ETV Bharat / state

ପ୍ରଳୟଠୁ ସଙ୍ଗୀନ ଜୀବନ ସଂଘର୍ଷ, 21 ବର୍ଷ ପରେ ବି ମିଳିନି ଅନୁକମ୍ପା ରାଶି

ଦାଉ ସାଧିଲା ପ୍ରକୃତି । ଦୁଃଖ ଶୁଣି ବି ବଧିର ପ୍ରଶାସନ । ସେଦିନର ସେହି କାଳରାତ୍ରୀରେ ସ୍ବାମୀ ଓ ଭେଣ୍ଡିଆ ପୁଅକୁ ହରେଇ ଆଜି ନିସ୍ବ, ଅସହାୟ କେନ୍ଦ୍ରାପଡ଼ା ମହାକାଳପଡ଼ା ପୂର୍ବ ସୁନୀତି ଗାଁର ପାରୂଲ ମାଇତି...

author img

By

Published : Oct 29, 2020, 8:26 PM IST

ପ୍ରଳୟଠାରୁ ସଙ୍ଗୀନ ଜୀବନ ସଂଘର୍ଷ , 21 ବର୍ଷ ପରେ ବି ମିଳିନି ଅନୁକମ୍ପା ରାଶି

କେନ୍ଦ୍ରାପଡା: ଭୟଙ୍କର ମହାବାତ୍ୟାରେ ବଦଳିଗଲା ଭୂଗୋଳ । ସେଦିନର ଛାତିଥରା ଦୃଶ୍ୟ ଇତିହାସ ପୃଷ୍ଠାରେ ଅବିସ୍ମରଣୀ । ସେହି କାଳରାତ୍ରୀରେ ସ୍ବାମୀ ଓ ଭେଣ୍ଡିଆ ପୁଅକୁ ହରାଇଥିବା କେନ୍ଦ୍ରାପଡାର ପାରୂଲ ମାଇତି ଆଜି ବି ଯନ୍ତ୍ରଣାରେ ଜର୍ଜରିତ । ସହାୟତା ଦୂରର କଥା ମୃତ ସ୍ବାମୀ ଓ ପୁଅର ଅନୁକମ୍ପା ରାଶି ବି ଆଜିଯାଏଁ ମିଳିପାରୁନି ।

ଶୁଖିନି ମହାବାତ୍ୟାର କ୍ଷତ

1999 ମସିହା ଅକ୍ଟୋବର 28.. ମହାବାତ୍ୟା ପୂର୍ବଦିନ ମାମୁଁଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ପାରୁଲଙ୍କ ସ୍ବାମୀ ମଣ୍ଟୁ ମାଇତି, ସାନ ପୁଅ ବିବେକକୁ ନେଇ ଜଗତସିଂହପୁର ଏରସମା ଖଟିକୁଲଦା ଯାଇ ଆଉ ଫେରିନଥିଲେ । ଦୀର୍ଘଦିନ ଅପେକ୍ଷା ପରେ ଏରସମା ମେଡିକାଲରୁ ସ୍ବାମୀ ଓ ପୁଅଙ୍କ ମୃତ ସାର୍ଟିଫିକେଟ କରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ପାରୁଲ । ହେଲେ ସେ କହିଲେ ଯେଉଁ ସ୍ଥାନରେ ତାଙ୍କ ସ୍ବାମୀ ଓ ପୁଅଙ୍କ ମୃତ୍ୟୁ ଘଟିଛି ସେହି ଜିଲ୍ଲାରୁ ସେ ଅନୁକମ୍ପା ମୂଳକ ସହାୟତା ରାଶି ପାଇବେ । ପରେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଭେଟିବାରୁ ସେ କହିଲେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସହାୟତା ରାଶି ମିଳିବ କହି ଫେରାଇ ଦେଇଦେଲେ । ତେବେ ଇତିମଧ୍ୟରେ ମହାବାତ୍ୟାକୁ ୨୧ବର୍ଷ ପୁରିଯାଇଥିଲେ ମଧ୍ୟ ଏ ଜିଲ୍ଲାରୁ ସେ ଜିଲ୍ଲା ଦୌଡ଼ି ଦୌଡ଼ି ଟଙ୍କା ଶେଷ ହୋଇଯାଇଥିବା ବେଳେ ନେତା ମନ୍ତ୍ରୀଙ୍କ ପାଖରୁ ମଧ୍ୟ ସହାୟତା ରାଶି ମିଳିଯିବ ବୋଲି ମିଛ ପ୍ରତିଶୃତି ପାଇ ମନକୁ ବୁଝାଇ ଦେଲେଣି ପାରୁଲ ।

ଅନୁକମ୍ପା ରାଶି ମିଳିବ ବୋଲି ଦୌଡ଼ିଦୌଡ଼ି ନିରାଶ ହେଲେଣି ପାରୁଲ । ପ୍ରଶାସକ, ଶାସକ ଓ ବିଭିନ୍ନ ଅଧିକାରୀଙ୍କ ପାଖରୁ ଦୁଇଜଣଙ୍କ ମୃତ୍ୟୁର ଅନୁକମ୍ପା ରାଶି ଦେଢଲକ୍ଷ ଟଙ୍କା ନମିଳିବା ବାସ୍ତବିକ ପ୍ରଶାସନିକ ଦୋଷ ଦୁର୍ବଳତାକୁ ପଦାରେ ପକାଇଛି । ଏନେଇ ପୂର୍ବତନ ସରପଞ୍ଚ, ସମିତିସଭ୍ୟ ପାରୁଲଙ୍କୁ ଧରି ମଧ୍ୟ ବାରମ୍ବାର ପ୍ରଶାସନ ନିକଟକୁ ଦୌଡ଼ି ଫେଲ ମାରିଛନ୍ତି ।

ବୟସର ଅପରାହ୍ନରେ ରୋଗାକ୍ରାନ୍ତ ପାରୁଲ ଘରଟିଏ କରି ପାରିନାହାନ୍ତି ଏପର୍ଯ୍ୟନ୍ତ । କୁକୁଡ଼ା ପ୍ରତିପାଳନ ଓ ପରଘରେ ପାଇଟି କରି ନିଜର ଗୁଜୁରାଣ ମେଣ୍ଟାଉଥିବା ପାରୁଲ ଏବେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି । ପାରୁଲଙ୍କ ଏହି ଅକୁହା ଦୁଃଖ, କୋହଭରା କାହାଣୀକୁ ଆମେ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କୁ ଅବଗତ କରାଇବା ପରେ ସେ ପଦକ୍ଷେପ ନେବାକୁ ଦେଇଛନ୍ତି ପ୍ରତିଶୃତି ।

କେବଳ ପାରୂଲ ନୁହେଁ ମହାକାଳରୂପୀ ମହାବାତ୍ୟାର ଆଁରେ ଏଭଳି ବହୁ ନୀରିହ ଜୀବନ ଦହଗଞ୍ଜ ହେଉଛନ୍ତି । ଆଜିର ଏହି ଦିନରେ ସେମନଙ୍କ ଦୁଃଖ କଷ୍ଟକୁ ଅଙ୍ଗେ ଲିଭାଇ ଯଦି ପୁଣି ପ୍ରଶାସନିକ ସ୍ତରରେ ସେମାନଙ୍କ ସହାୟତା କରାଯାଏ, ତେବେ ସେଦିନରେ ଆଘାତ ପାଇଥିବା ହଜାର ହଜାର ବାତ୍ୟା ବିପନ୍ନ ମୁହଁରେ ହସ ଫୁଟିପାରିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.