ETV Bharat / state

ଖୁଦୁରୁକୁଣୀ ଓଷାରେ ଫୁଲ ତୋଳିବାକୁ ଯାଇ ନାବାଳିକା ମୃତ - ଦୁଃଖଦାୟକ ଘଟଣା

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ସାନଜରିଆ ଗ୍ରାମରେ ପାଣିରେ ବୁଡି 8ବର୍ଷର ଝିଅର ମୃତ୍ୟୁ ଘଟିଛି । ଏହି ଘଟଣା ପ୍ରଘଟ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Sep 8, 2019, 8:03 PM IST

କେନ୍ଦ୍ରାପଡା: ଖୁଦୁରୁକୁଣୀ ଓଷାରେ ଅଘଟଣ । ପାଣିରେ ବୁଡି 8ବର୍ଷର ଝିଅର ମୃତ୍ୟୁ ଘଟିଛି । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ସାନଜରିଆ ଗ୍ରାମରେ ଆଜି ଏଭଳି ଦୁଃଖଦାୟକ ଘଟଣା ଘଟିଛି । ଏହି ଘଟଣା ପ୍ରଘଟ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

ସୂଚନାନୁସାରେ ଆଜି ଶେଷ ପାଳି ଖୁଦୁରୁକୁଣୀ ଓଷା ଥିବାରୁ ଗ୍ରାମର ଝିଅମାନଙ୍କ ସହ 8ବର୍ଷର ଝିଅ ପାୟଲ ମଧ୍ୟ ଫୁଲ ତୋଳି ବାଲୁକା ପୂଜା କରିବା ପାଇଁ ଯାଇଥିଲା।

ତେବେ ଝିଅମାନେ ବାଲୁକା ପୂଜା ସାରି ଫେରିବା ପରେ ପାୟଲକୁ ପରିବାର ଲୋକେ ନପାଇବାରୁ ବହୁ ଖୋଜାଖୋଜି କରିଥିଲେ । ପରେ ଗ୍ରାମବାସୀଙ୍କ ଦ୍ବାରା ମୁର୍ମୁଷ ଅବସ୍ଥାରେ ପାୟଲକୁ ପୋଖରୀରୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ପାୟଲକୁ ମୃତ ଘୋଷଣା କରିଥିବା ଜଣାପଡିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:08.09.2019
Radhakanta Mohanty,Kendrapada
Slug-od_kpr_02_child drowned_script_7204459
Anchor-କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ସାନଜରିଆ ଗ୍ରାମରେ ପାଣିରେ ବୁଡି ବାଳକର ମୃତ୍ୟୁ।ସୂଚନାନୁସାରେ ଆଜି ଶେଷ ପାଳି ଖୁଦୁରୁକୁଣୀ ଓଷା ଥିବା ହେତୁ ଗ୍ରାମର ଝିଅମାନଙ୍କ ସହ ପାୟଲ(8)ଫୁଲ ତୋଳି ବାଲୁକା ପୂଜା କରିବାପାଇଁ ଯାଇଥିଲା।ତେବେ ଝିଅମାନେ ବାଲୁକା ପୂଜା ସାରି ଫେରିବାପରେ ପାୟଲକୁ ପରିବାର ଲୋକେ ନପାଇବାରୁ ବହୁ ଖୋଜାଖୋଜି ପରେ ଗ୍ରାମବାସୀଙ୍କ ଦ୍ବାରା ମୁର୍ମୁଷ ଅବସ୍ଥାରେ ପାୟଲକୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ପାୟଲକୁ ମୃତ ଘୋଷଣା କରିବାପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.