ETV Bharat / state

ନିଆରା ଶିଳ୍ପୀ ବିଭୂତି, ପତ୍ରକୁ ଦିଅନ୍ତି ଜୀବନ୍ୟାସ - ପତ୍ରକୁ ଦିଅନ୍ତି ଜୀବନ୍ୟାସ

କେନ୍ଦ୍ରାପଡା ପୌର ପରିଷଦ ଅଧୀନ ବଣିଆମାଳ ୱାର୍ଡର ବିଭୂତି ଭୂଷଣ ମହାନ୍ତି ଗୁଆ, ସାବୁନ ଓ ସବୁଜ ପତ୍ରରେ କରିଛନ୍ତି ନାନାଦି କାରୁକାର୍ଯ୍ୟ । ସେଥିପାଇଁ ତାଙ୍କୁ ଅନେକ ପ୍ରଂଶସା କରିଛନ୍ତି ।

fabulous-artist-bibhuti
ନିଆରା ଶିଳ୍ପୀ ବିଭୂତି, ପତ୍ରକୁ ଦିଅନ୍ତି ଜୀବନ୍ୟାସ
author img

By

Published : Feb 2, 2020, 5:47 PM IST

କେନ୍ଦ୍ରାପଡା: ସୃଜନଶୀଳତାର ଅନେକ ପ୍ରକାରର । କିଏ ରଙ୍ଗ ତୂଳୀରେ ତ ଆଉ କିଏ ବାଲିରେ କାରୁକାର୍ଯ୍ୟ କରି ପ୍ରସିଦ୍ଧ ଲାଭ କରିଛି। କିନ୍ତୁ ଜଣେ ଚିତ୍ର ଶିଳ୍ପୀ ଗୁଆ, ସାବୁନ ଓ ସବୁଜ ପତ୍ରରେ କରିଛନ୍ତି ନାନାଦି କରୁକାର୍ଯ୍ୟ । ଏଥିପାଇଁ ସେ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ନେଇନାହାଁନ୍ତି ସତ କିନ୍ତୁ ନିଜ କଳାକୃତିକୁ ନେଇ ତାଙ୍କ ଆଖିରେ ଆଖିଏ ସ୍ବପ୍ନ । ସେ ହେଉଛନ୍ତି କେନ୍ଦ୍ରାପଡା ପୌର ପରିଷଦ ଅଧୀନ ବଣିଆମାଳ ୱାର୍ଡର ବିଭୂତି ଭୂଷଣ ମହାନ୍ତି ।

୨୦୧୩ ମସିହାରୁ ବିଭୂତି କଳାକୃତିରେ ନିଜର ସୃଜନଶୀଳତାକୁ ସମୃଦ୍ଧି କରିଚାଲିଛନ୍ତି । ଏହି ପତ୍ରରେ ଖାଲି ଯେ ପ୍ରତିକୃତି ତିଆରି ହେଉଛି ତାହା ନୁହେଁ ବରଂ ଶିଳ୍ପୀ ବିଭୂତି ଏହି କଳାକୃତି ମାଧ୍ୟମରେ ସଚେତନତା ମୂଳକ ବାର୍ତ୍ତା ପ୍ରସ୍ତୁତ କରୁଛନ୍ତି । ନିକଟରେ ଜାରି ହୋଇଥିବା ନୂଆ ମଟରଯାନ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଶିଳ୍ପୀ ପତ୍ରରେ ଆଙ୍କିଛନ୍ତି ନାନା ପ୍ରକାର କଳାକୃତି । ସେହିପରି ଗୁଆ ଏବଂ ସାବୁନ ମାଧ୍ୟମରେ ବହୁ ମହାପୁରୁଷଙ୍କ ଚିତ୍ର ସାଙ୍ଗକୁ ଗୁଆ ଉପରେ ହିନ୍ଦୀ ଭାଷାରେ ଗାୟତ୍ରୀ ମନ୍ତ୍ର ଲେଖି ପ୍ରଶଂସିତ ହୋଇଛନ୍ତି ବିଭୂତି। ତେବେ ପେଷାରେ ଜଣେ କ୍ଷୁଦ୍ର ବ୍ୟବସାୟୀ ହୋଇଥିବାବେଳେ ତାଙ୍କ ନିଶା ବେଳେବେଳେ ଅନ୍ତରାୟ ସୃଷ୍ଟି କରିଥାଏ ବୋଲି କୁହନ୍ତି ବିଭୂତି। ଏଥିସହିତ ବଡ଼ଭାଇ ଯଯାତି କେଶରୀ ବିଭୂତିଙ୍କ ଏହି ନିଆରା ନିଶାକୁ ପ୍ରୋତ୍ସାହିତ କରିଥିବାବେଳେ ଏକ ମଧ୍ୟବିତ୍ତ ପରିବାରର ହୋଇଥିବାରୁ ବିଭୂତିଙ୍କ ପାଇଁ ରୋଜଗାରର ଆବଶ୍ୟକତା ରହିଛି ବୋଲି କୁହନ୍ତି।

