ETV Bharat / state

କେନ୍ଦ୍ରାପଡାରେ ଆରମ୍ଭ ହେଲା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ଉତ୍ସବମୁଖର ଗାଁଠୁ ସହର

author img

By

Published : Oct 19, 2021, 10:02 PM IST

କେନ୍ଦ୍ରାପଡା ସହରରେ ଆରମ୍ଭ ହେଲା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । କୋଭିଡ SOP ମଧ୍ୟରେ ବିନା ଭକ୍ତରେ ମା’ଙ୍କ ପୂଜା ଆରମ୍ଭ । ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ...

କେନ୍ଦ୍ରାପଡାରେ ଆରମ୍ଭ ହେଲା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ଉତ୍ସବମୁଖର ଗାଁଠୁ ସହର
କେନ୍ଦ୍ରାପଡାରେ ଆରମ୍ଭ ହେଲା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ଉତ୍ସବମୁଖର ଗାଁଠୁ ସହର

କେନ୍ଦ୍ରାପଡା: ଧନଧାନ୍ୟର ଦେବୀ ମା'ଲକ୍ଷ୍ମୀ ଆଜି ଧରାବତରଣ କରିଛନ୍ତି । ଏହି ଗଣପର୍ବ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ସହର ଠୁ ଗାଁ ଉତ୍ସବମୁଖର ହୋଇଉଠିଛି । ତେବେ ଗତ ଦୁଇବର୍ଷ ପରି ଚଳିତବର୍ଷ କୋରୋନା ମହାମାରୀ ଯୋଗୁ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ପୂଜା ଶେଷ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିବାବେଳେ ଏହାକୁ ପାଳନ କରୁଛନ୍ତି ସମସ୍ତ ପୂଜାକମିଟି ।

୭ଜଣ ବ୍ୟକ୍ତିଙ୍କ ମଧ୍ୟରେ ପୂଜା ଚାଲିଥିବାବେଳେ ମା’ଙ୍କ ମୁର୍ଣ୍ଣୟୀ ମୂର୍ତ୍ତିର ଉଚ୍ଚତା ୪ଫୁଟ ବିଶିଷ୍ଟ କରାଯାଇଛି। କେନ୍ଦ୍ରାପଡ଼ା ସହରର ୬୯ଟି ମଣ୍ଡପରେ ନିରାଡ଼ମ୍ବର ଭାବେ ପୂଜା ପାଉଛନ୍ତି ମା’ । ଆଜି ଅପରାହ୍ନରେ ବିଭିନ୍ନ ପୂଜା ମଣ୍ଡପଗୁଡିକରେ କଳସ ସ୍ଥାପନ ପୂର୍ବକ ପୂଜା ବିଧି ଆରମ୍ଭ ହୋଇଛି ।

ମା'ଙ୍କ ଆବାହନ ପାଇଁ ମନରେ ଉତ୍ସାହ ଥିଲେ ସୁଦ୍ଧା ମହାମାରୀ ପାଇଁ କଟକଣା ପାଇଁ ଚଳିତବର୍ଷର ପୂଜା ଫିକା ପଡିଛି । ଏପରିକି ସାଜସଜ୍ଜା,ମାଇକ୍ ବଜାଇବା ମଧ୍ୟ ବାରଣ ଥିବାରୁ ପରଦା ପଛରେ ପୂଜା ହେଉଛନ୍ତି ମା’। ସହରର କାକଟ ମଙ୍ଗଳା କ୍ଲବରେ ଦୀର୍ଘ ୭୦ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ମା'ଙ୍କ ପୂଜା ଅନୁଷ୍ଠିତ ହୋଇ ଆସୁଥିବାବେଳେ ସେଠାରେ ମା'ମଙ୍ଗଳା ନିଜେ କର୍ତ୍ତା ଭାବେ ପୂଜାରେ ବସୁଥିବାର ବିଶ୍ବାସ ରହିଥିାଏ । ପ୍ରତିବର୍ଷ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାବେଳେ ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ମଧ୍ୟରେ ପୂଜା ଶେଷ କରାଯାଉଥିବା କହିଛନ୍ତି ପୂଜା କମିଟି କର୍ମକର୍ତ୍ତା । ସେହିପରି ସହରର ଅନ୍ୟତମ ପ୍ରସିଦ୍ଧ ମଣ୍ଡପ ନୂଆ ବସଷ୍ଟାଣ୍ଡର ଥାନପତି ଠାକୁରାଣୀଙ୍କ କଳସ ପୂର୍ବାହ୍ନରେ ସ୍ଥାପନ ହୋଇଥିବାବେଳେ SOP ମୁତାବକ ରାତି ୧୦ସୁଦ୍ଧା ପ୍ରଥମ ଦିନର ପୂଜା ସମାପନ ହେବାକୁ ଲକ୍ଷ୍ୟ ରଖିଛନ୍ତି ପୂଜା କମିଟି ସଦସ୍ୟ।

ଗଣପର୍ବ ଲକ୍ଷ୍ମୀପୂଜାକୁ ଶାନ୍ତିଶୃଙ୍ଖଳା ଓ ସରକାରଙ୍କ କୋଭିଡ ପ୍ରୋଟକଲ ଅନୁପାଳନ ପୂର୍ବକ ସମାପ୍ତ କରିବା ପାଇଁ ସହରର ପୂଜା କମିଟି ସହ ପୋଲିସ ପ୍ରଶାସନର ବୈଠକ ହୋଇଥିଲା । କମିଟି ଗୁଡିକର ୭ ଜଣିଆ ସଦସ୍ୟ ବିଶିଷ୍ଟ ତାଲିକା ପ୍ରାଶାସନ ନିକଟରେ ଦାଖଲ କରିଛନ୍ତି । ସେହିପରି ପୂଜାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ସହରରେ ୨ଜଣ ଅତିରିକ୍ତ ଏସପି, ୬ଜଣ ଡ଼ିଏସପି, ୧୦ଜଣ ଆଇଆଇସି, ୧୦ ପ୍ଲାଟୁନ ଫୋର୍ସ, ୨୦୦ରୁ ଊର୍ଦ୍ଧ୍ବ ଗୃହରକ୍ଷୀଙ୍କୁ ନିୟୋଜିତ କରାଯାଇଛି ।

ସେହିପରି ସହରରେ ୪ଟି ମୋବାଇଲ ପାଟ୍ରୋଲିଂ ଭ୍ୟାନ ୨୪ଘଣ୍ଟିଆ ପାଟ୍ରୋଲିଂ କରୁଛି ୩ଟି ଅସ୍ଥାୟୀ ଫାଣ୍ଡି କରାଯିବା ସହ ଏକ ପ୍ଲାଟୁନ ସୁରକ୍ଷାବଳକୁ ରିଜର୍ଭ ରଖାଯାଇଛି। ତେବେ ଚଳିତବର୍ଷର ଗଜଲକ୍ଷ୍ମୀ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ କରିବା ପାଇଁ ସହରବାସୀ ଓ ପୂଜା କମିଟି ପୋଲିସ ପ୍ରଶାସନକୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି କେନ୍ଦ୍ରାପଡା ଏସପି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.