ETV Bharat / state

କେନ୍ଦ୍ରାପଡାରେ ଡେଙ୍ଗୁ ରୋଗୀ ଚିହ୍ନଟ, ସଚେତନ କଲା ସ୍ୱାସ୍ଥ୍ୟ ବିଭାଗ

author img

By

Published : Oct 9, 2022, 8:45 AM IST

Updated : Oct 9, 2022, 12:30 PM IST

କେନ୍ଦ୍ରାପଡା ଶାସନ ଗ୍ରାମରେ ଜଣେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ପରେ ସଚେତନ କଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ଡେଙ୍ଗୁ ରୋଗୀ ଚିହ୍ନଟ,ସଚେତନ କଲା ସ୍ୱାସ୍ଥ୍ୟ ବିଭାଗ

କେନ୍ଦ୍ରାପଡା: ଜିଲ୍ଲାରେ ଡେଙ୍ଗୁ ଭୟ, ମହାକାଳପଡା ବ୍ଲକ ବିଜୟନଗର ପଞ୍ଚାୟତର ଅମ୍ବିକା ଦେଇପୁର ଶାସନ ଗ୍ରାମରେ ଜଣେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ତତ୍ପରତା ଦେଖାଯାଇଛି ସ୍ୱାସ୍ଥ୍ୟ ବିଭାଗ । ଡେଙ୍ଗୁ ରୋଗରେ ପୀଡିତଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି ।

କେନ୍ଦ୍ରାପଡାରେ ଡେଙ୍ଗୁ ରୋଗୀ ଚିହ୍ନଟ

ଅନ୍ୟପଟେ ଅମ୍ବିକା ଦେଇପୁର ଶାସନ ଗ୍ରାମରେ ଅନ୍ୟ ତିନି ଜଣଙ୍କୁ ଜ୍ବର ହୋଇଥିବାରୁ ଗ୍ରାମର ଅନ୍ୟ ଲୋକମାନେ ଭୟଭିତ ହୋଇପଡିଛନ୍ତି । ମହାକାଳପଡା ସ୍ୱାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଅମ୍ବିକା ଦେଇପୁର ଶାସନ ଗ୍ରାମରେ ପହଞ୍ଚି ଗ୍ରାମର ଲୋକମାନଙ୍କୁ ଡେଙ୍ଗୁ ବିଷୟରେ ସଚେତନ କରାଇଛନ୍ତି । ଗାଁର ଘରେ ଘରେ ବୁଲି ବ୍ଲିଚିଙ୍ଗ ପାଉଡର ପକାଇବା ସହିତ ଦୀର୍ଘଦିନ ହେବ ଜମା ହୋଇ ରହିଥିବା ପାଣିକୁ ସଫେଇ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ।

ଏହା ମଦ୍ୟ ପଢନ୍ତୁ-Bharat Jodo Padayatra: ନିଆଳିରେ ଗର୍ଜିଲା କଂଗ୍ରେସ, ହିଂସା ଓ ଘୃଣା ଛାଡ ଡାକରା

ଗ୍ରାମର ଯେଉଁ ତିନିଜଣଙ୍କୁ ଦୁଇଦିନ ହେବ ଜ୍ବର ଲାଗି ରହୁଥିଲା ସେମାନଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇ ପରିକ୍ଷା ନିମନ୍ତେ ପଠାଯାଇଛି । ଭୟଭୀତ ନହୋଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁସବୁ ନିର୍ଦ୍ଦେଶ ଦିଆଯାଉଛି ସେଗୁଡିକୁ ମାନିବା ପାଇଁ ଗ୍ରାମବାସୀ ମାନଙ୍କୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଟିମ । ତେବେ ରାଜ୍ୟରେ ବର୍ତ୍ତମାନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଗତ ଦିନରେ ଭୁବନେଶ୍ବରରେ ଡେଙ୍ଗୁ ରୋଗୀ ସଂଖ୍ୟା ୨୦୦୦ ପାର୍‌ କରିଥିଲା । ଅଗଷ୍ଟ ମାସରେ ୭୬୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ମାସରେ ବର୍ତ୍ତମାନ ସୁଦ୍ଧା ୧୦୦୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଥିଲେ ।

ବର୍ତ୍ତମାନ ସୁଦ୍ଧା ଡେଙ୍ଗୁରେ ସରକାରୀ ଭାବେ କୌଣସି ମୃତ୍ୟୁ ହୋଇନାହିଁ । ୨୦୨୧ରେ ଏହି ସମୟରେ ଭୁବନେଶ୍ବରେ ୩ହଜାର ୮୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ହଜାର ୮୩୮ ନମୁନା ଟେଷ୍ଟ ହୋଇଥିଲା । ଗତବର୍ଷ ତୁଳନାରେ ପଜିଟିଭିଟି ରେଟ କମିଥିବା ବେଳେ ଦୈନିକ ସଂକ୍ରମଣ ବି କମିଛି । ମୌସୁମୀ ସମୟରେ ଓ ମୌସୁମୀ ପରେ ଡେଙ୍ଗୁ ସାମାନ୍ୟ ବଢ଼ିଥିବା ବେଳେ ଏବେ ହ୍ରାସ ପାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ସେହିପରି ମାଲକାନଗିରି ଜିଲ୍ଲାରେ ଗତ ଜୁଲାଇ ମାସରେ ୩୪ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅଗଷ୍ଟ ମାସରେ ୬୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ମାଲକାନଗିରି ସଦର ମହକୁମା ଚିକିତ୍ସାଳୟରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ବେଡ ଅଭାବରୁ ତଳେ ଶୋଇଥିବା ଦେଖିବାକୁ ମିଳିଥିଲା ।

Last Updated : Oct 9, 2022, 12:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.