ETV Bharat / state

ଖେଳୁଛି ମୌସୁମୀ; ଆଶା ଆଶଙ୍କାରେ କେନ୍ଦ୍ରାପଡା ଚାଷୀ - କେନ୍ଦ୍ରାପଡା ଚାଷୀ

ଚାଷୀ ଉନ୍ନତି କଲେ ଦେଶ ଉନ୍ନତି କରିବ । ସେଥିପାଇଁ ତ ଯେଉଁ ଦେଶର ଚାଷୀ ଯେତେ ଉନ୍ନତ ସେଇଦେଶ ମଧ୍ୟ ସେତେ ଉନ୍ନତ । କିନ୍ତୁ ରାଜ୍ୟରେ ମୌସୁମୀର ଲୁଚକାଳି ଓ ସରକାରଙ୍କ ଉଦାସୀନତା ଚାଷୀଙ୍କ ପାଇଁ ପାଲଟିଛି ପ୍ରତାରଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 30, 2019, 5:19 PM IST

କେନ୍ଦ୍ରାପଡା: ସାରା ରାଜ୍ୟରେ ଠିକ ସମୟରେ ଠିକ ବର୍ଷା ନହେବା କାରଣରୁ ଏବେ ସଂକଟରେ ଚାଷୀ । କେଉଁଠି ଖାଲି ପାଣି ଆଉ ପାଣି ତ କେଉଁଠି ଶୁଖିଲା ମରୁଡି । ଧରା ଶ୍ରାବଣ ଶେଷ ହେବାକୁ ବସିଲାଣି ହେଲେ ଚାଷ ଯେତିକି ହେବାକଥା ହୋଇନାହିଁ । ବର୍ଷା ଅଭାବରୁ ଏବେ ତାହାର ସିଧାସଳଖ ପ୍ରଭାବ ଚାଷ ଉପରେ ପଡିଛି ଓ ଚାଷୀ ମୁଣ୍ଡରେ ହାତଦେଇ ବସିଛି । ଏଭଳି ପରିସ୍ଥିତିରେ ଚାଷୀ କରିବ କଣ ସେଇ ଚିନ୍ତାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ରାଜ୍ୟର କେନ୍ଦ୍ରାପଡା ଜିଲ୍ଲାରେ ଚାଷୀ ସ୍ଥିତି ଆହୁରି ସଂଗୀନ ହୋଇପଡିଛି । ଏବେ ବେହୁଡା ସାରି ତଳିରୁଆ ଯିବା କଥା । ହେଲେ ଆବଶ୍ୟକ ବର୍ଷା ଅଭାବରୁ ସବୁ ଠପ, ନା ହେଉଛି ବର୍ଷା ନା କେନାଲରେ ଆସୁଛି ପାଣି ନା ମିଳୁଛନ୍ତି ଆବଶ୍ୟକ ଶ୍ରମିକ ଫଳରେ ଦୁର୍ଦିନରେ ଚାଷୀକୂଳ । ତେବେ ଯେଉଁ ଶ୍ରମିକ ମିଳୁଛନ୍ତି ସେମାନେ ପାରିଶ୍ରମିକ ବୃ୍ଦ୍ଧିସହ ଖାଇବା ପିଇବା ଦାବି କରୁଛନ୍ତି ଯଦ୍ବାରା ସାମାନ୍ୟ ଚାଷୀଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।

ସେପଟେ ପାଣି ଅଭାବରୁ ପମ୍ପ ଜରିଆରେ ପାଣି ଆଣି ଚାଷୀ ତଳି ପକାଇଥିଲା । କିନ୍ତୁ ଗତ 2 ଦିନ ତଳେ ହୋଇଥିବା ବର୍ଷା ପୁଣି ଥରେ ଚାଷୀର ମନରେ ଚାଷ କରିବାର ଉତ୍ସାହ ବଢାଇଛି କିନ୍ତୁ ଆବଶ୍ୟକ ସାର ଔଷଧ ଅଭାବରୁ ଚାଷୀ ହତାଶ ।

ଅନ୍ୟପଟେ ସରକରୀ ପରିସଂଖ୍ୟାନ କହୁଛି ଜିଲ୍ଲାରେ ୧୬୦୦୦ କ୍ବିଣ୍ଟାଲର ବିହନର ଆବଶ୍ୟକତା ଥିବା ବେଳେ ରାଜ୍ୟ ବିହନ ନିଗମ ମାତ୍ର ୩୮୦୦ କ୍ବିଣ୍ଟାଲ ବିହନ ଜିଲ୍ଲାକୁ ଯୋଗାଇ ଦେଇଛି । ଚଳିତବର୍ଷ ଜିଲ୍ଲାରେ ୧,୨୪, ୦୦୦ ହେକ୍ଟର ଜମିରେ ଧାନଚାଷ କରାଯାଉଥିବା ବେଳେ ଚାଷୀଙ୍କ ପାଖରେ ଆବଶ୍ୟକୀୟ ପରିମାଣର ପାଣି ପହଞ୍ଚି ପାରୁନଥିବା କଥାକୁ ସ୍ବୀକାର କରିଛନ୍ତି ଜିଲ୍ଲା ଉପକୃଷି ନିର୍ଦ୍ଦେଶକ । ଚଳିତ ବର୍ଷ ଜିଲ୍ଲାରେ ବର୍ଷାର ପରିମାଣ କମିଥିବା ବେଳେ ଚାଷ ପାଇଁ ଚିନ୍ତାରେ ଚାଷୀ । ତେଣୁ ତୁରନ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.