ETV Bharat / state

ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣା : ଘଟଣାସ୍ଥଳ ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ଆଇଜି - କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ

କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ବାଲିଆ ବଜାରରେ ହୋଇଥିବା ବାଣ ବିସ୍ଫୋରଣ ସ୍ଥାନରେ ପହଞ୍ଚିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଅଧିକ ପଢ଼ନ୍ତୁ

ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣା : ଘଟଣାସ୍ଥଳ ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ଆଇଜି

author img

By

Published : Nov 24, 2022, 5:13 PM IST

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ବାଲିଆ ବଜାରରେ ହୋଇଥିବା ବାଣ ବିସ୍ଫୋରଣ ସ୍ଥାନରେ ପହଞ୍ଚିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାସହ ବାଣ ଫୁଟାଇଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଇଜି ନରସିଂହ ଭୋଳ । ଅନ୍ୟପକ୍ଷରେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କ ଅବସ୍ଥା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଅବଗତ ରହିଥିବା କହିଛନ୍ତି ।

ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣା : ଘଟଣାସ୍ଥଳ ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ଆଇଜି

ଗତକାଲି(ବୁଧବାର) ଏହି ଘଟଣାରେ ମୋଟ ୩୮ ଜଣ ଆହତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୩୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଏହି 34 ଜଣଙ୍କ ମଧ୍ୟରୁ ବର୍ତ୍ତମାନ ୧୦ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କହିଛନ୍ତି ଆଇଜି । ସମସ୍ତ ଆହତମାନଙ୍କୁ ପ୍ରଥମେ କାଜୁଆଲଟିରେ ଆଶୁ ଚିକିତ୍ସା ଯୋଗାଇବାପରେ ଆଇସିୟୁକୁ ପଠାଇ ଦିଆଯାଇଛି । ବର୍ତ୍ତମାନ ମେଡିକାଲର ଏକ ସ୍ଵତନ୍ତ୍ର ଡାକ୍ତରୀଦଳ ସମସ୍ତଙ୍କ ଚିକିତ୍ସା କରୁଛନ୍ତି ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି ।

ସୂଚନାନୁସାରେ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ବାଲିଆ ବଜାରର ଦୁଇଟି ସ୍ଥାନରେ ଗତ ବିଛା ସଂକ୍ରାନ୍ତି ଦିନରୁ ସପ୍ତାହେ ବ୍ୟାପୀ କାର୍ତ୍ତିକେଶ୍ବରଙ୍କ ପୂଜା ହୋଇ ଆସୁଥିଲା । ବୁଧବାର ସନ୍ଧ୍ୟାରେ ଭସାଣୀ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରତିଯୋଗିତା ଦେଖିବା ପାଇଁ ଖଚାଖଚ ଭିଡ଼ ହୋଇଥିଲା । ତେବେ ଆତସବାଜିର ମଜ୍ଜା ଓ ଡିଜେ ଗୀତର ତାଳେତାଳେ ନାଚୁଥିବା ବେଳେ ଆତସବାଜିରେ ବ୍ୟବହୃତ ନଳି (ବାଉଁଶ ନିର୍ମିତ)ଟି ଦିଗଭ୍ରଷ୍ଟ ହୋଇ ତଳେ ପଡି ଏକ ପାନ ଦୋକାନ ଭିତରେ ବିସ୍ଫୋରଣ ହୋଇଥିଲା ।

ଏହାମଧ୍ୟ ପଢ଼ନ୍ତୁ. Fire Cracker Mishap: ଭସାଣି ଉତ୍ସବରେ ବାଣ ବିସ୍ଫୋରଣ, 35ରୁ ଊର୍ଦ୍ଧ୍ବ ଆହତ

ବିସ୍ଫୋରଣ ଯୋଗୁଁ ଭସାଣ ଦେଖିବାକୁ ଆସି ଦୋକାନ ସମ୍ମୁଖରେ ଛିଡା ହୋଇଥିବା ପାଖାପାଖି ୨୦ଜଣଙ୍କ ଅବସ୍ଥା ସଙ୍ଗୀନ ହୋଇଯାଇଥିଲା । ସେହି ସମୟରେ ବାଣୁଆ ରଖିଥିବା ଅନ୍ୟ ବାଣ ଗୁଡିକରେ ନିଆଁ ଲାଗିଯିବାରୁ ଏହା ପୁନଃ ବିସ୍ଫୋରଣ ଘଟି ଅନ୍ୟ ଉପସ୍ଥିତ ଶ୍ରଦ୍ଧାଳୁ ମଧ୍ୟ ଗୁରୁତର ହୋଇ ପଡ଼ିଥିଲେ । ମୋଟ୍ 38 ଜଣ ଲୋକେ ଏଥିରେ ଆହତ ହୋଇଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଥିଲା । ଆହତ ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୪ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଭସାଣୀ ସମୟରେ ବାଣ ପ୍ରତିଯୋଗିତା ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.