ETV Bharat / state

ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଘଟଣା; ଜାହାଜ ଜବତ, ୧୧ ଗିରଫ

author img

By

Published : Apr 10, 2021, 7:03 AM IST

Updated : Apr 10, 2021, 8:41 AM IST

କେନ୍ଦ୍ରାପଡ଼ା ତାଳଚୁଆ ସାମୁଦ୍ରିକ ଥାନା ଅଧିନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଜାହାଜ ଜବତ। ଏହି ଘଟଣାରେ ସମ୍ପୃକ୍ତି ଥିବା ୧୧ ଜଣଙ୍କୁ ଗିରଫ କରାଯାଇଛି। ଅଧିକ ପଢନ୍ତୁ....

ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଘଟଣା; ଜାହାଜ ଜବତ, ୧୧ଗିରଫ

କେନ୍ଦ୍ରାପଡା:ଅଲିଭ ରିଡଲେ କଇଁଛ ମାନଙ୍କ ଅଣ୍ଡାଦାନ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଅକ୍ଟୋବର ୧ ରୁ ମେ’ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ଉପରେ ନିଷିଦ୍ଧାଦେଶ ଜାରି କରିଥାଏ ବନବିଭାଗ । ତେବେ କିଛି ଲାଭଖୋର ମାଛଧରାଳି ଏହି ନିଷେଦ୍ଧାଦେଶକୁ ଫୁ କରି ମାଛ ମାରିଥାନ୍ତି ଆଉ ବନବିଭାଗ ସେମାନଙ୍କ ପ୍ରତିରୋଧ କଲେ ସେମାନଙ୍କ ଆକ୍ରମଣ ଶିକାର ହୋଇଥାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଗତମାସ ୧୫ତାରିଖରେ।

ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ତାଳଚୁଆ ସାମୁଦ୍ରିକ ଥାନା ଅଧିନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ସରକାରୀ ନିଷେଦ୍ଧାଦେଶକୁ ଅବଜ୍ଞା କରି ନିୟୁ ଜନନୀ-୧ ନାମକ ଏକ ଜାହାଜରେ ଗତ ମାର୍ଚ୍ଚ ୧୪ ତାରିଖ ରାତିରେ ମାଛ ମାରୁଥିଲେ ଦୁର୍ବୃତ୍ତ।

ଏହି ସମୟରେ ସାମୁଦ୍ରିକ ଅଭୟାରଣ୍ୟ ସୁରକ୍ଷା ଦାୟିତ୍ବରେ ଥିବା ରେଞ୍ଜ ଅଫିସର ଦେବାଶିଷ ଭୋଇ ସଦଳବଳେ ପହଞ୍ଚି ସେମାନଙ୍କୁ ପ୍ରତିରୋଧ କରିବାରୁ ଜାହାଜରେ ଥିବା ସଦସ୍ୟ ରେଞ୍ଜ ଅଫିସର ଓ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପରଦିନ ଅଫିସର ଜଣଙ୍କ ତାଳଚୁଆ ସାମୁଦ୍ରିକ ଥାନାରେ ଏତଲା ଦେଇଥିଲେ ଏବଂ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ।

ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଘଟଣା; ଜାହାଜ ଜବତ, ୧୧ ଗିରଫ

ଏହାପରେ ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ଏକ ସ୍ପୀଡ଼ବୋଟ ପାରାଦ୍ବୀପରୁ ମଗାଯାଇ ଓ ତାଳଚୁଆ ଥାନାକୁ ଅଧିକ ପୋଲିସ କର୍ମଚାରୀ ପଠାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ପାଇଁ ଏକ ଟିମ ତାଳଚୁଆ ଥାନାଧିକାରୀ ଶ୍ରୀକାନ୍ତ ବାରିକଙ୍କ ଅଧିନରେ ଗଠନ କରାଯାଇଥିଲା।

ଗତକାଲି ରାତିରେ ତାଳଚୁଆ ଥାନାଧିକାରୀ ଓ କର୍ମଚାରୀଙ୍କ ଚଢ଼ାଉ ପରେ ଉକ୍ତ ଜାହାଜକୁ ଜବତ କରାଯାଇଥିବା ବେଳେ ୧୧ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଟ୍ଟାମୁଣ୍ଡାଇ SDPO ରଞ୍ଜନ ଦେ। ଏଠାରେ ଉଲ୍ଲେଖଯୋଗ୍ୟ ଏହି ନିୟୁ ଜନନୀ-୧ ମାଛଧରା ଜାହାଜ ନାମରେ ପୂର୍ବରୁ ବେଆଇନ ଭାବେ ମାଛ ମାରୁଥିବା ଅଭିଯୋଗ ରହିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Apr 10, 2021, 8:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.