ETV Bharat / state

ମହାକାଳପଡ଼ାରେ ଅଗ୍ନିକାଣ୍ଡ, ୫ ପରିବାର ସର୍ବସ୍ବାନ୍ତ

ମହାକାଳପଡା ବ୍ଲକ ରାଜଗଡ଼ ପଞ୍ଚାୟତ ରାଧାନଗର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ପରିବାର ସର୍ବସ୍ବାନ୍ତ । ପଢନ୍ତୁ ଅଧିକ.....

ମହାକାଳପଡ଼ାରେ ଅଗ୍ନିକାଣ୍ଡ, ୫ପରିବାର ସର୍ବସ୍ବାନ୍ତ

author img

By

Published : Dec 21, 2020, 10:13 PM IST

କେନ୍ଦ୍ରାପଡ଼ା: ମହାକାଳପଡା ବ୍ଲକ ରାଜଗଡ଼ ପଞ୍ଚାୟତ ରାଧାନଗର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ 5 ପରିବାରର ୬ ବଖରା ଚାଳଘର ଭସ୍ମୀଭୂତ ହୋଇଯାଇଛି । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ରୋଷେଇ ସମୟରେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ ୮ଟା ସମୟରେ ରାଧାନଗର ଗ୍ରାମର ପବିତ୍ର ବେହେରାଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା, ଚାହୁଁଚାହୁଁ ପଡୋଶୀ ଘରକୁ ବ୍ୟାପି ଯାଇଥିଲା । ତେବେ ଖବରପାଇ ସ୍ଥାନୀୟ ମାର୍ଶାଘାଈ ଦମକଳ କେନ୍ଦ୍ରରୁ ଦୁଇଟି ଦମକଳ ଗାଡି ଆସିଥିବାବେଳେ ଗାଁକୁ ରାସ୍ତା ନଥିବା ଯୋଗୁ ଘଟଣାସ୍ଥଳରୁ 2 କିମି ଦୂରରେ ଅଟକି ରହିଥିଲା । ତେବେ ମହାକାଳପଡା ଦମକଳ କେନ୍ଦ୍ରର କର୍ମଚାରୀମାନେ ବାଲଣା ଗ୍ରାମରେ ପହଞ୍ଚି ଏକ ଡଙ୍ଗା ସାହାଯ୍ୟରେ ଉକ୍ତ ଗ୍ରାମରେ ପହଞ୍ଚିଥିଲେ ଏବଂ ଗ୍ରାମବାସୀଙ୍କୁ ନିଆଁ ଲିଭା କାର୍ଯ୍ୟରେ ସହଯୋଗ କରିଥିଲେ । ପରେ ନିଆଁକୁ ଆୟତ କରାଯାଇଥିଲା ।

ଆଜି ସ୍ଥାନୀୟ ସରପଞ୍ଚ ଏବଂ ଆତ୍ମା ଚେୟାରମ୍ୟାନ୍ ଅଗ୍ନି ବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ଦେବା ସହିତ ପାଲ ପ୍ରଦାନ କରିଛନ୍ତି । ଗାଁ ଭିତର ରାସ୍ତା ନିର୍ମାଣ କରାଯାଇଛି। କିନ୍ତୁ ପ୍ରାୟ ୨ କିମି ପରେ ଥିବା ପଡୋଶୀ ରାଜଗଡ଼ ଓ ବବକରପୁର ଗ୍ରାମକୁ ଯିବା ପାଇଁ ସ୍ଥାୟୀ ରାସ୍ତାଟିଏ ନଥିବାରୁ ଦମକଳ ଗାଡି ଫେରି ଯାଇଥିବା ଦେଖିବାକୁ ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.