ETV Bharat / state

ପାଟକୁରାରେ କାହାକୁ ଟିକେଟ ଦେବ BJP, ଅନୁଭବୀ ବିଜୟଙ୍କ ବିକଳ୍ପ ହେବେକି ଯୁବନେତା ତେଜେଶ୍ବର !

author img

By ETV Bharat Odisha Team

Published : Oct 5, 2023, 7:53 PM IST

କେନ୍ଦ୍ରାପଡା ପାଟକୁରାରେ କାହାକୁ ମିଳିବ ବିଜେପି ଟିକେଟ । ବିଜୟ ମହାପାତ୍ରଙ୍କ ଟିକେଟ ପ୍ରତିଦ୍ବନ୍ଦୀ ହେବେକି ତେଜେଶ୍ବର ପରିଡା । ଉଭୟ ନିର୍ବାଚନ ଲଢିବା ନେଇ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା । ଅଧିକ ପଢନ୍ତୁ

ପାଟକୁରାରେ କହାକୁ ଟିକେଟ ଦେବ BJP, ଅନୁଭବୀ ବିଜୟଙ୍କ ମାତ ଦେବେକି ଯୁବନେତା ତେଜେଶ୍ବର !

ପାଟକୁରାରେ କହାକୁ ଟିକେଟ ଦେବ BJP, ଅନୁଭବୀ ବିଜୟଙ୍କ ଟିକେଟ ହାତେଇବେକି ଯୁବନେତା ତେଜେଶ୍ବର !

କେନ୍ଦ୍ରାପଡା: ସାଧାରଣ ନିର୍ବାଚନ ସହ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ରାଜ୍ୟ ରାଜନୀତିରେ ସର୍ବଦା ଚର୍ଚ୍ଚାରେ ରହୁଥିବା କେନ୍ଦ୍ରାପଡାରେ ମଧ୍ୟ ଅନୁଭୂତ ହେଲାଣି ନିର୍ବାଚନୀ ତାତି । କେନ୍ଦ୍ରାପଡାର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ପାଟକୁରାରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ କି’ଏ ହେବ, ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଗଲାଣି । କାରଣ ଦଳର ଉକ୍ତ ଆସନରେ ପାରମ୍ପରିକ ପ୍ରାର୍ଥୀ ବରିଷ୍ଠ ନେତା ବିଜୟ ମହାପାତ୍ର ଥିବା ବେଳେ ଏବେ ବିଜେଡିରୁ ଆସି ବିଜେପିରେ ସାମିଲ ହୋଇଥିବା ଯୁବନେତା ତେଜେଶ୍ବର ପରିଡାଙ୍କ ଟିକେଟ ଆଶା ରାଜନୀତି ସମୀକରଣକୁ ବଦଳାଇବା ପରି ଦୃଶ୍ୟମାନ ହେଉଛି ।

୨୦୦୯ ମସିହାରେ ବରୀ-ଡେରାବିଶ୍ ନିର୍ବାଚନ ମଣ୍ଡଳୀ ଭାଗ ହୋଇ ନବଗଠିତ ହୋଇଥିଲା ପାଟକୁରା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ଡେରାବିଶ ବ୍ଲକର ୨୬ ଗ୍ରାମ ପଞ୍ଚାୟତ ସମେତ ଗରଦପୁର ବ୍ଲକର ୧୮ ପଞ୍ଚାୟତ ଓ ମାର୍ଶାଘାଇ ବ୍ଲକର ମାତ୍ର ୭ଟି ପଞ୍ଚାୟତ ଏଭଳି ୫୧ଟି ପଞ୍ଚାୟତକୁ ନେଇ ପାଟକୁରା ନିର୍ବାଚନ ମଣ୍ଡଳୀ ଗଠିତ ହୋଇଥିଲା । ଏହି ସମୟରେ ପାଟକୁରାରୁ ବିଜେଡିରୁ ବିଧାୟକ ପ୍ରାର୍ଥୀ ସ୍ବର୍ଗତଃ ବେଦପ୍ରକାଶ ଅଗ୍ରୱାଲ ହୋଇଥିବା ବେଳେ ବିଜେପିର ପ୍ରାର୍ଥୀ ଥିଲେ ଭେଟେରାନ ଲିଡ଼ର ବିଜୟ ମହାପାତ୍ର । ତେବେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୨୬,୭୩୫ ଖଣ୍ଡ ଭୋଟରେ ପରାଜିତ କରି ରେକର୍ଡ ସୃଷ୍ଟି କରିଥିଲେ।