ନିଆରା ଶିଳ୍ପୀ ବିଭୂତି, ପତ୍ରକୁ ଦିଅନ୍ତି ଜୀବନ୍ୟାସ

ବିଭୂତି ନାନା ପ୍ରତିଭାର ଅଧିକାରୀ, ଗ୍ରୀନ ଆର୍ଟ ବ୍ୟତୀତ ବାଲୁକା କଳା, ରଙ୍ଗ ତୂଳୀ, ଗୁଆ, ଅରୁଆ ଚାଉଳ, ଚକ ଖଡି କଳାକୃତି ସମେତ ମାଟି କାଦୁଅରେ ମଧ୍ୟ ନାନା ପ୍ରକାର ମୂର୍ତ୍ତି କରିବାରେ ସିଦ୍ଧହସ୍ତ । ସ୍କୁଲରେ ପାଠ ପଢିବା ସମୟରୁ ତାଙ୍କ ଭିତରେ ଏହି ପ୍ରତିଭା ଦେଖିବାକୁ ମିଳିଥିଲା। ତେବେ ପତ୍ରରେ କଳାକୃତି କରିବା ପାଇଁ ଗୋଟିଏ ଧାରୁଆ ଛୁରୀ ଓ ଆରୀ ବ୍ୟବହାର କରନ୍ତି । ପ୍ରଥମେ ଆଖପାଖରୁ ବଡ଼ ବଡ଼ ପତ୍ର ସଂଗ୍ରହ କରି ସେ ସବୁକୁ ପରିଷ୍କାର କରି ଧୋଇ ଶୁଖାଇବାକୁ ପଡେ। ପରେ ପତ୍ରରେ ଆରମ୍ଭ ହୁଏ କାରୁକାର୍ଯ୍ୟ ।

ବିଭୂତିଙ୍କ ଏହି ନିଆରା କଳାକୃତି ପାଇଁ ତାଙ୍କ ପରିବାର ତାଙ୍କୁ ବେଶ ଉତ୍ସାହିତ କରିଛନ୍ତି। କିନ୍ତୁ ତାଙ୍କ କଳାକୁ ସ୍ବୀକୃତି ମିଳିଲେ ସେ ଦେଶ ବିଦେଶରେ ଓଡ଼ିଆ ପରମ୍ପରାକୁ ପରିଚିତ କରାଇପାରନ୍ତେ ବୋଲି ମତ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବିଭୂତି ସରକାରୀ ସହାୟତା ଦ୍ବାରା ଏକ ତାଲିମ କେନ୍ଦ୍ର ଖୋଲି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଏଭଳି ନିଆରା ଶିକ୍ଷା ଦେବା ପାଇଁ ଇଛୁକ ଓ ଆଶାବାଦୀ ଥିବା କହିଛନ୍ତି । ଉପଜିଲ୍ଲାପାଳ ବିଭୂତିଙ୍କ ଏହି କଳା ସମ୍ବନ୍ଧରେ ETV BHARAT ପାଖରୁ ଅବଗତ ହେଲେ, ତେବେ ଜିଲ୍ଲା ହସ୍ତଶିଳ୍ପ ବିଭାଗ ସହିତ ଯୋଗାଯୋଗ କରାଇ ଏକ ଲୋନ ବ୍ୟବସ୍ଥା କରାଇବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.