ETV Bharat / state

ନୂଆବର୍ଷରେ ବଳଦେବଜୀଉଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

author img

By ETV Bharat Odisha Team

Published : Jan 1, 2024, 4:59 PM IST

Devotees Crowd In Baladevjew Temple: ନୂଆବର୍ଷରେ ଭୋର ୩ଟାରୁ ଆରମ୍ଭ ହୋଇଥିଲା କେନ୍ଦ୍ରାପଡା ତଥା ରାଜ୍ୟର ଆରାଧ୍ୟ ଦେବତା ମହାପ୍ରଭୁ ବଳଦେବଜୀଉଙ୍କ ନୀତିକାନ୍ତି । ପ୍ରଭୁଙ୍କ ଦର୍ଶନ କରି ବର୍ଷକ ଯାକର ପୁଣ୍ୟ ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢ଼ନ୍ତୁ

ବଳଦେବଜୀଉଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼
ବଳଦେବଜୀଉଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼
ବଳଦେବଜୀଉଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

କେନ୍ଦ୍ରାପଡ଼ା: ନୂଆବର୍ଷରେ ପାଦ ଥାପିଛି ବିଶ୍ବ । ପ୍ରାର୍ଥନାରୁ ଆରମ୍ଭ ଇଂରାଜୀ ନୂଆ ବର୍ଷ । ନବବର୍ଷ ଅବସରରେ ମହାପ୍ରଭୁଙ୍କ ଶରଣାପନ୍ନ ନେତାଙ୍କ ଠାରୁ ଜନତା । ପୁଣିଥରେ କୋଭିଡ ମହାମାରୀ ମୁଣ୍ଡ ଟେକୁଥିବା ବେଳେ ନବବର୍ଷରେ ମହାପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରି ଶ୍ରଦ୍ଧାଳୁ କୃତାର୍ଥ ମଣିବା ସହ କୋଭିଡର ମୁକାବିଲା ପାଇଁ ଶରଣାପନ୍ନ ହୋଇଛନ୍ତି । ଲୋକେ ମହାପ୍ରଭୁଙ୍କୁ ଦର୍ଶନ କରି ବର୍ଷକ ଯାକର ପୁଣ୍ୟ ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି ।

ଆଜି ଭୋର୍ ୩ ଘଟିକାରୁ ଆରମ୍ଭ ହୋଇଥିଲା କେନ୍ଦ୍ରାପଡା ତଥା ରାଜ୍ୟର ଆରାଧ୍ୟ ଦେବତା ମହାପ୍ରଭୁ ବଳଦେବଜୀଉଙ୍କ ନୀତିକାନ୍ତି । ପୌଷ ମାସ ଅବସରରେ ପକୁଡି ଆଳତୀ ଯୋଗୁଁ ଦେବାଳୟ ଦ୍ବାର ଫିଟା ନୀତି ସମ୍ପନ୍ନ ହୋଇଛି । ଏହାସହ ଆଜି ଇଂରାଜୀ ନବବର୍ଷ ପାଇଁ ମନ୍ଦିରରେ ଭିଡକୁ ଲକ୍ଷ୍ୟ କରି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଭକ୍ତ ଛୁଟି ଆସିଥିବା ବେଳେ ସକାଳର ମଙ୍ଗଳ ଆଳତୀ ଦର୍ଶନ ଓ ପହିଲି ଭୋଗ ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଉତ୍କଣ୍ଠା ଥିବା ଦେଖିବାକୁ ମିଳିଥିଲା । ଜୟମଙ୍ଗଳା ଆଳତୀ, ନୀତି ସ୍ନାନ, ବଲ୍ଲଭ ଭୋଗ ପରେ ପହିଲି ଭୋଗରେ ପୋଡପିଠା, ପକୁଡି, ଡାଳିମ୍ବ ଓ କାକରା ପିଠା ବଳଦେବଜୀଉଙ୍କ ସମେତ ଶ୍ରୀ ଜଗନ୍ନାଥ, ମା' ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କ ନିକଟରେ ଲାଗି କରାଯାଇଥିଲା । ତେବେ ଆଜିର ଏହି ଦର୍ଶନ କରି ବର୍ଷକ ଯାକର ପୁଣ୍ୟ ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି ଶ୍ରଦ୍ଧାଳୁ ।

ଏହା ମଧ୍ୟ ପଢ଼ନ୍ତୁ.......ନୂଆ ବର୍ଷରେ ଶ୍ରୀମନ୍ଦିରରେ ନୂଆ ନିୟମ, ମହାପ୍ରଭୁଙ୍କ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ନବବର୍ଷ ଅବସରରେ ଗରାପୁରସ୍ଥିତ ସ୍ୱାମୀ ଶିବାନନ୍ଦ ଆଶ୍ରମ ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ବର୍ଷର ପ୍ରଥମ ଦିନକୁ "ବିଶ୍ୱ ପ୍ରାର୍ଥନା ଦିବସ" ଭାବରେ ପାଳନ କରାଯାଇଛି । ମହାପ୍ରଭୁଙ୍କ ରଥଦାଣ୍ଡରେ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସଂଖ୍ୟାଧିକ ଶ୍ରଦ୍ଧାଳୁ ଏହି ପ୍ରାର୍ଥନା ସଭାରେ ଯୋଗଦେଇ ବିଶ୍ୱ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଛନ୍ତି । ଅନ୍ୟପଟେ ମହାପ୍ରଭୁଙ୍କ ସାନିଧ୍ୟ ପାଇବା ପାଇଁ ନେତାଙ୍କ ଠାରୁ ଆରମ୍ଭ କରି ଜନତାଙ୍କ ପର୍ଯ୍ୟନ୍ତ ମନ୍ଦିରରେ ଆଶିଷ ଭିକ୍ଷା କରି କୋଭିଡ ଜନିତ ଭୟାବହତା ଦୁରେଇବା ପାଇଁ ପ୍ରାର୍ଥନା କରିଛନ୍ତି । ଗତ ୨୦୨୧ ଓ ୨୦୨୨ ମସିହାର ନୂଆବର୍ଷ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ କରିଥିଲା ଏବଂ ଗତବର୍ଷ କୋହଳ କଟକଣାରେ ଦର୍ଶନ କରିଥିବା ଯୋଗୁଁ ଶାନ୍ତିରେ ହୋଇପାରିଥିବା କହିଛନ୍ତି ଭକ୍ତ । ପୁନର୍ବାର କୋଭିଡ ମହାମାରୀ ବିଶ୍ୱରେ ଚିନ୍ତା ବଢ଼ାଇଥିବା ବେଳେ ଏଥିଲାଗି ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକମାନଙ୍କ ମନରେ ଅସୀମ ଧୈର୍ଯ୍ୟ ଓ ସାହସ ମହାପ୍ରଭୁ ଦିଅନ୍ତୁ ଏବଂ କୋଭିଡ ବିଶ୍ବରୁ ଉଭେଇଯାଉ ବୋଲି ପ୍ରାର୍ଥନା କରିଛନ୍ତି ଶ୍ରଦ୍ଧାଳୁ । ଅନ୍ୟପଟେ ମହାପ୍ରଭୁଙ୍କ ଆଶିଷ ଜିଲ୍ଲା ପାଇଁ ସେଇଭଳି ଭାବେ ଥାଉ ଓ ଭକ୍ତମାନେ ନିରୋଗ ଏବଂ ସମ୍ପଦବାନ ହୁଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ସେବାୟତ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.