ETV Bharat / state

ଛତୁଆ ପ୍ରସ୍ତୁତିରେ ଚରମ ଅବହେଳା, ଖାଦ୍ୟ ଉପରେ ଚପଲ ପିନ୍ଧି ଛିଡା ହେଲେ ସୁପରଭାଇଜର - Extreme negligence in the preparation of the chatua

ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଅଙ୍ଗନୱାଡି ମାଧ୍ୟମରେ ପୃଷ୍ଟିକର ଖାଦ୍ୟ ପଦାର୍ଥ ଯୋଗାଇବା ପ୍ରସଙ୍ଗ। କେତେ ବ୍ୟବସ୍ଥିତ ସରକାରୀ ବ୍ୟବସ୍ଥା ? ପ୍ରସ୍ତୁତ ଖାଦ୍ୟ ଉପରେ ଚପଲ ପିନ୍ଧି ଛିଡା ହେଲେ ସୁପରଭାଇଜର । କେନ୍ଦ୍ରାପଡାରୁ ଆସିଛି ସଙ୍ଗୀନ ଅଭିଯୋଗ । ଦେଖନ୍ତୁ ରିପୋର୍ଟ...

Extreme negligence in the preparation of the chatua, the supervisor standing in slippers on fried almonds.
ଛତୁଆ ପ୍ରସ୍ତୁତିରେ ଚରମ ଅବହେଳା, ଭଜା ବାଦାମ ଉପରେ ଚପଲ ପିନ୍ଧି ଛିଡା ହେଲେ ସୁପରଭାଇଜର
author img

By

Published : Dec 4, 2020, 10:33 PM IST

କେନ୍ଦ୍ରାପଡା: ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଅଙ୍ଗନୱାଡି ମାଧ୍ୟମରେ ପୃଷ୍ଟିକର ଖାଦ୍ୟ ପଦାର୍ଥ ଯୋଗାଇବା ପ୍ରସଙ୍ଗ। କେତେ ବ୍ୟବସ୍ଥିତ ସରକାରୀ ବ୍ୟବସ୍ଥା ? ପ୍ରସ୍ତୁତ ଖାଦ୍ୟ ଉପରେ ଚପଲ ପିନ୍ଧି ଛିଡା ହେବା ଘଟଣା ସାମ୍ନାକୁ ଆସିବା ପରେ ଶିଶୁ ବିକାଶ ବିଭାଗର ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ । ଏପଟେ ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଲା ଇଟିଭି ଭାରତ ।

