ETV Bharat / state

ବନ ବିଭାଗର ପାତରଅନ୍ତର ନୀତି, ମୂଲଚାଲରେ ମତ୍ସ୍ୟଜୀବୀଙ୍କୁ ଗିରଫ କରୁଥିବା ଅଭିଯୋଗ - ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା

Fishing ban at Gahirmatha: ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାରେ ଟ୍ରଲର ମାଲିକମାନଙ୍କ ସହ ବନ ବିଭାଗର ମୂଲଚାଲ ଚାଲିଥିବା ନେଇ ଅଭିଯୋଗ । ଅଧିକ ପଢନ୍ତୁ

Fishermen complaint against  forest department

author img

By ETV Bharat Odisha Team

Published : Dec 12, 2023, 11:59 AM IST

Fishermen complaint against forest department

କେନ୍ଦ୍ରାପଡା: ନିଷିଦ୍ଧାଞ୍ଚଳରେ ରକ୍ଷକ ସାଜିଲା ଭକ୍ଷକ । ଯିଏ ଗହୀରମଥା ଭଳି ଏକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଜଗୁଛି ସିଏ ପୁଣି ବେଆଇନ ମାଛ ମାରୁଥିବା ଟ୍ରଲରକୁ ବିଦା କରି ଦେଉଛନ୍ତି । ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି । ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାରେ ଟ୍ରଲର ମାଲିକମାନଙ୍କ ସହ ବନ ବିଭାଗର ମୂଲଚାଲ ଚାଲିଥିବା ନେଇ ଅଭିଯୋଗ ହୋଇଛି । ତେବେ ବେଆଇନ ଭାବେ ଏକାଧିକ ଟ୍ରଲର ମାଛ ମାରୁଥିବା ବେଳେ ଗତକାଲି(ସୋମବାର) ବନ ବିଭାଗ ଦୁଇଟି ଟ୍ରଲର ଧରିବାକୁ ସକ୍ଷମ ହୋଇଥିଲା । ହେଲେ ମୂଲଚାଲ କରି ଗୋଟିଏ ଟ୍ରଲରକୁ ଛାଡି ଦେଇଥିବା ବନ ବିଭାଗ ବିରୋଧରେ ମତ୍ସ୍ୟଜୀବୀ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଅଗରନାଶି ନିକଟରେ ସମୁଦ୍ରକୂଳ ଠାରୁ ୫ କିଲୋମିଟର ମଧ୍ୟରେ ବେଆଇନ ଭାବେ ଏକାଧିକ ଟ୍ରଲର ମାଛ ମାରୁଥିଲେ । ଏନେଇ ବନ ବିଭାଗ ଦୁଇଟି ଟ୍ରଲର ଧରିବାକୁ ସକ୍ଷମ ହୋଇଥିଲା । ସି କିଙ୍ଗ ଟ୍ରଲର ସହିତ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଏକ ଟ୍ରଲରକୁ ବନ ବିଭାଗ ଛାଡି ଦେଇଥିବା ନେଇ ଗିରଫ ହୋଇଥିବା ମତ୍ସ୍ୟଜୀବୀ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ମତ୍ସ୍ୟଜୀବୀଙ୍କୁ ସାତମାସ ସମୁଦ୍ର ମନା, ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପାଇଁ ପ୍ରସ୍ତୁତ ଗହୀରମଥା

ଏହା ମଧ୍ୟ ପଢନ୍ତୁ- କଟକଣା ସତ୍ତ୍ବେ ସମୁଦ୍ରରେ ମାଛ ମାରିଲେ ମତ୍ସଜୀବୀ, 2ଟି ଟ୍ରଲର ଜବତ

ତେବେ ପ୍ରଶ୍ନ ଉଠୁଛି ଅଲିଭ ରିଡ଼ଲେ କଇଁଛମାନଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଉଚ୍ଚ ସ୍ତରୀୟ ବୈଠକ ବସୁଛି । ବନ ବିଭାଗକୁ ପାଟ୍ରୋଲିଂ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ୩ଟି ବୋଟ ଯୋଗାଇ ଦିଆଯାଇଛି । ଏଥିସହ ଗହୀରମଥାରେ ଦେବୀ ମୁହାଣ ଓ ଧାମରା ମୁହାଣ କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ମାରିବା ଉପରେ କଟକଣା କଡାକଡି କରାଯାଇଛି । ହେଲେ ଦୁର୍ଭାଗ୍ୟର ବିଷୟ ହେଉଛି କଇଁଛ ସୁରକ୍ଷା ଦାୟିତ୍ବରେ ଥିବା ବନ ବିଭାଗ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲରକୁ ଧରି ମଧ୍ୟ ମୁଲଚାଲ କରି ଛାଡ଼ି ଦେଉଛନ୍ତି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ''ମୁଁ ଖବର ପାଇଛି ତଦନ୍ତ କରାଯାଇ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।''

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.