ETV Bharat / state

ଜମିବାଡ଼ି ବିବାଦରୁ ଦିବ୍ୟାଙ୍ଗ ଯୁବକଙ୍କୁ ହତ୍ୟା କଲେ ସମ୍ପର୍କୀୟ

ଦୀର୍ଘ ବର୍ଷରୁ ଲାଗିରହିଥିଲା ଜମିଜମା ବିବାଦରେ ବଳି ପଡିଲେ ଦିବ୍ୟାଙ୍ଗ ଯୁବକ । ଘଟଣାରେ ଜଣଙ୍କ ଅଟକ ରଖାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ଜମିବାଡ଼ି ବିବାଦ ଦିବ୍ୟାଙ୍ଗ ଯୁବକଙ୍କୁ ହତ୍ୟା କଲେ ସମ୍ପର୍କୀୟ

author img

By

Published : Jul 4, 2021, 1:05 PM IST

କେନ୍ଦ୍ରାପଡା: ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟାଇଲେ ସମ୍ପର୍କୀୟ । ଦୀର୍ଘ ବର୍ଷରୁ ଲାଗିରହିଥିଲା ଜମିଜମା ବିବାଦରେ ବଳି ପଡିଲେ ଦିବ୍ୟାଙ୍ଗ ଯୁବକ । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖସାଡି ଗ୍ରାମରେ । ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ ।

ଜମିବାଡ଼ି ବିବାଦ ଦିବ୍ୟାଙ୍ଗ ଯୁବକଙ୍କୁ ହତ୍ୟା କଲେ ସମ୍ପର୍କୀୟ

ସୂଚନାଅନୁସାରେ, ଖସାଡି ଗ୍ରାମର ଏକାଦଶୀ ସ୍ବାଇଁ ନାମକ ଜଣେ ଯୁବକଙ୍କ ପରିବାର ସହିତ ତାଙ୍କ ସମ୍ପର୍କୀୟଙ୍କ ଜମିଜମା ବିବାଦ ଲାଗି ରହିଥିଲା । ଆଜି ସକାଳୁ ଏକାଦଶୀ ଦୋକାନକୁ ଯାଉଥିବା ବେଳେ ଯୋଜନାବଦ୍ଧ ଭାବେ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ ତାଙ୍କ ସମ୍ପର୍କୀୟ । ଏକାଦଶୀଙ୍କୁ ନିର୍ଧୁମ ପିଟିବାକୁ ଲାଗିଥିଲେ ତାଙ୍କ ସମ୍ପର୍କୀୟ ।

ଏକାଦଶୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରଯାଇ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜଣଙ୍କୁ ଅଟକ ରଖିବା ସହିତ ତଦନ୍ତ ଆରମ୍ଭ କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.