ଛତୁଆ ପ୍ରସ୍ତୁତିରେ ଚରମ ଅବହେଳା, ଭଜା ବାଦାମ ଉପରେ ଚପଲ ପିନ୍ଧି ଛିଡା ହେଲେ ସୁପରଭାଇଜର

ସରକାର ଶିଶୁ ଓ ଗର୍ଭବତୀମହିଳା ମାନଙ୍କ ପାଇଁ ଅଙ୍ଗନୱାଡି ମାଧ୍ୟମରେ ବିଭିନ୍ନ ପୃଷ୍ଟିକର ଖାଦ୍ୟ ପଦାର୍ଥ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ହେଲେ ଛତୁଆ ପ୍ରସ୍ତୁତ ହେଉଥିବା କେନ୍ଦ୍ରର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି । ଛତୁଆ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ଭଜା ବାଦାମ ଉପରେ ଚପଲ ପିନ୍ଧି ଛାଡା ହେବାରେ ଦୃଶ୍ୟ ଆସିଛି ସାମ୍ନାକୁ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡାର ବାଘୁଆ ଠାରେ ତିଆରୀ ହେଉଥିବା ସରକାରୀ ଛତୁଆ କେନ୍ଦ୍ରରେ । ବାଲିଚନ୍ଦ୍ରପୁରର ମା’ ବୁଢୀମଙ୍ଗଳା ସ୍ବୟଂ ସହାୟିକା ଗୋଷ୍ଠୀ ଛତୁଆ ତିଆରି କରନ୍ତି । ସରକାରୀ ନିୟମ ଅନୁସାରେ ଉତ୍ତମ ଛତୁଆ ପ୍ରସ୍ତୁତ ହେବା ପ୍ରଣାଳୀର ସ୍ଥିତି ପରଖୁଛନ୍ତି ବିଭାଗୀୟ ଅଧିକାରୀ । ହେଲେ ଗତ ମାସ ୨୦ ତାରିଖ ଦିନ ଏଠାରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ପାଇଁ ପ୍ରସ୍ତୁତ ହେବାକୁଥିବା ଛତୁଆ ପାଇଁ ସ୍ଥିତି ପରଖିବାକୁ ଯାଇଥିବା ଦୁଇ ସୁପରଭାଇଜର ପାଦରେ ଚପଲ ପିନ୍ଧି ଭଜା ବାଦାମ ଉପରେ ଛିଡା ହୋଇଥିବାର ଦୃଶ୍ଯ ସାମ୍ନାକୁ ଆସିଛି । ତେବେ ଏହି ଛତୁଆ ଖାଇ ଗର୍ଭବତୀ ଓ ଶିଶୁମାନେ କୌଣସି ରୋଗର ଶିକାର ହେଲେ କିଏ ଦାୟୀ ରହିବ ବୋଲି ଉଠିଛି ପ୍ରଶ୍ନବାଚୀ ।

ନିମ୍ନମାନର ଛତୁଆ ପ୍ରସ୍ତୁତ ହେବା ସହିତ ହିତାଧିକାରୀଙ୍କ ନିକଟରେ ଠିକ ସମୟରେ ପହଁଞ୍ଚି ପାରୁନି ସରକାରୀ ଛତୁଆ । କିନ୍ତୁ ବିଭାଗୀୟ ଅଧିକାରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଗତ ନଭେମ୍ବର ୨ ତାରିଖରେ ଗଜରାଜପୁର ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ ଗାଡିରୁ କଢାଯିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ସେହି କେନ୍ଦ୍ରର ଅଙ୍ଗନୱାଡି କର୍ମୀ ଅନୁପସ୍ଥିତିରେ କେନ୍ଦ୍ରର ସହାୟିକା ଓ ଜଣେ ନାବାଳିକା ଉପସ୍ଥିତ ଥିଲେ । ଛତୁଆ ଗ୍ରହଣ ରସିଦରେ ସେଠାରେ ଉପସ୍ଥିତ ଥିବା ସେହି ନାବାଳିକାଟି ସ୍ବାକ୍ଷର କରି ଛତୁଆ ଗ୍ରହଣ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । କର୍ମୀଙ୍କ ଅନୁପସ୍ଥିତରେ ନାବାଳିକା ସ୍ବାକ୍ଷରରେ କିପରି କେନ୍ଦ୍ରରେ ଛତୁଆ ଦିଆଗଲା ତାକୁ ନେଇ ଉଠିଛି ପ୍ରଶ୍ନ ?

ଏପଟେ ଉପଜିଲ୍ଲାପାଳଙ୍କ ନିକଟରେ ଛତୁଆ ଆବଣ୍ଟନରେ ବ୍ୟାପକ ଅନିୟମିତତା ଓ ବିଭାଗୀୟ ଅଧିକାରୀଙ୍କ ଚପଲ ପିନ୍ଧି ଖାଦ୍ୟ ଉପରେ ଛିଡା ହେବା ଘଟଣା ପହଁଞ୍ଚିବା ପରେ ଖୁବଶୀଘ୍ର ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶୁତ ମିଳିଛି । ତେବେ ଏହି ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଉଛି ନା ପାଣିର ଗାର ପାଲଟୁଛି ତାହା ଦେଖିବାକୁ ବାକି ରହିଲା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.