ETV Bharat / state

ଯାତ୍ରା କଣ୍ଠଶିଳ୍ପୀଙ୍କୁ ମରଣାନ୍ତକ ଆକ୍ରମଣ: ସମ୍ପତ୍ତି ପାଇଁ ଭଉଣୀକୁ କଟୁରୀରେ ହାଣିଲା ଭାଇ - ଜମି ପାଇଁ ଭଉଣୀକୁ କଲା ଭାଇ ମରଣାନ୍ତକ ଆକ୍ରମଣ

ଯାତ୍ରା ଜଗତର ମହିଳା କଣ୍ଠଶିଳ୍ପୀଙ୍କୁ ମରଣାନ୍ତକ ଆକ୍ରମଣ । ସମ୍ପତ୍ତି ପାଇଁ ଭଉଣୀକୁ କଟୁରୀରେ ହାଣିଲା ଭାଇ । ସାମାନ୍ୟ ଜମି ପାଇଁ ଭଉଣୀକୁ କଲା ମରଣାନ୍ତକ ଆକ୍ରମଣ । ଅଧିକ ପଢ଼ନ୍ତୁ

ଯାତ୍ରା କଣ୍ଠଶିଳ୍ପୀଙ୍କୁ ମରଣାନ୍ତକ ଆକ୍ରମଣ :  ସମ୍ପତ୍ତି ପାଇଁ ଭଉଣୀକୁ କଟୁରୀରେ ହାଣିଲା ଭାଇ

author img

By

Published : Dec 13, 2022, 10:18 PM IST

ଯାତ୍ରା କଣ୍ଠଶିଳ୍ପୀଙ୍କୁ ମରଣାନ୍ତକ ଆକ୍ରମଣ : ସମ୍ପତ୍ତି ପାଇଁ ଭଉଣୀକୁ କଟୁରୀରେ ହାଣିଲା ଭାଇ

କେନ୍ଦ୍ରାପଡ଼ା : ଯାତ୍ରା ଜଗତର ମହିଳା କଣ୍ଠଶିଳ୍ପୀଙ୍କୁ ମରଣାନ୍ତକ ଆକ୍ରମଣ । ସମ୍ପତ୍ତି ପାଇଁ ଭଉଣୀକୁ କଟୁରୀରେ ହାଣିଲା ଭାଇ। ସାମାନ୍ୟ ଜମି ପାଇଁ ଭଉଣୀକୁ କଲା ଭାଇ ମରଣାନ୍ତକ ଆକ୍ରମଣ । ଏପରିକି ବଡ଼ ଭଉଣୀକୁ ଘରେ ପୁରାଇ ଗ୍ୟାସ ସିଲିଣ୍ଡର ଖୋଲି ଜୀବନରୁ ମାରିଦେବାକୁ ଉଦ୍ୟମ କରି ଫେଲ ମାରିବାରୁ ଶେଷରେ କଟୁରୀରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଛି । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା କଳସପୁର ଦଳିତ ବସ୍ତିରୁ ।

ଅଭିଯୋଗ ଅନୁଯାୟୀ, ଏହି ଗାଁର ନବୀନ ମଲିକଙ୍କ ଝିଅ ମମତା ଦୀର୍ଘବର୍ଷ ଧରି ସ୍ୱାମୀଙ୍କ ଠାରୁ ଛାଡପତ୍ର ଆଣି ବାପଘରେ ରହୁଥିଲେ । ପେଟ ପୋଷିବା ପାଇଁ ସେ ବିଭିନ୍ନ ଅପେରା ପାର୍ଟିରେ ଗୀତ ଗାଉଥିଲେ । ବର୍ଷକୁ ପ୍ରାୟ ୧୦ ମାସ ବାହାରେ ରୁହନ୍ତି । ତେବେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସାନଭାଇ ବ୍ରହ୍ମାନନ୍ଦ ମଲିକ ଓରଫ ଟିମା ବାପା ଏବଂ ମାଆଙ୍କୁ ଫୁସୁଲାଇ ସମସ୍ତ ଜମିଜାଗା ନିଜ ନାମରେ କରାଇନେବା ପାଇଁ ମସୁଧା ଚଳାଇଥିଲା ।

ମମତା ଜାଣିବା ପରେ ଏହାକୁ ବିରୋଧ କରିଥିଲେ । ପରେ ତିକ୍ତତା ସୃଷ୍ଟି ହୋଇଥିଲା ଉଭୟ ଭାଇ ଭଉଣୀଙ୍କ ମଧ୍ୟରେ । ଏନେଇ ଆଇନର ଆଶ୍ରୟ ନେଇ ଆଳି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗତକାଲି(ସୋମବାର) ସନ୍ଧ୍ୟାରେ ଆଳି ଥାନାରେ ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ପରେ ରାତିରେ ଗାଁର ସମସ୍ତ ଭଦ୍ରଲୋକ ବସି ବୈଠକ କରି ଭାଇଭଉଣୀଙ୍କ ମଧ୍ୟରେ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଭାଗବାଣ୍ଟା କରିଥିଲେ । ହେଲେ ଆଜି ମଧ୍ୟାହ୍ନରେ ମମତା ରୋଷେଇ କରୁଥିବା ବେଳେ ଅଭିଯୁକ୍ତ ଟିମା ରୋଷେଇ ଘର ବାହାର ପଟୁ କବାଟ କିଳି ଗ୍ୟାସ ସିଲିଣ୍ଡର ଖୋଲି ଦେଇଥିଲା । ସୌଭାଗ୍ୟ ବଶତଃ ମମତା ସେଠାରୁ ଖସି ଆସିଥିଲେ ।

ପରେ ଟିମା ଏକ ଧାରୁଆ କଟୁରୀରେ ମମତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଚୋଟ ପରେ ଚୋଟ ମାରି ଚାଲିଥିଲା । ଯନ୍ତ୍ରଣାରେ ପଡି ଛଟପଟ ହେଉଥିବା ବେଳେ ମମତାଙ୍କୁ ସ୍ଥାନୀୟ ସରପଞ୍ଚ ବାଇକ ଯୋଗେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ମମତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏନେଇ ଆଳି ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି ।

ତଥ୍ୟ ଅନୁଯାୟୀ, ଯାତ୍ରା ଜଗତରେ ଗୀତ ଗାଇ ପରିଚୟ ପାଇଥିବା ମମତା କୋଭିଡ ସମୟରେ ନିଜର ଏକ ୟୁଟ୍ୟୁବ ଚାନେଲ ଖୋଲି ଗୀତ ଗାଇ ଲୋକପ୍ରିୟ ହୋଇପାରିଥିଲେ । ମମତାଙ୍କ ଦୁଇ ପୁଅ ରୋଜଗାର ପାଇଁ ବାହାର ରାଜ୍ୟରେ ରହୁଥିବା ବେଳେ ମମତାଙ୍କ ଚିକିତ୍ସା ପାଇଁ ସରକାର ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.