ଅନ୍ୟପଟେ ୨୦୧୪ ମସିହାରେ ବିଜୟ ନିଜ ଆସନ ପରିବର୍ତ୍ତନ କରି ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଭାଗ୍ୟ ପରୀକ୍ଷା କରିଥିଲେ । ମହାକାଳପଡ଼ା ନିର୍ବାଚନରେ ବର୍ତ୍ତମାନ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ପୁନଃ ବିଜୟଙ୍କୁ ୨୩,୨୪୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜେପିର ଏହି ବରିଷ୍ଠ ନେତାଙ୍କ ବିଧାନସଭା ଯିବା ବାଟ ବନ୍ଦ କରି ଦେଇଥିଲେ । ତେବେ ୨୦୧୯ ନିର୍ବାଚନ ସମ୍ପୂର୍ଣ୍ଣ ଭିନ୍ନ ଥିଲା କେନ୍ଦ୍ରାପଡା ଜିଲ୍ଲା ପାଇଁ । ନିର୍ବାଚନ ଘୋଷଣା ପୂର୍ବରୁ ପୂର୍ବତନ ସାଂସଦ ତଥା ବିଜେଡି ନେତା ବୈଜୟନ୍ତ ପଣ୍ଡା ବିଜେପିରେ ମିଶି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ପାଇଥିଲେ । ବିଜୟ ବିଜେପି ପ୍ରତି ବିମୁଖ ହୋଇଥିବା ଚର୍ଚ୍ଚା ମଧ୍ୟରେ ତାଙ୍କୁ ପାଟକୁରାରୁ ନିର୍ବାଚନ ଲଢିବା ପାଇଁ ବୈଜୟନ୍ତ ପଣ୍ଡା ରାଜି କରିଥିବା ଚର୍ଚ୍ଚା ମଧ୍ୟ ହୋଇଥିଲା ।

ତେବେ ଏହି ବର୍ଷ ବେଦ ପ୍ରକାଶଙ୍କ ମୃତ୍ୟୁ ହୋଇଥିବା ବେଳେ ଫନି ବାତ୍ୟା ଯୋଗୁଁ କେବଳ ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦିଆ ଯାଇଥିଲା । ପରେ ଉପନିର୍ବାଚନରେ ବେଦ ପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା ଶାସକ ଦଳ । ପ୍ରତ୍ୟେକ ପଞ୍ଚାୟତରେ ବିଜେଡିର ବରିଷ୍ଠ ନେତାମାନେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ଏପରିକି ନିଜେ ମୁଖ୍ୟମନ୍ତ୍ରୀ ସାବିତ୍ରୀଙ୍କ ସପକ୍ଷରେ ପ୍ରଚାର କରିବା ସହ ପାଟକୁରା ନିର୍ବାଚନ ମଣ୍ଡଳୀ ଦାୟିତ୍ବ ସେ ନେଉଥିବା କହିଥିଲେ । ଫଳସ୍ବରୂପ ସାବିତ୍ରୀ ବିଜୟଙ୍କୁ ୧୭,୮୯୮ ଭୋଟରେ ପରାସ୍ତ କରିଥିଲେ ।

