙ୍କ ପୁଅ ବାହାଘର ରହିଥିଲା । ବରଯାତ୍ରୀଙ୍କ ବାଇକ୍‌ରେ ପେଟ୍ରୋଲ ପକାଇବା ପାଇଁ ଗୋଟିଏ ଜାର ପେଟ୍ରୋଲ ଘରେ ରଖାଯାଇଥିଲା । ବରଯାତ୍ରୀ ବାହାରିବା ପୂର୍ବରୁ ବାଇକ୍‌ରେ ଯାଉଥିବା ଲୋକଙ୍କୁ ପେଟ୍ରୋଲ୍‌ ବଣ୍ଟା ଯାଉଥିଲା । ଜଣଙ୍କ ପରେ ଜଣେ ଆସି ପେଟ୍ରୋଲ୍‌ ନିଜ ବାଇକ୍‌ରେ ପକାଉଥିଲେ । ଏହି ସମୟରେ ହଠାତ ପେଟ୍ରୋଲ ରଖାଯାଇଥିବା ଘର ଜଳି ଉଠିଥିଲା । ଫଳରେ ଘରେ ଥିବା 5 ବର୍ଷ ଶିଶୁର ଜୀବନ ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ବାହାଘରରେ ଯୋଗଦେବାକୁ ଯିବା ବାଟରେ ଦୁର୍ଘଟଣା, 4 ଗୁରୁତର

ଏହା ମଧ୍ୟ ପଢନ୍ତୁ-ଅଳିଆ ଗଦାରେ ନିଆଁ ଲାଗି ବିସ୍ଫୋରଣ, ଦୁଇ ଶିଶୁ ଗୁରୁତର

ପଡ଼ୋଶୀ ତପନ ମଲ୍ଲିକ ଓ ଉପେନ୍ଦ୍ର ମଲ୍ଲିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ନିଆଁରେ ୨ ବଖରା ଘର ଓ ବାହାଘର ପାଇଁ ସଜା ହୋଇଥିବା ଟେଣ୍ଟ ଜଳିଯାଇଥିଲା । ଏନେଇ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପଟେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପେଟ୍ରୋଲରେ ସିଗାରେଟ୍‌ ନିଆଁ ଲାଗିବାରୁ ଏପରି ଭୟଙ୍କର ଘଟଣା ଘଟିଥିବା ଅନୁମାନ କରାଯାଉଛି। ସେହିପରି ସର୍ଟସାର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ମଧ୍ୟ ସନ୍ଦେହ କରାଯାଉଛି । ମୃତ ଶିଶୁ ଜଣଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି ନା ନାହିଁ ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.