ETV Bharat / state

Panchayat Polls: ନିର୍ବାଚନ ମଇଦାନରେ ଦୁଇ ସଉତୁଣୀ ! ଚର୍ଚ୍ଚା ଜୋରଦାର

ଚଳିତ ପଞ୍ଚାୟତ ନିର୍ବାଚନରେ ସାରା ରାଜ୍ୟରେ ନୂତନ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ ଶିକ୍ଷାଗତ ଯୋଗ୍ୟତା ଥାଇ ବହୁ ପ୍ରାର୍ଥି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଏବେ ଗୋଟିଏ ପଞ୍ଚାୟତରେ ଦୁଇ ସଉତୁଣୀଙ୍କ ପ୍ରାର୍ଥୀତ୍ବକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳୁଛି।ଅଧିକ ପଢନ୍ତୁ

Two wife fight in panchayat election in kendrapara
ନିର୍ବାଚନ ମୈଦାନରେ ଦୁଇ ସଉତୁଣୀ ପ୍ରାର୍ଥିଙ୍କୁ ନେଇ ଚର୍ଚ୍ଚା
author img

By

Published : Jan 29, 2022, 8:57 PM IST

କେନ୍ଦ୍ରାପଡା: ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ଚାରିଆଡେ ନିର୍ବାଚନ ତାତି । ନାମାଙ୍କନ ଦାଖଲ ପରେ କମ୍ପୁଛି ପ୍ରଚାର ମଇଦାନ। କେଉଁଠି ଶିକ୍ଷିତ ପ୍ରାର୍ଥୀ ରାଜନେତା ପାଲଟିଛନ୍ତି ତ କେଉଁଠି ପରିବାର ସଦସ୍ୟଙ୍କ ମଧ୍ୟରେ ଚାଲିଛି ଲଢେଇ। ଏଥର ପଞ୍ଚାୟତ ମଇଦାନରେ ଦେଖିବାକୁ ମିଳିବ ଭିନ୍ନ ଲଢେଇ । କାରଣ ଏଥର ମଇଦାନରେ ଅଛନ୍ତି ଦୁଇ ସଉତୁଣୀ। ଆମେ କହୁଛୁ କେନ୍ଦ୍ରାପଡା ବ୍ଲକ ଧୂମାତ ପଞ୍ଚାୟତ ସରପଞ୍ଚ ପଦବୀକୁ ନେଇ ଦୁଇ ସଉତୁଣୀ ସସ୍ମିତା ମଲ୍ଲିକ ଓ କମଳା ମଲ୍ଲିକଙ୍କ କଥା। ବହୁ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ନିର୍ବାଚନରେ ଦୁଇ ସଉତୁଣୀଙ୍କ ଲଢେଇ ଚର୍ଚ୍ଚାର ବିଷୟ ପାଲଟିଛି।

ନିର୍ବାଚନ ମୈଦାନରେ ଦୁଇ ସଉତୁଣୀ ପ୍ରାର୍ଥିଙ୍କୁ ନେଇ ଚର୍ଚ୍ଚା

କେନ୍ଦ୍ରାପଡ଼ା ବ୍ଳକ ଧୂମାତ ପଞ୍ଚାୟତର ସସ୍ମିତା ମଳିକଙ୍କ କଥା। ସସ୍ମିତା ୨୦୦୫ରୁ ଆଶା କର୍ମୀ ଭାବେ ଧୂମାତ ପଞ୍ଚାୟତର ୪ଟି ଅଙ୍ଗନବାଡି କେନ୍ଦ୍ର ଅଧୀନରେ ଥିବା ପ୍ରସୂତି ମହିଳାଙ୍କ ସେବା ଓ ସଠିକ ସମୟରେ ସେମାନଙ୍କ ଟୀକାଦାନ ଇତ୍ୟାଦି ଉପରେ ଫୋକସ କରି ବହୁବାର ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ଆଶା କର୍ମୀ ଭାବେ ଚାରୋଟି ୱାର୍ଡର ଦାୟିତ୍ୱ ନେଇ ସେ ସମସ୍ତଙ୍କ ଅସୁବିଧା ସମୟରେ ଦଣ୍ଡାୟମାନ ହୋଇଛନ୍ତି। ତାଙ୍କର ଏହି ନିସ୍ୱାର୍ଥପର ମନୋଭାବ ଓ କର୍ତ୍ତବ୍ୟ ପରାୟଣତା ଯୋଗୁଁ ତାଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ବହୁ ସାର୍ଟିଫିକେଟ ସାଙ୍ଗକୁ ମିଳିଛି ପୁଳାପୁଳା ଶୁଭେଚ୍ଛା।ତେବେ ବିଭିନ୍ନ ୱାର୍ଡ ବୁଲି ଲୋକମାନଙ୍କ ଅସୁବିଧାକୁ ଅତି ପାଖରୁ ଦେଖି ସେମାନଙ୍କ ସମସ୍ୟାକୁ ଦୂର କରିବା ପାଇଁ ଦୃଢ଼ ମନ ନେଇ ଏବେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଆସନରେ ପ୍ରାର୍ଥି ହୋଇଛନ୍ତି ସେ।

ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ଦୂର କରିବା ପାଇଁ ସେ ଧୂମାତ ପଞ୍ଚାୟତର ସରପଞ୍ଚ ପ୍ରାର୍ଥି ହୋଇଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟକଜଳ ଭଳି ମୌଳିକ ଆବଶ୍ୟକତାରୁ ବଞ୍ଚିତ ଲୋକମାନଙ୍କୁ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ତାଙ୍କର ଏହି ପ୍ରାର୍ଥୀତ୍ବ ବୋଲି କୁହନ୍ତି ସସ୍ମିତା।ସସ୍ମିତା, ସବୁ ଆପଦବିପଦ ସମୟରେ ଲୋକମାନଙ୍କ ପାଖରେ ଛିଡା ହେଉଥିବାରୁ ତାଙ୍କ ଭଳି ପ୍ରାର୍ଥୀଙ୍କୁ ନିଶ୍ଚୟ ବିଜୟୀ କରାଯିବା ଆବଶ୍ୟକତା ରହିଛି ବୋଲି କୁହନ୍ତି ଭୋଟର । ଏହି ପଞ୍ଚାୟତରୁ ମୋଟ ୭ଜଣ ମହିଳା ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ପ୍ରଚାର ଆରମ୍ଭ କରିଥିବା ବେଳେ ସବୁଠାରୁ କୌତୁହଳର କଥା ହେଉଛି ସସ୍ମିତାଙ୍କ ବିପକ୍ଷରେ ଅନ୍ୟତମ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଛନ୍ତି ତାଙ୍କ ସଉତୁଣୀ ।

ଦୁଇ ସଉତୁଣୀ କହିଲେ ସସ୍ମିତା ଓ କମଳା। ଅବଶ୍ୟ ସସ୍ମିତା ଗତ ୨୨ବର୍ଷ ହେବ ନିଜ ସ୍ୱାମୀ ଅକ୍ଷୟଙ୍କ ପାଖରେ ନରହି ନିଜ ବାପ ଘରେ ଏକ ଭଙ୍ଗା କୁଡ଼ିଆରେ ଜୀବନଯାପନ କରୁଛନ୍ତି ଓ ପରିବାର ଅଦାଲତରେ ସସ୍ମିତା ଓ ସ୍ୱାମୀ ଅକ୍ଷୟଙ୍କ ମଧ୍ୟରେ ମକଦ୍ଦମା ମଧ୍ୟ ଚାଲୁରହିଛି ।ବିବାଦର ସମାଧାନ ହୋଇନଥିବା ବେଳେ ଅକ୍ଷୟ କମଳାଙ୍କୁ ଦ୍ଵିତୀୟ ବିବାହ କରିଥିବା ଅଭିଯୋଗ କରିଛନ୍ତି ସସ୍ମିତା କିନ୍ତୁ ସ୍ୱାମୀ ଅକ୍ଷୟ ସସ୍ମିତା ତାଙ୍କ ପତ୍ନୀ ନୁହନ୍ତି ବୋଲି ରୋକଠୋକ କହିଛନ୍ତି।ସେ କେବଳ କମଳାଙ୍କୁ ବିବାହ କରିଥିବା କଥା କହିଥିବା ବେଳେ ଦୀର୍ଘ ବର୍ଷ ଧରି ନେତା ତିଆରିରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଓ ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଧୂମାତ ସରପଞ୍ଚ ଆସନଟି ଦଳିତ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ସେ ତାଙ୍କ ପତ୍ନୀ କମଳାଙ୍କୁ ପ୍ରାର୍ଥି କରିଥିବା ସଫେଇ ଦେଇଛନ୍ତି।ଅନ୍ୟପଟେ ଏହି ପଞ୍ଚାୟତରେ ଥିବା ମୌଳିକ ସମସ୍ୟାର ସମାଧାନ ପାଇଁ ସେ ପ୍ରାର୍ଥି ହୋଇଥିବା କମଳା କହିଥିବା ବେଳେ ସସ୍ମିତାଙ୍କ ତାଙ୍କର ସଉତୁଣୀ ବୋଲି ଦେଉଥିବା ପ୍ରତିକ୍ରିୟା ମିଛ ବୋଲି କହିଛନ୍ତି ଅନ୍ୟତମ ପ୍ରାର୍ଥି କମଳା।

ଧୂମାତ ପଞ୍ଚାୟତରେ ୧୭ ଟି ୱାର୍ଡ ଥିବାବେଳେ ଅଛନ୍ତି ୫ ହଜାର ଭୋଟର। ସରପଞ୍ଚ ପଦବୀକୁ ନେଇ ରଣାଙ୍ଗାନରେ ଓହ୍ଲାଇଛନ୍ତି ୭ ଜଣ ପ୍ରାର୍ଥୀ। ପଞ୍ଚାୟତ ନିର୍ବାଚନରେ ଦୁଇ ସଉତୁଣୀଙ୍କ ଲଢେଇ ଚର୍ଚ୍ଚାର ଖୋରାକ ଯୋଗାଇଛି। ତେବେ ଧୂମାତ ପଞ୍ଚାୟତବାସୀ କାହାକୁ ସରପଞ୍ଚ ବାଛିବେ ତାହା ଭୋଟ ପରେ ହିଁ ଜଣାପଡିବ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.