କେନ୍ଦ୍ରାପଡ଼ା: ଜିଲ୍ଲାର ଟାଉନ ଥାନା ଅନ୍ତର୍ଗତ କାକଟ ମଙ୍ଗଳାରେ ଥିବା ଜଣେ ବ୍ୟବସାୟୀଙ୍କ ଘର ଉପରେ ଗୁରୁବାର ଜିଏସଟି ଚଢ଼ାଉ କରିଛି । ନେସଲେ କମ୍ପାନୀର ଡିଲରସିପ ଥିବା ବେଳେ ବ୍ୟାପକ ଜିଏସଟି ଠକେଇ କରିଥିବା ବ୍ୟବସାୟୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ତେବେ ଜିଲ୍ଲାରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହା ପ୍ରଥମ ଜିଏସଟି ଚଢାଉ ବୋଲି ଜଣାପଡିଛି ।
ଗୁରୁବାର ସନ୍ଧ୍ୟାରୁ ଜିଏସଟି ବିଭାଗର ୧୦ରୁ ଊର୍ଦ୍ଧ୍ଵ କର୍ମଚାରୀ କାକଟ ଛକର ବ୍ୟବସାୟୀ ସତ୍ୟଜିତ ସାହୁ ଓ ବିଶ୍ବଜିତ ସାହୁଙ୍କ ଘରେ ଚଢ଼ାଉ କରିଥିଲେ । ତେବେ ଏହି ଦୁଇଭାଇ ପୁର୍ବରୁ ନେସଲେ କମ୍ପାନୀର ଡିଲରସିପ ନେଇଥିବା ବେଳେ ସେହି ସମୟରେ ବ୍ୟାପକ ଭାବରେ ଜିଏସଟି ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ଜିଏସଟି ବିଭାଗର ଅଧିକାରୀ ସେମାନଙ୍କ ଘରେ ଚଢାଉ କରିଥିଲେ । ଚଢାଉ ବେଳେ ଦୀର୍ଘ ସମୟ ଧରି ଯାଞ୍ଚ କରିବା ପରେ ବିଭାଗୀୟ ଅଧିକାରୀ କିଛି କାଗଜପତ୍ର ସମେତ ଅନ୍ୟାନ୍ୟ ସମ୍ବେଦନଶୀଳ ଦସ୍ତାବିଜ ଜବତ କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