ETV Bharat / state

କୃଷି ସମବାୟ ସମିତି ନିଯୁକ୍ତିରେ ଚଞ୍ଚକତା, ବିନା ବିଜ୍ଞପ୍ତିରେ ଦିଆଯାଉଛି ଚାକିରୀ

author img

By

Published : Dec 12, 2022, 2:51 PM IST

କେନ୍ଦ୍ରାପଡା କୋରୋ ପ୍ରାଥମିକ ସେବା ସମବାୟ ବିଭାଗରେ ନିଯୁକ୍ତିରେ ଚଞ୍ଚକତା । ବିନା ବିଜ୍ଞପ୍ତିରେ ଦିଆଯାଉଛି ନିଯୁକ୍ତି। ସମବାୟ ସମିତିର ଲେଜର କ୍ଲର୍କ ଓ ଡିଇଓ ଭାବେ ନିଯୁକ୍ତି ପାଇଥିବା ଝୁନିରଣୀ ପରିଡାଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଦିଆଯାଇଛି ବେଆଇନ ନିଯୁକ୍ତି । ଯାହାକୁ ନେଇ ଶରତ ନାମ ଜଣେ ଚାଷୀ ଡିଆରସିଏସଙ୍କ ପାଖରେ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

employment corruption in kore cooperative society in Kendrapara
କୃଷି ସମବାୟ ସମିତି ନିଯୁକ୍ତିରେ ଚଞ୍ଚକତା
କୃଷି ସମବାୟ ସମିତି ନିଯୁକ୍ତିରେ ଚଞ୍ଚକତା

କେନ୍ଦ୍ରାପଡା: ପ୍ରାଥମିକ କୃଷି ସେବା ସମବାୟ ସମିତି ନିଯୁକ୍ତିରେ ଚଞ୍ଚକତା ଅଭିଯୋଗ । ଜଣେ ମହିଳାଙ୍କୁ ଅନୁକମ୍ପା ଦେଖାଇ ଦିଆଯାଇଛି ବେଆଇନ ନିଯୁକ୍ତି, ଯେଉଁଥିପାଇଁ ଡିଆରସିଏସଙ୍କ ପାଖରେ ଅଭିଯୋଗ ଆଣିଛନ୍ତି ଜଣେ ଚାଷୀ । କେନ୍ଦ୍ରାପଡ଼ା କୋରୋ ପ୍ରାଥମିକ ସେବା ସମବାୟ ସମିତିର ଲେଜର କ୍ଲର୍କ ଓ ଡିଇଓ ଭାବେ ଝୁନିରାଣୀ ପରିଡାଙ୍କୁ ଦିଆଯାଇଛି ନିଯୁକ୍ତି । ଗତ ଏପ୍ରିଲ ମାସ ୪ତାରିଖରେ କୋରୋ ପ୍ରାଥମିକ ସେବା ସମବାୟ ସମିତିରେ ତାଙ୍କୁ ନିଯୁକ୍ତି ଦିଆଯିବା ବେଳେ ଏକ ସଂକଳ୍ପ ପାରିତ କରାଯାଇଥିଲା । ଏହି ନିଯୁକ୍ତି ସଂକଳ୍ପପତ୍ରରେ ସମ୍ପାଦକ ନେତ୍ରାନନ୍ଦ ସାହୁ ଓ ସମବାୟ ସମିତି ପ୍ରଶାସକ ସଚ୍ଚିଦାନନ୍ଦ ଜେନାଙ୍କ ସ୍ଵାକ୍ଷର ରହିଥିବା ବେଳେ ସମବାୟ ସମିତିରେ ନିଯୁକ୍ତି ନେଇ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇନଥିଲା ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ ଶରତ ସାମଲ ।

ଏନେଇ ଅଭିଯୋଗକାରୀ କହିଛନ୍ତି, "ଏତେ ବୟସ ପରେ ବି ତାଙ୍କୁ କିପରି ନିଯୁକ୍ତି ଦିଆଗଲା ପୋଲିସ ପ୍ରଶ୍ନ କରିଛନ୍ତି ଶରତ ସାମଲ । ପୂର୍ବରୁ ମୁଁ ସମବାୟ ସମିତିର ଲେଜର କ୍ଲର୍କ ଭାବେ କାମ କରୁଥିବା ବେଳେ ମୋତେ ବିଦା କରାଯାଇ ମହିଳା ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସେ ଅନ୍ୟ ପଞ୍ଚାୟତର ହୋଇଥିବା ବେଳେ ତାଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି । ଏଥି ସହ ଲେଜର କ୍ଲର୍କ ପୋଷ୍ଟିଂ ପାଇଁ ସାଧାରଣ ବର୍ଗଙ୍କ ବୟସ ୩୨ ଓ ଅନୁସୂଚିତ ଜାତି ଜନଜାତିଙ୍କ ପାଇଁ ୩୫ ବର୍ଷ ହୋଇଥିବା ବେଳେ ମହିଳାଙ୍କ ଜଣଙ୍କୁ କିନ୍ତୁ ୪୨ ବର୍ଷ । ଏତେ ବୟସ ପରେବି ତାଙ୍କୁ ନିଯୁକ୍ତି ଦିଆଯାଇଛି । ବିନା ବିଜ୍ଞପ୍ତିରେ ନିଯୁକ୍ତି ଦିଆଯାଇଥିବା କହିଛନ୍ତି ଅଭିଯୋଗକାରୀ ।"

ଏନେଇ ସମବାୟ ସମିତିର ସମ୍ପାଦକ ନେତ୍ରାନନ୍ଦ ସାହୁଙ୍କୁ ପଚାରିବାରୁ ଖାଲି ଥିବା ପଦବୀ ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ନିଯୁକ୍ତ ମହିଳା ଜଣଙ୍କ କେଉଁଠାରୁ ଖବର ପାଇ ଏଠାକୁ ଆସିଥିଲେ । ତାପରେ ତାଙ୍କୁ ନିଯୁକ୍ତି ଦିଆଯାଇଛି । କେବଳ ସେତିକି ନୁହେଁ, ଅଧିକାରୀ କହିବାରୁ ସେ ଏହି ନିଯୁକ୍ତିକୁ ବୈଧ କରି ଦୈନିକ 350 ଟଙ୍କା ହିସାବରେ ମହିଳା ଜଣଙ୍କୁ ମାସିକ 10,500 ଟଙ୍କା ବେତନରେ ନିଯୁକ୍ତି ଦିଆଯାଇଥିବା କହିଛନ୍ତି । ଅନ୍ୟପଟେ ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଏହି ନିଯୁକ୍ତି ଘଟଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେଲେ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ବର୍ଷ 2020-21ରୁ ଆର୍ଥିକ କ୍ଷତିରେ ଚାଲୁଛି ଏହି ପ୍ରାଥମିକ ସମବାୟ ସମିତି । ଏହାରି ମଧ୍ୟରେ ମାସିକ ଏଭଳି ବେତନରେ ନିଯୁକ୍ତି ଓ ଦୀର୍ଘ 30 ବର୍ଷ ଧରି ଗୋଟିଏ ସ୍ଥାନରେ ରହି କାର୍ଯ୍ୟ କରୁଥିବା ସମ୍ପାଦକ ଏହି ଦୁର୍ନୀତିରେ ସମ୍ପୃକ୍ତ କି ନା ତାହା ପୁଙ୍ଖାନୁପୁଙ୍ଖ ତଦନ୍ତ ହେଲେ ଜଣାପଡିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.