ETV Bharat / state

ନାଗମଣିଙ୍କୁ ଝାମ୍ପି ନେଲା କୁମ୍ଭୀର ! ମିଳୁନି ପତ୍ତା - ମାଛ ଧରିବାକୁ ଯାଇ ମତ୍ସଜୀବୀ ନିଖୋଜ

ମାଛ ଧରିବାକୁ ଯାଇ ନିଖୋଜ ବ୍ୟକ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ କେୟାରବାଙ୍କ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

fisherman missing in kendrapara
ମାଛ ଧରିବାକୁ ଯାଇ ମତ୍ସଜୀବୀ ନିଖୋଜ, କୁମ୍ଭୀର ଟାଣି ନେଇଥିବା ସନ୍ଦେହ
author img

By

Published : Jul 13, 2022, 12:38 PM IST

କେନ୍ଦ୍ରାପଡ଼ା: ମାଛ ଧରିବାକୁ ଯାଇ ନିଖୋଜ ବ୍ୟକ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ କେୟାରବାଙ୍କ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ନିଖୋଜ ବ୍ୟକ୍ତି ଜଣକ କେୟାରବାଙ୍କ ଗ୍ରାମର ନାଗମଣି ବୋଲି ଜଣାପଡ଼ିଛି ।

ମାଛ ଧରିବାକୁ ଯାଇ ମତ୍ସଜୀବୀ ନିଖୋଜ

ସୂଚନାନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମର ନାଗମଣି ମଳିକ, ଟହଲା ମଳିକ ଓ ଦସୁଆ ମଳିକ ମାଛ ଧରିବାକୁ ଗୋବରୀ ନଦୀକୁ ଯାଇଥିଲେ। ଟହଲା ଏବଂ ଦସୁଆ ଗୋଟିଏ ସ୍ଥାନରେ ଜାଲ ପକାଉଥିଲା ବେଳେ କିଛି ଦୂରକୁ ଯାଇ ନାଗମଣି ଜାଲ ପକାଉଥିଲେ । ଏହି ସମୟରେ ହଠାତ ନାଗମଣିଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା । ଟହଲା ଓ ଦସୁଆ ସେଠାକୁ ଯାଇ ଦେଖିବା ବେଳେ ନାଗମଣିଙ୍କ ଗାମୁଛା ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ମତ୍ସ୍ୟଜୀବୀ ଡଙ୍ଗା ସାହାଯ୍ୟରେ ସାରାରାତି ରାତିତମାମ ତାଙ୍କୁ ଖୋଜିଥିଲେ। ମାତ୍ର ତାଙ୍କର କୌଣସି ଖବର ମିଳିନଥିଲା।

ଆଜି ସକାଳୁ ସ୍ଥାନୀୟ ବନବିଭାଗ କର୍ମଚାରୀ ଓ ଅଗ୍ନିଶମ ବାହିନୀ ପାୱାର ବୋଟରେ ଗୋବରୀ ନଦୀରେ ଲଙ୍ଗର ପକାଇ ଖୋଜୁଥିବା ବେଳେ ଏପର୍ଯ୍ୟନ୍ତ ନାଗମଣିଙ୍କ କୌଣସି ସନ୍ଧାନ ମିଳିନାହିଁ । ସେପଟେ ନଦୀରେ ଏକ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି । ତେଣୁ ନାଗମଣିଙ୍କୁ କୁମ୍ଭୀର ଟାଣି ନେଇଥିବା ଅନୁମାନ କରାଯାଉଛି।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.