କେନ୍ଦ୍ରାପଡ଼ା: ଶନିବାର କେନ୍ଦ୍ରାପଡା ଜିଲ୍ଲାରେ ଶେଷ ହୋଇଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ଜିଲ୍ଲାର ମୋଟ ୯ଟି ବ୍ଳକରୁ ୪ଟି ବ୍ଲକ ଆଳି, ମାର୍ଶାଘାଇ, ମହାକାଳପଡ଼ା ଓ କେନ୍ଦ୍ରାପଡ଼ାରେ ଅଧ୍ୟକ୍ଷମାନେ ବିନା ପ୍ରତିଦ୍ବନ୍ଦିତାରେ ବିଜୟୀ ହୋଇଛନ୍ତି । ସେହିପରି ରାଜକନିକା, ରାଜନଗର, ପଟ୍ଟାମୁଣ୍ଡାଇ, ଗରଦପୁର ଓ ଡେରାବିଶରେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଛନ୍ତି ପ୍ରାର୍ଥୀ । ସମସ୍ତ ୯ଟି ବ୍ଲକରେ ଅଧ୍ୟକ୍ଷ ପଦବୀ ବିଜୁ ଜନତା ଦଳ ହାତେଇଥିବା ବେଳେ ଡେରାବିଶ୍ ବ୍ଲକରେ ଧର୍ମଗୁଳା ବିଜେତା ଚୟନ କରିଛି । ଏହି ବିଜୟର ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି ବିକାଶକୁ ନେଇ ହୋଇଛି ବୋଲି କହିଛନ୍ତି ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ।
କେଉଁ ବ୍ଳକରୁ କିଏ ବିଜୟୀ:
1.ଆଳି- ମନୋରଞ୍ଜନ ସାମଲ
2.ଡେରାବିଶ୍- ପ୍ରଭାତୀ ମଲ୍ଲିକ
3.ଗରଦପୁର- ଅଭୟ କୁମାର ମହାରାଜ
4.କେନ୍ଦ୍ରାପଡ଼ା- ରଶ୍ମିତା ସେଠୀ
5.ମହାକାଳପଡ଼ା- କଳ୍ପନା ରାଉତ
6.ମାର୍ଶାଘାଇ- ମଧୁସ୍ମିତା ସାମଲ
7.ପଟ୍ଟାମୁଣ୍ଡାଇ- ପ୍ରଦ୍ୟୁମ୍ନ କୁମାର ସାମନ୍ତରାୟ
8.ରାଜନଗର- ପ୍ରତିଭା ପାତ୍ର
9.ରାଜକନିକା- ମିନତୀ ରାଉତ
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