ସେହି ଦିନଠାରୁ ଦୀର୍ଘ ଦୁଇବର୍ଷ ପର୍ଯ୍ୟନ୍ତ ବିଜୟ ଏକପ୍ରକାର ଅଦୃଶ୍ୟ ହୋଇଥିଲେ । ତେବେ ବର୍ତ୍ତମାନ ବିଜୟ ପାଟକୁରା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଏକପ୍ରକାର ନିଶ୍ଚିତ ସୂଚନା ଦେଇଥିବା ବେଳେ ଦଳ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କଥା କହିନାହାନ୍ତି । ଆସନ୍ତା ମାସେ ଦୁଇମାସ ସମୟ ମଧ୍ୟରେ ନିର୍ଦ୍ଦିଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି କହିବା ସହ ଓଡିଶା ରାଜନୀତିରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି ଇସାରା ଦେଇଛନ୍ତି ରାଜ୍ୟ ରାଜନୀତିର ଏହି ଭେଟେରାନ ନେତା । ଅନ୍ୟ ପଟେ ଏବେ ଗ୍ରାଉଣ୍ଡରେ ନଜର ଆସିଲେଣି ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ର । ଅରବିନ୍ଦ ମଧ୍ୟ ନିଜର ରାଜନୈତିକ କ୍ୟାରିୟର ଚଳିତ ନିର୍ବାଚନରୁ ଆରମ୍ଭ କରିବା ନେଇ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ନିକଟରେ ଶଙ୍ଖ ଦଳରୁ ଆସି ବିଜେପିରେ ସାମିଲ ହୋଇଥିବା ତେଜେଶ୍ୱର ପରିଡା ନିଜର ସଙ୍ଗଠନ ଆରମ୍ଭ କରିଛନ୍ତି । ୨୦୧୪ ମସିହାରୁ ଓଡିଶା ରାଜନୀତିରେ ସକ୍ରିୟ ଥିବା ଏହି ଯୁବ ଚେହେରା ପାଟକୁରା ପାଇଁ ବିଜେଡି ଟିକେଟ ଲବି କରିଥିବା ବେଳେ ୨୦୧୪ ମସିହାରେ ତାଙ୍କୁ ନିରାଶ ହେବାକୁ ପଡିଥିଲା । ଶେଷରେ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଦାୟିତ୍ବ ଧରାଇ ବିଜେଡି ମୁଖିଆ ତାଙ୍କୁ ଖୁସି କରିବାକୁ ପ୍ରୟାସ କରିଥିଲେ । ମାତ୍ର ୨୦୧୯ରେ ବେଦ ପ୍ରକାଶଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରାଯିବାରୁ ତେଜେଶ୍ବର ଅସନ୍ତୁଷ୍ଟ ଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା । ପରେ ସେ ବିଜେଡି ଛାଡିବା ସହ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ ପାର୍ଟିର ରାଜ୍ୟ ପ୍ରବକ୍ତା ମଧ୍ୟ ହୋଇଥିଲେ । ତେବେ ନିର୍ବାଚନ ପାଖଉଥିବା ବେଳେ ତେଜେଶ୍ୱର ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ତୁକାର କରୁଥିବା ବେଳେ ପାଟକୁରା ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ଆବାସ, ଭତ୍ତା ଇତ୍ୟାଦି ଯୋଜନା ଗୁଡିକ ପାଇଁ ଆନ୍ଦୋଳନରେ ବେଶ ସକ୍ରିୟ ନଜର ଆସୁଛନ୍ତି । ତେଣୁ ଚଳିତ ବର୍ଷ ଦଳ କାହାକୁ ଟିକେଟ ଦେଇ ନିର୍ବାଚନକୁ ଓହ୍ଲାଇବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜିଲ୍ଲା ବିଜେପି ସଭାପତି କହିଛନ୍ତି, ମୋଦିଙ୍କର ସୁଶାସନ ପାଇଁ ଦଳ ଜିଲ୍ଲାରେ ଭଲ ପ୍ରଦର୍ଶନ କରିବାକୁ ଯାଉଛି ।

ଇଟିଭି ଭାରତ, କେନ୍ଦ୍ରପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.